Rajnath Singh: ପ୍ରତିରକ୍ଷା ଓ ସାମୁଦ୍ରିକ ସୁରକ୍ଷା ମଜବୁତ କରିବାକୁ ରାଜନାଥ ସିଂହଙ୍କ ଆହ୍ୱାନ

Oct 14, 2026 - 16:04
Rajnath Singh: ପ୍ରତିରକ୍ଷା ଓ ସାମୁଦ୍ରିକ ସୁରକ୍ଷା ମଜବୁତ କରିବାକୁ ରାଜନାଥ ସିଂହଙ୍କ ଆହ୍ୱାନ

"ନୂଆଦିଲ୍ଲୀ:ଭାରତ ଓ ଏସିଆନ୍ ଦେଶଗୁଡ଼ିକ ମଧ୍ୟରେ ସାମୁଦ୍ରିକ ସୁରକ୍ଷା, କାଉଣ୍ଟର-ଡ୍ରୋନ୍ ସିଷ୍ଟମ୍, ସାଇବର ପ୍ରତିରକ୍ଷା ଓ ବିପର୍ଯ୍ୟୟ ମୁକାବିଲା ଭଳି କ୍ଷେତ୍ରରେ ମିଳିତ ଗବେଷଣା ଏବଂ ଦୃଢ଼ ପ୍ରତିରକ୍ଷା ସହଯୋଗ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବୁଧବାର ଆହ୍ୱାନ ଦେଇଛନ୍ତି।

ଆଞ୍ଚଳିକ ଚ୍ୟାଲେଞ୍ଜଗୁଡ଼ିକର ମୁକାବିଲା ପାଇଁ ମିଳିତ କାର୍ଯ୍ୟ ଏବଂ ବ୍ୟବହାରିକ ସମାଧାନ ଜରୁରୀ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି।Advertisment ଜାତୀୟ ରାଜଧାନୀରେ ଆୟୋଜିତ ଏସିଆନ୍-ଭାରତ ପ୍ରତିରକ୍ଷା ଥିଙ୍କ୍ ଟ୍ୟାଙ୍କ ଫୋରମକୁ ସମ୍ବୋଧିତ କରି ରାଜନାଥ ସିଂହ କହିଛନ୍ତି ଯେ ଏହି ମଞ୍ଚ କେବଳ ମତାମତ ଆଦାନପ୍ରଦାନ ମଧ୍ୟରେ ସୀମିତ ନରହି ସରକାର ଏବଂ ଅନୁଷ୍ଠାନଗୁଡ଼ିକ ମିଳିତ ଭାବେ କାର୍ଯ୍ୟକାରୀ କରିପାରିବା ଭଳି ବ୍ୟବହାରିକ ପଦକ୍ଷେପଗୁଡ଼ିକୁ ଚିହ୍ନଟ କରିବାରେ ସହାୟକ ହେବା ଉଚିତ୍।

ଭାରତ ଏବଂ ଦକ୍ଷିଣ-ପୂର୍ବ ଏସିଆ ମଧ୍ୟରେ ଥିବା ପୁରାତନ ସାଂସ୍କୃତିକ ଓ ବାଣିଜ୍ୟିକ ସମ୍ପର୍କକୁ ମନେ ପକାଇ ସେ କହିଛନ୍ତି ଯେ ସାମୁଦ୍ରିକ ପଥ ଏହି ଦେଶଗୁଡ଼ିକୁ ଶତାବ୍ଦୀ ଶତାବ୍ଦୀ ଧରି ଯୋଡ଼ି ରଖିଛି।

ଭାରତର ''ଆକ୍ଟ ଇଷ୍ଟ ପଲିସି'', ''ସାଗର'' ଏବଂ ''ମହାସାଗର'' ଭିଜନ୍ ମୁକ୍ତ ତଥା ବହୁମୁଖୀ ସହଯୋଗକୁ ପ୍ରୋତ୍ସାହିତ କରୁଛି ବୋଲି ସେ ମତ ଦେଇଛନ୍ତି।

ବର୍ତ୍ତମାନର ବଦଳୁଥିବା କ୍ଷେତ୍ରୀୟ ସୁରକ୍ଷା ବାତାବରଣରେ ଆତଙ୍କବାଦ, ସାଇବର କ୍ରାଇମ ଏବଂ ଜଳବାୟୁ ଜନିତ ବିପର୍ଯ୍ୟୟ ଭଳି ସମସ୍ୟାଗୁଡ଼ିକ କୌଣସି ସୀମା ଭିତରେ ସୀମିତ ନାହିଁ ଏବଂ ଏହାର ମୁକାବିଲା ପାଇଁ ସମସ୍ତେ ମିଶି କାମ କରିବା ଆବଶ୍ୟକ ବୋଲି ସେ ପ୍ରକାଶ କରିଛନ୍ତି।

ବହୁମୁଖୀ ସହଯୋଗକୁ ପ୍ରୋତ୍ସାହିତ ୨୦୨୬ ମସିହାକୁ ''ଏସିଆନ୍-ଭାରତ ସାମୁଦ୍ରିକ ସହଯୋଗ ବର୍ଷ'' ଭାବେ ଘୋଷଣା କରାଯାଇଥିବା ପ୍ରସଙ୍ଗ ଉଠାଇ ସେ ନୌସେନା ଏବଂ କୋଷ୍ଟ ଗାର୍ଡ ମଧ୍ୟରେ ସୂଚନା ଆଦାନପ୍ରଦାନ ଏବଂ ଜରୁରୀକାଳୀନ ପରିସ୍ଥିତିରେ ମିଳିତ ପ୍ରତିକ୍ରିୟା ବଢ଼ାଇବାକୁ ପରାମର୍ଶ ଦେଇଛନ୍ତି।

ଏହାସହ କୃତୀମ ବୁଦ୍ଧିମତା (ଏଆଇ), ଡ୍ରୋନ୍, ସାଇବର କ୍ଷମତା ଏବଂ ମହାକାଶ ଭିତ୍ତିକ ପ୍ରଣାଳୀର ବ୍ୟବହାରକୁ ଗୁରୁତ୍ୱ ଦେଇ ଆତ୍ମନିର୍ଭର ଭାରତ ଜରିଆରେ ସହଯୋଗୀ ଦେଶମାନଙ୍କୁ ମିଳିତ ଭାବେ ପ୍ରତିରକ୍ଷା ସରଞ୍ଜାମ ଡିଜାଇନ୍, ନିର୍ମାଣ ଏବଂ ରକ୍ଷଣାବେକ୍ଷଣ କରିବାକୁ ଭାରତ ପ୍ରସ୍ତୁତ ଅଛି ବୋଲି ସେ କହିଛନ୍ତି।

ସାମାଜିକ ଗଣମାଧ୍ୟମରେ "ମଖି ଜନତା ପାର୍ଟି": ୭୨ ଘଣ୍ଟାରେ ଇନଷ୍ଟାଗ୍ରାମରେ ୩.୩ ଲକ୍ଷ ଅନୁଗାମୀ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)