Rajnath Singh: ରାଜନାଥ ସିଂହଙ୍କ ଶାସନ ପରିବର୍ତ୍ତନ ଅଭିଯୋଗ ଉପରେ କପିଲ ସିବଲଙ୍କ ପାଲଟା ଜବାବ

Oct 17, 2026 - 16:36
Rajnath Singh: ରାଜନାଥ ସିଂହଙ୍କ ଶାସନ ପରିବର୍ତ୍ତନ ଅଭିଯୋଗ ଉପରେ କପିଲ ସିବଲଙ୍କ ପାଲଟା ଜବାବ

"ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବିରୋଧୀ ଦଳ ଏବଂ ଇଣ୍ଡିଆ ଆଲାଏନ୍ସକୁ କଡ଼ା ସମାଲୋଚନା କରି ଅଭିଯୋଗ କରିଥିଲେ ଯେ, ସେମାନଙ୍କର ଲକ୍ଷ୍ୟ ନିର୍ବାଚନୀ ସଂସ୍କାର ନୁହେଁ, ବରଂ ଦେଶରେ ଅରାଜକତା ବିସ୍ତାର କରି କ୍ଷମତା ହାସଲ କରିବା।

ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି ସେ କହିଥିଲେ, ଅରାଜକତାରେ ଯୁବପିଢ଼ିଙ୍କୁ ମୋହରା ଭାବରେ ବ୍ୟବହାର କରାଯାଉଛି ଏବଂ କିଛି ଲୋକ ବାଂଲାଦେଶ ପରି ଭାରତରେ କ୍ଷମତା ପରିବର୍ତ୍ତନ ଚାହୁଁଛନ୍ତି।

ରାଜନାଥ ସିଂହଙ୍କ ମନ୍ତବ୍ୟର ପାଲଟା ଜବାବ ଦେଇଛନ୍ତି ବରିଷ୍ଠ ଆଇନଜୀବୀ ଏବଂ ରାଜ୍ୟସଭା ସାଂସଦ କପିଲ ସିବଲ।Advertisment କଂଗ୍ରେସ ବାଂଲାଦେଶ ପରି ସରକାର ପରିବର୍ତ୍ତନ ଚାହୁଁଛି ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟରେ କପିଲ ସିବଲ କହିଛନ୍ତି, ରାଜନାଥ ସିଂହ, ଆପଣ ଅଭିଯୋଗ କରୁଛନ୍ତି ଯେ, କଂଗ୍ରେସ ବାଂଲାଦେଶ ପରି ସରକାର ପରିବର୍ତ୍ତନ ଚାହୁଁଛି।

ଏହା ସତ୍ୟ ନୁହେଁ।

ଜନତା ସରକାର ପରିବର୍ତ୍ତନ ଚାହୁଁଛନ୍ତି।

ଦୁର୍ନୀତି ବିରୋଧରେ ଭାରତ ସ୍ଲୋଗାନ ଦେଇ ପ୍ରତିବାଦ ଆପଣଙ୍କୁ କ୍ଷମତାକୁ ଆଣିଥିଲା।

କିନ୍ତୁ କଣ ହେଲା?

ଆପଣ ଦୁର୍ନୀତି ଆପଣେଇଲେ।

ସରକାରୀ ସଂସ୍ଥାକୁ ନିଜ ନିୟନ୍ତ୍ରଣକୁ ନେଇ ଭୋଟର ତାଲିକାରେ ହେରଫେର୍ କଲେ।

ଏବେ ଯିବାର ସମୟ ଆସିଗଲା।

ଓଡ଼ିଶା ଭିଜିଲାନ୍ସର ବିଳମ୍ବିତ ରାତିରେ ଚଢ଼ାଉ: ଅଧୀକ୍ଷଣ ଯନ୍ତ୍ରୀଙ୍କଠାରୁ ୨୧ ଲକ୍ଷ ୮୮ ହଜାର ୬୨୦ ଟଙ୍କା ନଗଦ ଜବତ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)