Rain in Bhubanswer: ବୁଡ଼େଇଲା ଅବିଶ୍ରାନ୍ତ ବର୍ଷା: ଉଛୁଳିଲା ଆବର୍ଜନା ମିଶା ବର୍ଷାପାଣି
"ଭୁବନେଶ୍ବର: ଅବିଶ୍ରାନ୍ତ ବର୍ଷା ଆଜି ରାଜଧାନୀ ଭୁବନେଶ୍ବରକୁ ଉବୁଟୁବୁ କରିଛି।
ଜନଜୀବନକୁ ଏହା ପ୍ରଭାବିତ କରିଛି।
ପ୍ରମୁଖ ରାସ୍ତାଘାଟଠାରୁ ଆରମ୍ଭ କରି ଗଳିକନ୍ଦି, ସବୁ ଜଳାର୍ଣ୍ଣବ ହୋଇଛି।
ଉଭୟ ସ୍ବେରେଜ ଓ ନାଳରେ ବର୍ଷା ଜଳ ନିଷ୍କାସନ ହୋଇନପାରି ନାଳପାଣି ମିଶା ବର୍ଷାପାଣି ରାସ୍ତାରେ ଉଛୁଳିଛି।
ତଳିଆ ଅଞ୍ଚଳରେ ଅନେକ ଘରେ ପାଣି ପଶିଛି।
ଏହା ବିଏମ୍ସିର ଅପାରଗତାକୁ ଦର୍ଶାଇଛି।
ବର୍ଷା ପୂର୍ବରୁ ନିର୍ମାଣାଧୀନ ସବୁ ନାଳ କାମ ସାରିବାକୁ ନିଷ୍ପତ୍ତି ହୋଇଥିଲା।
କିନ୍ତୁ ଏସବୁ ଅଧାଗଢ଼ା ହୋଇପଡ଼ିଛି।
ଯାହାର ପରିଣାମସ୍ବରୂପ ଆଜି ଜଳାର୍ଣ୍ଣବ ଓ ଜଳବନ୍ଦି ପରିସ୍ଥିତି ଉପୁଜିଛି।
ବିଏମ୍ସିର ରାପିଡ୍ ଆକ୍ସନ୍ ଟିମ୍ ଜଳବନ୍ଦି ଅଞ୍ଚଳରୁ ପାଣିପମ୍ପ ଲଗାଇ ଜଳ ନିଷ୍କାସନ କରିଥିଲେ ବି ଲୋକେ ଜଳ ଯନ୍ତ୍ରଣାରୁ ମୁକୁଳି ପାରିନାହାନ୍ତି।Advertisment Amrit Bharat Station: ଅମୃତ ଭାରତ ଯୋଜନାରେ ଆଧୁନିକୀକରଣ; ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଆଜି ଲୋକାର୍ପଣ ତିନିଦିନ ହେବ ଭୁବନେଶ୍ବରରେ ଲଗାଣ ବର୍ଷା ଜାରି ରହିଛି।
କିନ୍ତୁ ଆଜିର ବର୍ଷା ଅଧିକ ଯନ୍ତ୍ରଣା ଦେଇଛି।
ଅର୍ଦ୍ଧନିର୍ମିତ ନାଳରେ ବର୍ଷାପାଣି ନିଷ୍କାସନ ହୋଇ ନପାରି ରାସ୍ତାରେ ଭାସିଛି।
ଲକ୍ଷ୍ମୀସାଗରସ୍ଥିତ କଟକ ରୋଡ୍ରେ ଉଭୟ ପାର୍ଶ୍ବ ନାଳ ନିର୍ମାଣ କରାଯାଉଛି।
ଗୋଟିଏ ପାର୍ଶ୍ବ ପୂର୍ତ୍ତ ବିଭାଗ ଓ ଅନ୍ୟପାର୍ଶ୍ବ ବିଏମ୍ସି କରୁଛି।
ନାଳକୁ ଅଧିକ ଚଉଡ଼ା କରି ୧୦ ନମ୍ବର ନାଳରେ ସଂଯୋଗ ଯୋଜନା କରାଯାଇଛି।
କିନ୍ତୁ ଉଭୟ ପୂର୍ତ୍ତ ଓ ବିଏମ୍ସିର ଏହି ନିର୍ମାଣାଧୀନ ନାଳ ଅଧାଗଢ଼ା ଅବସ୍ଥାରେ ପଡ଼ିଛି।
ଫଳସ୍ବରୂପ ବର୍ଷାପାଣି ନିଷ୍କାସନ ନ ହୋଇପାରି ପୁରୁଣା ଷ୍ଟେସନ୍ ବଜାରଠାରୁ ଲକ୍ଷ୍ମୀସାଗର ପର୍ଯ୍ୟନ୍ତ ରାସ୍ତାକୁ ବୁଡ଼ାଇଛି।
ବମିଖାଲରୁ ରସୁଲଗଡ଼ ରାସ୍ତାରେ ବି ସମାନ ସ୍ଥିତି।
ଏଠାରେ ବି ଦୁଇପାର୍ଶ୍ବ ନାଳ ନିର୍ମାଣାଧୀନ ଅଛି।
ଏଣୁ ଉଭୟ ଆବର୍ଜନା ଓ ବର୍ଷା ଜଳ ନିଷ୍କାସନ ହୋଇ ନପାରି ରାସ୍ତାରେ ଭାସିଛି।
ଯେହେତୁ ବର୍ଷା ଜଳରେ ଆବର୍ଜନା ପାଣି ମିଶିଛି, ଏଥିରୁ ପ୍ରବଳ ଦୁର୍ଗନ୍ଧ ବାହାରୁଥିବା ଓ ଶୌଚାଦିର ମଇଳା ରାସ୍ତାରେ ଭାସିଛି।
ସେହିଭଳି ଅଶୋକ ନଗର ରାସ୍ତାରେ ବି ବର୍ଷା ପାଣି ଲହଡ଼ି ମାରିଛି।
ସହରର ଅନ୍ୟାନ୍ୟ ରାସ୍ତାଘାଟ ବି ବୁଡ଼ିଛି।
Maoists: ସୀମାନ୍ତରୁ ମାଓ ଡମ୍ପ ଉଦ୍ଧାର; ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ଜବତ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।