Rajesh Verma Skips Appearance in Missing CMO Files Case: CMOରୁ ଫାଇଲ ଗାୟବ୍ ମାମଲା, ହାଜର ହେଲେନି ରାଜେଶ ବର୍ମା
CMOରୁ ଦୁଇଟି କମିଶନ ଫାଇଲ ଗାୟବ ଘଟଣାରେ ବଢ଼ିଲା ସସ୍ପେନ୍ସ। କ୍ୟାପିଟାଲ ଥାନାର ନୋଟିସ ସତ୍ତ୍ୱେ ହାଜର ହେଲେନି ପୂର୍ବତନ IAS ଅଧିକାରୀ ରାଜେଶ ବର୍ମା। ଫାଇଲ ଗାୟବ ମାମଲାରେ କ୍ୟାପିଟାଲ ଥାନା ପୋଲିସ ରାଜେଶ ବର୍ମାଙ୍କୁ ନୋଟିସ କରିଥିଲା। ଆଜି ସକାଳ ୧୧ଟା ସୁଦ୍ଧା ଥାନାରେ ହାଜର ହେବାକୁ କୁହାଯାଇଥିଲା। ତେବେ ନିର୍ଦ୍ଧାରିତ ସମୟ ଶେଷ ହୋଇଥିଲେ ମଧ୍ୟ କ୍ୟାପିଟାଲ ଥାନାରେ ହାଜର ହୋଇନାହାନ୍ତି ରାଜେଶ ବର୍ମା। ଫଳରେ ତଦନ୍ତକୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି।
ମାମଲାରେ ପୂର୍ବତନ ଆଇଟି ସଚିବ ମନୋଜ ମିଶ୍ରଙ୍କୁ ମଧ୍ୟ ନୋଟିସ କରିଥିଲା କ୍ୟାପିଟାଲ ଥାନା ପୋଲିସ। ସେ ଗତ ୧୮ ତାରିଖରେ ଥାନାରେ ହାଜର ହୋଇ ନିଜ ପକ୍ଷ ରଖିଥିବାବେଳେ ରାଜେଶ ବର୍ମାଙ୍କ ଅନୁପସ୍ଥିତି ନାନା ଚର୍ଚ୍ଚା ସୃଷ୍ଟି କରିଛି ।
ଏବେ ପ୍ରଶ୍ନ ଉଠୁଛି, ରାଜେଶ ବର୍ମାଙ୍କୁ ପୋଲିସ ପୁଣି ଥରେ ନୋଟିସ ଜାରି କରିବ ନା ଆଇନଗତ ଭାବେ ପରବର୍ତ୍ତୀ ପଦକ୍ଷେପ ନେବ। ତେବେ ଏନେଇ ପୋଲିସ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଔପଚାରିକ ସୂଚନା ଦିଆଯାଇନାହିଁ।
ହାଜର ହେଲେନି ରାଜେଶ ବର୍ମା
ନୋଟିସ ସତ୍ତ୍ୱେ ଥାନାକୁ ଆସିଲେନି ରାଜେଶ ବର୍ମା**
ଆଜି ଦିନ ୧୧ଟା ସୁଦ୍ଧା ହାଜର ହେବାକୁ ଥିଲା ନିର୍ଦ୍ଦେଶ
ସମୟସୀମା ଶେଷ, ଥାନାରେ ପହଞ୍ଚିଲେନି ରାଜେଶ ବର୍ମା
ମନୋଜ ମିଶ୍ର ହାଜର ହୋଇଥିଲେ, ରାଜେଶ ବର୍ମା ଆସିଲେନି
ଦୁଇ ଫାଇଲ ଗାୟବ ମାମଲାରେ ତଦନ୍ତ ଜାରି
ରାଜେଶ ବର୍ମାଙ୍କ ଅନୁପସ୍ଥିତିକୁ ନେଇ ନାନା ପ୍ରଶ୍ନ
ପୋଲିସର ପରବର୍ତ୍ତୀ ପଦକ୍ଷେପ ଉପରେ ନଜର
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।