Rahul Gandhi's Remarks Spark Fresh Row: ରାହୁଲଙ୍କ ମନ୍ତବ୍ୟ ବଢ଼ାଇଲା ବିବାଦ, ଲୋକସଭାରେ ପାସ୍ ହେଲା ଆଣ୍ଟି ପେପର ଲିକ୍ ବିଲ୍

Jul 29, 2026 - 19:58
Rahul Gandhi's Remarks Spark Fresh Row: ରାହୁଲଙ୍କ ମନ୍ତବ୍ୟ ବଢ଼ାଇଲା ବିବାଦ, ଲୋକସଭାରେ ପାସ୍ ହେଲା ଆଣ୍ଟି ପେପର ଲିକ୍ ବିଲ୍

ଲୋକସଭା କମ୍ପିଲା, ପ୍ରେସମିଟରେ ତେଜିଲା ପଲିଟିକ୍ସ। ଜନ୍ତରମନ୍ତର ଶାନ୍ତ ପଡ଼ିଲା କିନ୍ତୁ ସଂସଦ ଏବେ ବି ନିଟ୍ ପେପର୍ ଲିକ୍ ମାମଲାକୁ ନେଇ ଉଠୁଛି ପଡ଼ୁଛି। ଆଣ୍ଟି ପେପର୍ ଲିକ୍ ଆମେଣ୍ଡମେଣ୍ଟ ବିଲ୍ ଆଗତ ଉପରେ ଆଲୋଚନା ବେଳେ ପୁଣି ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ମନ୍ତବ୍ୟ ବିବାଦକୁ ଟାଣି ଆଣିଛି, କଂଗ୍ରେସକୁ ବ୍ୟାକ୍ ଫୁଟ୍ କୁ ନେଇଛି। କହୁ କହୁ ରାହୁଲ ଆଜି ଅନେକ କଥା କହିଛନ୍ତି। ସେଥିରୁ କିଛି ଶୁଣାଇ ହେବ, ଆଉ କିଛି ଶୁଣାଇବା ସମ୍ଭବପର ନୁହେଁ।  ବାସ୍ ଏମିତି କିଛି ମନ୍ତବ୍ୟ ପରେ ଖଡ୍ଗହସ୍ତ ବିଜେପି। ରାହୁଲଙ୍କୁ ଘେରିଲେ, ମନ୍ତବ୍ୟ ଫେରାଇବା ନେବକୁ ଦାବି କଲେ, ଆଉ ଶେଷରେ ବାଚସ୍ପତି ଏହି ବୟାନକୁ ବିବରଣୀରୁ ବାଦ୍ ଦେଇଛନ୍ତି। GEN-Z ଆନ୍ଦୋଳନ ଓ ଶିକ୍ଷା ବ୍ୟବସ୍ଥାରେ ସୁଧାରକୁ ନେଇ ରାହୁଲ ଗାନ୍ଧିଙ୍କ ଅଭିଭାଷଣରେ କିଛି ଅପଶବ୍ଦ ଥିଲା। ଯାହା ସଂସଦୀୟ ନିୟମ ବିରୋଧୀ। 

ଖାଲି ଏତିକି ନୁହେଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କୁ ସିଧା ନିଶାନା କରିଛନ୍ତି ସେ। ଛାତ୍ରଛାତ୍ରୀଙ୍କ ଉପରକୁ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦେଇଥିବା ଭଳି ସାଂଘାତିକ ଅଭିଯୋଗ କରିଛନ୍ତି ରାହୁଲ। ଏତେ ବଡ଼ ଆନ୍ଦୋଳନ, ଏତେ ବଡ଼ ବିତର୍କରେ  ଗୃହମନ୍ତ୍ରୀ ଶାହ ଉପସ୍ଥିତ ରହିବାକୁ କାହିଁକି ଡରୁଛନ୍ତି ବୋଲି କହି ଟାଗେର୍ଟ କରିଛନ୍ତି। ଏହାର କଡ଼ା ଜବାବ ରଖି ରାହୁଲଙ୍କ ପ୍ରତିଟି ବୟାନକୁ ମିଛ କହିବା ସହ ଛାତ୍ରଛାତ୍ରୀଙ୍କୁ ରାହୁଲ ଅପମାନ କରିଥିବା କହିଛି ବିଜେପି। 

ବିବାଦ ଏତିକିରେ ଥମିନି, ବୟାନବାଜି ଏତିକିରେ କମିନି। GEN-Zଙ୍କ ଆନ୍ଦୋଳନ ଥମିଥିବା ବେଳେ କଙ୍ଗନାଙ୍କ ମନ୍ତବ୍ୟ ପୁଣି ବିବାଦକୁ ବଢ଼ାଇଛି। ଗତକାଲି ସୋସିଆଲ୍ ମିଡିଆରେ କକରୋଚ୍ ପାର୍ଟିର ଆନ୍ଦୋଳନକୁ ‘ଜେନେରେସନ୍ ଗଟର୍’ ବୋଲି କହିଛନ୍ତି କଙ୍ଗନା। ୟେ କେଉଁ ଭଳି ଛାତ୍ରଛାତ୍ରୀ, ଏତେ ଅଭଦ୍ର ଓ ଅଶ୍ଲୀଳ କଥାବାର୍ତ୍ତା କରୁଛନ୍ତି। ଆଉ ଏହି ପୋଷ୍ଟ ମୋବାଇଲରୁ ମୋବାଇଲ୍ ଭାଇରାଲ୍ ପରେ ପ୍ରତିକ୍ରିୟା ରଖିଛି ସିଜେପି। କଙ୍ଗନାଙ୍କୁ ବିଜେପି ଏତେ ଗୁରୁତ୍ବ ଦେଉନି ତ ଆମେ କାହିଁକି ଦେବୁ ବୋଲି କହିଛନ୍ତି ସିଜେପି ମୁଖପାତ୍ର ସୌରଭ ଦାସ। ଅପରପକ୍ଷେ, ବିବାଦ ବଢ଼ିବା ପରେ ପୁଣି ବୟାନ ରଖି, କଙ୍ଗନା ସମାନ ଅନ୍ଦାଜରେ ସମାଲୋଚନା କରିଛନ୍ତି।

GEN-Zଙ୍କ ଆନ୍ଦୋଳନ ବନ୍ଦ ହୋଇଥିବା ବେଳେ ପଲିଟିକ୍ସ କିନ୍ତୁ ଏବେ ବି ଜାରି ରହିଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ବିବାଦ ଥମିବା ବଦଳରେ ପ୍ରତିଦିନି ନୂଆ ନୂଆ ପ୍ରସଙ୍ଗ ମୁଣ୍ଡ ଟେକୁଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।