Rain Threat Looms Over Rath Yatra: ରଥଯାତ୍ରା ବେଳକୁ ରାଜ୍ୟରେ ଛେଚିବ ବର୍ଷା ! ପାଣିପାଗ ମଡେଲର ଆକଳନ
ରଥଯାତ୍ରା ବେଳକୁ ରାଜ୍ୟରେ ଛେଚିବ ବର୍ଷା । ପୁଣି ବଙ୍ଗୋପସାଗରରେ ଦାନା ବାନ୍ଧିପାରେ ଲଘୁଚାପ।ଏନେଇ ଆକଳନ କରିିଛି ବିଭିନ୍ନ ପାଣିପାଗ ମଡେଲ୍ । ପାଣିପାଗ ବିଜ୍ଞାନୀଙ୍କ ଆକଳନ ଅନୁସାରେ, ଆସନ୍ତା ୧୪ କିମ୍ବା ୧୫ ତାରିଖରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଯାହାକି ଲଘୁଚାପ ରୂପ ନେଇପାରେ ।
ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ଲଘୁଚାପର ସୃଷ୍ଟି ହୋଇପାରେ । ଘୂର୍ଣ୍ଣିବଳୟ ସକ୍ରିୟ ହେବା ପାଇଁ ପାରିପାର୍ଶ୍ବିକ ସ୍ଥିତି ଅନୁକୁଳ ରହିଛି । ଏଭଳି ହେଲେ ଆସନ୍ତା ୧୩ ତାରିଖରୁ ରାଜ୍ୟରେ ବର୍ଷା ବଢିପାରେ। ତେବେ ଆସନ୍ତା ତିନିଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଦେଖିବାକୁ ମିଳିବ । କିଛି ସ୍ଥାନରେ ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ପବନ ହେବାନେଇ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ସେପଟେ ହୀରାକୁଦରୁ ୧୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି । କୌଣସି ଅଞ୍ଚଳକୁ ବନ୍ୟା ଭୟ ନଥିବାବେଳେ ପ୍ରାୟ ୩୬ ଘଣ୍ଟା ଭିତରେ ମୁଣ୍ଡଳୀରେ ହୀରାକୁଦ ପାଣି ପହଞ୍ଚିବ । ବର୍ଷା ନଥିବାରୁ ବିଭିନ୍ନ ନଦୀର ଜଳସ୍ତର ମଧ୍ୟ ହ୍ରାସ ଘଟୁଛି ।
ଆସୁଛି ଆଉ ଏକ ଲଘୁଚାପ !
ବଙ୍ଗୋପସାଗରରେ ଦାନା ବାନ୍ଧିପାରେ ଲଘୁଚାପ
୧୪ କିମ୍ବା ୧୫ରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ !
ଘୂର୍ଣ୍ଣିବଳୟ ସକ୍ରିୟ ହେବାକୁ ଅନୁକୁଳ ସ୍ଥିତି !
୧୩ ତାରିଖରୁ ରାଜ୍ୟରେ ବର୍ଷା ବଢିପାରେ
ତିନିଦିନ ଯାଏଁ ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମଧରଣ ବର୍ଷା
କିଛି ସ୍ଥାନରେ ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ପବନ
ହୀରାକୁଦରୁ ୧୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।