Raja Festival Joy Turns Tragic: ଅଧା ରହିଗଲା ରଜ ଭାର, ଭଉଣୀ ଘରକୁ ଭାର ନେଇ ଯାଉଥିବା ବେଳେ ଦୁର୍ଘଟଣା
ଅଧା ରହିଗଲା ରଜ ଭାର। ଭଉଣୀ ଘରକୁ ରଜ ଭାର ନେଇ ଯାଉଥିବା ବେଳେ ରାସ୍ତାରେ ଯେମିତି ଜଗି ବସିଥିଲା ଯମ। ରାଜ୍ୟରେ ରଜ ପର୍ବର ଉତ୍ସାହ ଭିତରେ ଘଟିଯାଇଛି ଲୋମଟାଙ୍କୁରା ଦୁର୍ଘଟଣା। କଟକ ବଡମ୍ବା ଟି-ସେତୁ ଉପରେ ଅଟୋ ଓ ବାଇକ ମଧ୍ୟରେ ହୋଇଛି ମୁହାଁମୁହିଁ ଧକ୍କା। ଦୁର୍ଘଟଣାରେ ଯୁବକଙ୍କ ମୁଣ୍ଡ-ଗଣ୍ଡି ଅଲଗା ହୋଇଯାଇଛ। ମୃତ ଯୁବକ ହେଲେ ବଡମ୍ବା ବୃନ୍ଦାବନପୁର ଗାଁର ସୁଶୀଲ କୁମାର ଗୋଛି। ସେ ବାଇକରେ ଭଉଣୀ ଘରକୁ ଭାର ନେଇ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି।
ଅଟୋରେ ଥିବା ୬ ଜଣ ମହିଳା ଆହତ ହୋଇଛନ୍ତି।ଦୁର୍ଘଟଣାରେ ଚୁରମାର ହୋଇଯାଇଛି ଅଟୋ। .. ସେପଟେ କେନ୍ଦୁଝରରେ ଦୁଇଟି ପୃଥକ ସଡକ ଦୁର୍ଘଟଣାରେ ୫ ଜଣଙ୍କ ଜୀବନ ଯାଇଛି। ବାଂଶପାଳ ବ୍ଲକ କାଞ୍ଜିପାଣି ଏନଏଚ୍-୪୯ କୁଆଁର ଠାରେ ଅଜଣା ଗାଡି ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ସେମାନେ ହେଲେ କୁଆଁର ଗାଁର ଲକ୍ଷ୍ମଣ ସନଙ୍ଗି ଓ ଅକ୍ଷୟ ସନଙ୍ଗି।
ସେହି କୁଆଁର ଛକର ଅନ୍ୟ ଏକ ସ୍ଥାନରେ ମଧ୍ୟ ଦୁର୍ଘଟଣା ଘଟି ୩ ଜଣ ପ୍ରାଣ ହରାଇଛନ୍ତି। ରଙ୍ଗ ରୁଟରେ ଆସୁଥିବା ଏକ ଟ୍ରକ ବାଇକକୁ ଦଳିଦେଇଥିବା ବେଳେ ସେଥିରେ ଥିବା ତିନି ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ତିନିଜଣ ବାଂଶପାଳ ବ୍ଲକ ପଦାକସଡ଼ା ଗାଁର। ଟ୍ରକ ଛାଡି ଫେରାର ହୋଇଯାଇଛି ଡ୍ରାଇଭର। ସେପଟେ କ୍ଷତିପୂରଣ ଦାବିରେ ଲୋକେ ରାସ୍ତା ଅବରୋଧ କରିଥିଲେ l
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।