Rain Havoc Continues: ଲଗାଣ ବର୍ଷାରେ ବେହାଲ ସୁବର୍ଣ୍ଣପୁର, ୪ ଫୁଟ ଉପରେ ଚାଲିଲା ବନ୍ୟାପାଣି
ଲଗାଣ ବର୍ଷା ଯୋଗୁଁ ସୁବର୍ଣ୍ଣପୁର ଜିଲ୍ଲାରେ ହାଲ ବେହାଲ ହୋଇଛି। ଗତ ୪ ଦିନ ହେଲା ଲଗାଣ ବର୍ଷା ଯୋଗୁଁ ଜଳମଗ୍ନ ହୋଇଛି ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନ। ବିଶେଷକରି ବର୍ଷା ଯୋଗୁଁ ବୀରମହାରାଜପୁର- ଆମରପାଲି ରାସ୍ତାର ଭୁତିଆପାଲି ନିକଟ ଘୁଙ୍ଗୀନାଳ ଉପରେ ଗତକାଲି ସନ୍ଧ୍ୟାରୁ ୪ ଫୁଟ ଉଚ୍ଚରେ ବନ୍ୟାପାଣି ପ୍ରବାହିତ ହେଉଥିଲା।
ଫଳରେ ରାତିସାରା ଏହି ରାସ୍ତାଦେଇ ଯୋଗାଯୋଗ ବିଛିନ୍ନ ରହିଥିଲା। ତେବେ ଆଜି ସକାଳୁ ଜଳସ୍ତର କମିଥିବାରୁ ପୁନର୍ବାର ଏହି ରାସ୍ତାଦେଇ ଯୋଗାଯୋଗ ସ୍ବାଭାବିକ ହୋଇଛି। ତଥାପି ଏବେବି ବନ୍ୟାପାଣି ସେତୁକୁ ସ୍ପର୍ଶକରି ପ୍ରବାହିତ ହେଉଛି। ଉପର ମୁଣ୍ଡରେ ଅଧିକ ବର୍ଷା ହେଲେ ପୁନର୍ବାର ସେତୁ ଉପରେ ବନ୍ୟାପାଣି ପ୍ରବାହିତ ହେବା ଆଶଙ୍କା କରାଯାଉଛି।