Raid: ବିଳମ୍ବିତ ରାତିରେ ଚୋରା ବାଲି ଚାଲାଣ ଉପରେ ପୁଲିସର ଚଢ଼ାଉ: ୪ ହାଇୱା ଓ ୩ ଟ୍ରାକ୍ଟର ଜବତ
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରେ ଚୋରା ବାଲି ଚାଲାଣ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନକୁ କଡ଼ାକଡ଼ି କରିଛି। ବିଳମ୍ବିତ ରାତିରେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୁଲିସ ପକ୍ଷରୁ ସହର ମଧ୍ୟ ଦେଇ ଚାଲାଣ ହେଉଥିବା ବାଲି ବୋଝେଇ ଗାଡ଼ିଗୁଡ଼ିକ ଉପରେ ଚଢ଼ାଉ କରାଯାଇଥିଲା। ଯାଞ୍ଚ ସମୟରେ ୪ଟି ହାଇୱା ଓ ୩ଟି ଟ୍ରାକ୍ଟରକୁ ଅଟକାଇ ତଦନ୍ତ କରାଯାଇଥିଲା। ପୁଲିସ ସୂଚନା ଅନୁଯାୟୀ, ଗାଡ଼ିଗୁଡ଼ିକର ଚାଳକମାନେ ବାଲି ପରିବହନ ସମ୍ପର୍କିତ ଆବଶ୍ୟକ ଦସ୍ତାବିଜ ଓ ଅନୁମତିପତ୍ର ଦେଖାଇବାରେ ବିଫଳ ହୋଇଥିଲେ।
ଆହୁରି ପଢନ୍ତୁ: Murder: ମହିଳାଙ୍କୁ ହତ୍ୟା. ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ଅଭିଯୋଗ
ଫଳରେ ସମସ୍ତ ଗାଡ଼ିକୁ ଜବତ କରାଯାଇ ଥାନାରେ ଅଟକ ରଖାଯାଇଛି। ବେଆଇନ ବାଲି ଚାଲାଣ ସହ ଗାଡ଼ିଗୁଡ଼ିକର ସମ୍ପୃକ୍ତି ରହିଛି କି ନାହିଁ ଏବଂ ବାଲି କେଉଁଠାରୁ ଆସୁଥିଲା ଓ କେଉଁଠାକୁ ନିଆଯାଉଥିଲା, ସେନେଇ ପୋଲିସ ତଦନ୍ତ ଜାରି ରଖିଛି। ତଦନ୍ତ ପରେ ଆଇନ ଅନୁଯାୟୀ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି। ଜିଲ୍ଲାରେ ବେଆଇନ ଖଣିଜ ସମ୍ପଦ ଚାଲାଣ ଉପରେ ପୁଲିସ ଓ ପ୍ରଶାସନ ପକ୍ଷରୁ ଯାଞ୍ଚ ଆହୁରି କଡାକଡି ହେବ ବୋଲି ଜଣାପଡ଼ିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।