06 AUGUST 2026

Welcome!

Unlock your personalized experience.
Sign Up

Rajpal Yadav Property Auction: ଜେଲ୍ ପରେ ରାଜପାଲଙ୍କୁ ଆଉ ଏକ ବଡ଼ ଝଟ୍‌କା, ସମ୍ପତ୍ତି ନିଲାମ କରିବ ବ୍ୟାଙ୍କ

Aug 06, 2026 - 13:20
Rajpal Yadav Property Auction: ଜେଲ୍ ପରେ ରାଜପାଲଙ୍କୁ ଆଉ ଏକ ବଡ଼ ଝଟ୍‌କା, ସମ୍ପତ୍ତି ନିଲାମ କରିବ ବ୍ୟାଙ୍କ

ମୁମ୍ବାଇ ୦୬/୦୮: ବଲିଉଡ୍ କମେଡି ଅଭିନେତା ରାଜପାଲ ଯାଦବଙ୍କ ପାଇଁ ସମସ୍ୟା ବଢ଼ିବାରେ ଲାଗିଛି। ଜୁଲାଇ ୧୦ ତାରିଖରେ ଦିଲ୍ଲୀ ହାଇକୋର୍ଟ ତାଙ୍କୁ ଚେକ୍ ବାଉନ୍ସ ମାମଲାରେ ଦୋଷୀ ସାବ୍ୟସ୍ତ କରି ଜେଲଦଣ୍ଡ ଶୁଣାଇଥିଲେ। ଏବେ, ଅଭିନେତାଙ୍କୁ ଆଉ ଏକ ଝଟକା ଲାଗିଛି।

୧୬ କୋଟି ଟଙ୍କାର ଋଣ ପରିଶୋଧ ନକରିବା କାରଣରୁ ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ତାଙ୍କର ଦୁଇଟି ସମ୍ପତ୍ତି ନିଲାମ କରିବାକୁ ଯାଉଛି। ବ୍ୟାଙ୍କ ଉଭୟ ସମ୍ପତ୍ତିକୁ ନିଜ କବଜାରେ ନେଇଛି - ଯାହା ଋଣ ନେବା ସମୟରେ ବନ୍ଧକ ରଖାଯାଇଥିଲା - ଏବଂ ସେପ୍ଟେମ୍ବର ୯ ରେ ନିଲାମ ପାଇଁ ସ୍ଥିର କରିଛି।

ନିଲାମ ହେଉଥିବା ଦୁଇଟି ସମ୍ପତ୍ତି ମଧ୍ୟରୁ ଗୋଟିଏ ଶାହଜାହାନପୁରର କଚହାରି ରୋଡରେ ଅବସ୍ଥିତ, ଅନ୍ୟଟି ବାନ୍ଦ୍ରା ଏବଂ ବାନ୍ଦ୍ରା-କୁର୍ଲା କମ୍ପ୍ଲେକ୍ସ ଅଞ୍ଚଳରେ ଅବସ୍ଥିତ। ରିପୋର୍ଟ ଅନୁଯାୟୀ, ଏହି ସମ୍ପତ୍ତିର ମୂଲ୍ୟ ପ୍ରାୟ ୩.୧୯ କୋଟି ହେବ ବୋଲି ଆକଳନ କରାଯାଉଛି।

କାହିଁକି ହେଉଛି ନିଲାମ?

ଏହି ମାମଲା ୨୦୧୨ ମସିହାରେ ନିର୍ମିତ ଚଳଚ୍ଚିତ୍ର ‘ଅତା ପତା ଲାପତା’ ସହିତ ଜଡିତ, ଯାହାର ନିର୍ଦ୍ଦେଶନା ନିଜେ ରାଜପାଲ ଯାଦବ କରିଥିଲେ। ଏହି ଫିଲ୍ମ ପାଇଁ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆରୁ ଋଣ ନିଆଯାଇଥିଲା।କିନ୍ତୁ ଫିଲ୍ମଟି ବକ୍ସ ଅଫିସରେ ଫ୍ଲପ୍ ହୋଇଥିଲା, ଏବଂ ଅଭିନେତା ଋଣ ପରିଶୋଧ କରିପାରିନଥିଲେ। ସମୟ ସହିତ ସୁଧ ଜମା ହୋଇଥିଲା ଏବଂ ବକେୟା ରାଶି ଏବେ ୧୬ କୋଟି ଅତିକ୍ରମ କରିସାରିଛି।

ଆହୁରି ପଢ଼ନ୍ତୁ...Kroll Celebrity Brand Valuation 2025: କ୍ରଲ୍ର ସେଲିବ୍ରିଟି ବ୍ରାଣ୍ଡ ଭାଲ୍ୟୁ: ଶୀର୍ଷରେ ଶାହରୁଖ, ରଣବୀର ୨ୟ

ତେବେ ପୂର୍ବରୁ, ଦିଲ୍ଲୀ ହାଇକୋର୍ଟ ଏହି ଚଳଚ୍ଚିତ୍ର ପାଇଁ ନିଆଯାଇଥିବା ଋଣ ପରିଶୋଧ କରିବାରେ ବିଫଳ ହେବା ପାଇଁ ଜୁଲାଇ ୧୦ରେ ରାଜପାଲ ଯାଦବଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ଏବଂ ତାଙ୍କୁ ତିନି ମାସ ଜେଲଦଣ୍ଡ ଦେଇଥିଲେ। ଏହା ସହିତ, ହାଇକୋର୍ଟ ତାଙ୍କ ଉପରେ ୧.୦୫ କୋଟି ଜରିମାନା ଲଗାଇଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।