Rajasthan Shiva Temple: ଏଠାରେ ଦିନକୁ ତିନିଥର ବଦଳେ ଶିବଲିଙ୍ଗର ରଙ୍ଗ, ୩୦୦ ବର୍ଷ ଧରି ଜଳୁଛି ଅନନ୍ତ ଅଗ୍ନି

Aug 05, 2026 - 12:37
Rajasthan Shiva Temple: ଏଠାରେ ଦିନକୁ ତିନିଥର ବଦଳେ ଶିବଲିଙ୍ଗର ରଙ୍ଗ, ୩୦୦ ବର୍ଷ ଧରି ଜଳୁଛି ଅନନ୍ତ ଅଗ୍ନି

"ରାଜସ୍ଥାନ: ଭଗବାନ ଶିବଙ୍କ ପବିତ୍ର ଶ୍ରାବଣ ମାସରେ ରାଜସ୍ଥାନର ଆଲୱର ସହରସ୍ଥିତ ଐତିହାସିକ ଶ୍ରୀ ତ୍ରିପୋଲିଆ ମହାଦେବ ମନ୍ଦିରରେ ଭକ୍ତି ଓ ଆସ୍ଥାର ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି।

ପ୍ରାୟ ୩୦୦ ବର୍ଷ ପୁରୁଣା ଏହି ମନ୍ଦିର ଏବେ ମଧ୍ୟ ତାହାର ଚମତ୍କାରୀ ଘଟଣା ଓ ପାରମ୍ପରିକତା ପାଇଁ ଦେଶବ୍ୟାପୀ ଭାବେ ପରିଚିତ।Advertisment ମୁଖ୍ୟ ଆକର୍ଷଣ ହେଉଛି ନର୍ମଦେଶ୍ୱର ଶିବଲିଙ୍ଗ ମନ୍ଦିରର ମୁଖ୍ୟ ଆକର୍ଷଣ ହେଉଛି ନର୍ମଦେଶ୍ୱର ଶିବଲିଙ୍ଗ, ଯାହା ଦିନକୁ ତିନିଥର ରଙ୍ଗ ପରିବର୍ତ୍ତନ କରୁଥିବା କଥା ଭକ୍ତମାନେ ବିଶ୍ୱାସ କରନ୍ତି।

ପ୍ରଭାତ, ଦିବା ଓ ସନ୍ଧ୍ୟାବେଳେ ଶିବଲିଙ୍ଗର ରଙ୍ଗରେ ଏହି ପରିବର୍ତ୍ତନକୁ ଭକ୍ତମାନେ ଦିବ୍ୟ ଚମତ୍କାର ଭାବେ ମାନୁଛନ୍ତି।

ଏହା ସହିତ ମନ୍ଦିର ପ୍ରତିଷ୍ଠା ହେବା ସମୟରୁ ଜଳୁଥିବା ଅନନ୍ତ ଅଗ୍ନି ମଧ୍ୟ ଏଠାର ଆଉ ଗୋଟିଏ ବିଶେଷତା।

ଦେବୀ ପାର୍ବତୀ ଓ ଭଗବାନ ଶିବଙ୍କ ପ୍ରତୀକ ଭାବେ ଦୁଇଟି ଅଗ୍ନି ପ୍ରାୟ ୩୦୦ ବର୍ଷ ଧରି ନିରନ୍ତର ଜଳୁଥିବା କୁହାଯାଉଛି।

କେବଳ ରାଜସ୍ଥାନ ନୁହେଁ, ଦିଲ୍ଲୀ, ଉତ୍ତର ପ୍ରଦେଶ ଓ ହରିୟାଣା ଭଳି ନିକଟସ୍ଥ ରାଜ୍ୟରୁ ମଧ୍ୟ ହଜାର ହଜାର ଭକ୍ତ ଏଠାକୁ ଦର୍ଶନ ପାଇଁ ଆସୁଛନ୍ତି।

ଭକ୍ତମାନଙ୍କ ବିଶ୍ୱାସ ଅନୁଯାୟୀ, ଏଠାରେ କରାଯାଇଥିବା ମନୋକାମନା ନିଶ୍ଚୟ ପୂରଣ ହୁଏ।

ଇଚ୍ଛା ପୂରଣ ପରେ ଭକ୍ତମାନେ ଅନନ୍ତ ଜ୍ୱାଳାରେ ଘିଅ ଅର୍ପଣ କରନ୍ତି।

Pepper spray: ସ୍କୁଲ୍ ଗୁଳିକାଣ୍ଡ ରୋକିବ ପେପ୍ପର୍‌ ସ୍ପ୍ରେ ଡ୍ରୋନ୍‌ ଏହି ମନ୍ଦିର ଆଲୱର ସହରର ଧାର୍ମିକ ପରିଚୟର ଏକ ପ୍ରମୁଖ କେନ୍ଦ୍ର ଭାବେ ପରିଚିତ।

ସରାଫା ଓ ମାଲାଖେଡା ବଜାର ସମେତ ଅନେକ ବ୍ୟବସାୟୀ ନିଜ ଦୋକାନ ଖୋଲିବା ପୂର୍ବରୁ ଏଠାରୁ ପବିତ୍ର ଜଳ ନେଇ ପୂଜା କରନ୍ତି।

ମନ୍ଦିର ପରିସରରେ ଶିବ ପରିବାର ସହିତ ଦୁର୍ଗା ମାତା, ଶ୍ରୀ ରାମ ଦରବାର, ହନୁମାନଜୀ, ନରସିଂହ ଓ ଲକ୍ଷ୍ମୀ ନାରାୟଣଙ୍କ ମୂର୍ତ୍ତି ଥିବାରୁ ଏହାକୁ ଏକ ପଞ୍ଚାୟତିରାଜ ଧାର୍ମିକ ସ୍ଥଳ ଭାବେ ମଧ୍ୟ ମନାଯାଏ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।