Rain: ବର୍ଷା ଆଣିଲା ସାମାନ୍ୟ ଆଶ୍ବସ୍ତି, ୬ ଦିନରେ ୨୦୫୧ ମିଲିମିଟର ବର୍ଷା

Jul 07, 2026 - 09:03
Rain: ବର୍ଷା ଆଣିଲା ସାମାନ୍ୟ ଆଶ୍ବସ୍ତି, ୬ ଦିନରେ ୨୦୫୧ ମିଲିମିଟର ବର୍ଷା

"ରାଉରକେଲା: ଜୁନରେ ବର୍ଷା ଅଭାବ ଜିଲ୍ଲାର ଚାଷର ଭବିଷ୍ୟତକୁ ଅନ୍ଧାର ଭିତରକୁ ଠେଲି ଦେଇଥିଲା।

ଚାଷ କାମ ଏକପ୍ରକାର ଠପ୍‌ ହୋଇଯାଇଥିବାବେଳେ ବିକଳ୍ପ ଚାଷ ପାଇଁ ଚାଷୀ ଯୋଜନା ଆରମ୍ଭ କରିଥିଲେ।

ତେବେ ଚଳିତ ଜୁଲାଇ ମାସର ବର୍ଷା ସାମାନ୍ୟ ଆଶ୍ବସ୍ତି ଆଣିଛି।

ଆଜି ସୁଦ୍ଧା ଜିଲ୍ଲାରେ ୧୧୪.୩୯ ମିଲିମିଟର ହାରରେ ମୋଟ ୨୦୫୧ ମିଲିମିଟର୍‌ ବର୍ଷା ହୋଇଛି।

ଏହି ମଧ୍ୟମ ଲଗାଣ ବର୍ଷା ଖରିଫ ଚାଷ ପାଇଁ ଏକ ବଡ଼ ଆଶୀର୍ବାଦ ସାବ୍ୟସ୍ତ ହୋଇଛି।

ପୂର୍ବରୁ ଅନିଶ୍ଚିତତା ମଧ୍ୟରେ ଥିବା ସୁନ୍ଦରଗଡ଼ର ଚାଷୀ, ଏହି ବର୍ଷା ଯୋଗୁ ପୁନର୍ବାର ଧାନ ଅମଳର ଆଶା ରଖିଛନ୍ତି।

ଗତ ୭ ଦିନ ହେଲା ବର୍ଷାର ପରିମାଣ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି।

Advertisment ଜିଲ୍ଲାରେ ମୋଟ୍‌ ୮୩୯.୪ ମିଲିମିଟର ବର୍ଷା ଗତକାଲି ଜିଲ୍ଲାରେ ମୋଟ୍‌ ୮୩୯.୪ ମିଲିମିଟର ବର୍ଷା ହୋଇଥିବାବେଳେ ୫ ତାରିଖରେ ୨୫୮ ମିଲିମିଟର, ୪ ତାରିଖରେ ୩୨୮.୬ ମିଲିମିଟର, ୩ ତାରିଖରେ ୨୧୨.୭ ମିଲିମିଟର, ୨ ତାରିଖରେ ୨୪୨.୪ ମିଲିମିଟର ଓ ୧ ତାରିଖରେ ୧୭୭.୯ ମିଲିମିଟର ବର୍ଷା ହୋଇଥିଲା।

ତେବେ ଜିଲ୍ଲାର ୧୭ଟି ବ୍ଲକ ମଧ୍ୟରୁ ୧୦ଟି ଜିଲ୍ଲାରେ ବର୍ଷା ସାମାନ୍ୟ ଅଧିକ ରହିଛି।

ଲେଫ୍ରିପଡ଼ା ବ୍ଲକରେ ସର୍ବାଧିକ ୨୫୨ ମିଲିମିଟର ବର୍ଷା ହୋଇଥିବାବେଳେ ବଡ଼ଗାଁରେ ୨୦୪ ମିଲିମିଟର, ବଣାଇଁଗଡ଼ରେ ୧୮୨ ମିଲିମିଟର, ଟାଙ୍ଗରପାଲିରେ ୧୭୩ ମିଲିମିଟର, ହେମଗିରରେ ୧୬୭ ମିଲିମିଟର, ବାଲିଶଙ୍କରାରେ ୧୫୨ ମିଲିମିଟର, ଲହୁଣୀପଡ଼ାରେ ୧୨୩ ମିଲିମିଟର, ସୁନ୍ଦରଗଡ଼ ସଦର ବ୍ଲକରେ ୧୧୧ ମିଲିମିଟର, ହେମଗିରରେ ୧୬୭ ମିଲିମିଟର, ଗୁରୁଣ୍ଡିଆରେ ୧୦୪ ମିଲିମିଟର ଓ କୁତ୍ରା ବ୍ଲକରେ ୧୦୧ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

ତେବେ ଅବଶିଷ୍ଟ ୭ଟି ବ୍ଲକରେ ଅପେକ୍ଷାକୃତ କମ୍‌ ରହିଛି।

Kani River: କାଣୀନଦୀରେ ୨ଟି ଘାଇ, ତଳି ଅଞ୍ଚଳରେ ବନ୍ୟା ଜଳ ବିଶ୍ରା ବ୍ଲକରେ ମୋଟ୍‌ ୩୧ ମିଲିମିଟର ବର୍ଷା ହୋଇଥିବାବେଳେ କୋଇଡ଼ାରେ ୭୧ ମିଲିମିଟର, କୁଆରମୁଣ୍ଡାରେ ୮୫ ମିଲିମିଟର, ଲାଠିକଟାରେ ୬୮ ମିଲିମିଟର, ନୂଆଗାଁରେ ୬୬ ମିଲିମିଟର, ରାଜଗାଙ୍ଗପୁରରେ ୬୮ ମିଲିମିଟର ଓ ସବଡେଗା ବ୍ଲକରେ ୬୧ ମିଲିମିଟର ବର୍ଷା ହୋଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।