06 JUNE 2026

Welcome!

Unlock your personalized experience.
Sign Up

Rahul Gandhi: ନିଟ୍ ଛାତ୍ରୀଙ୍କ ଆତ୍ମହତ୍ୟାକୁ ନେଇ କେନ୍ଦ୍ର ସରକାରଙ୍କୁ ବିରୋଧୀଙ୍କ ତୀବ୍ର ସମାଲୋଚନା

Jun 04, 2026 - 18:26
Rahul Gandhi: ନିଟ୍ ଛାତ୍ରୀଙ୍କ ଆତ୍ମହତ୍ୟାକୁ ନେଇ କେନ୍ଦ୍ର ସରକାରଙ୍କୁ ବିରୋଧୀଙ୍କ ତୀବ୍ର ସମାଲୋଚନା

ନୂଆଦିଲ୍ଲୀ: ମହାରାଷ୍ଟ୍ରର ନାଗପୁରରେ ଜଣେ ନିଟ୍‌ ପରୀକ୍ଷାର୍ଥୀଙ୍କ ଆତ୍ମହତ୍ୟା ପ୍ରଶ୍ନପତ୍ର ଲିକ୍ ଓ ପରୀକ୍ଷା ବାତିଲକୁ ନେଇ ଚାଲିଥିବା ବିବାଦକୁ ଅଧିକ ତୀବ୍ର କରିଛି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ ଆପ୍‌ ଆବାହକ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ଅନେକ ନେତା ଛାତ୍ରୀଙ୍କ ଆତ୍ମହତ୍ୟାକୁ ନେଇ ସରକାରଙ୍କୁ ସମାଲୋଚନା କରି ଏଥିପାଇଁ କେନ୍ଦ୍ର ସରକାରଙ୍କ ଦୁର୍ନୀତିଗ୍ରସ୍ତ ବ୍ୟବସ୍ଥାକୁ ଦାୟୀ କରିଛନ୍ତି। ତୃଣମୂଳ କଂଗ୍ରେସ ମଧ୍ୟ ଏହି ଘଟଣା ପାଇଁ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛି।

ଅଧିକପଢ଼ନ୍ତୁ:ପାଣିକୁ ଆତଙ୍କବାଦର ଅସ୍ତ୍ର ଭାବେ ବ୍ୟବହାର କରୁଛି ଭାରତ

ରାହୁଲ ଗାନ୍ଧୀ ନାଗପୁରର ଜଣେ ନିଟ୍‌ ଆଶାୟୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି। ୧୪ ଦିନ ପୂର୍ବେ ଆତ୍ମହତ୍ୟା କରିଥିବା ଛାତ୍ରୀଙ୍କ ପରିବାର ମଧ୍ୟ ପ୍ରଦେଶର ନିଜ ଗାଁକୁ ଫେରିବା ପରେ ସେ ଛାଡିଯାଇଥିବା ଏକ ନୋଟ୍ ପାଇଥିଲେ। ନୋଟ୍‌ରେ ଛାତ୍ରୀ ଲେଖିଛନ୍ତି, ମୁଁ ନିଟ୍‌ ପରୀକ୍ଷାରେ ଭଲ ନମ୍ବର ପାଇବାର ବହୁତ ଆଶା ରଖିଥିଲି, କିନ୍ତୁ ଏବେ କୌଣସି ଗ୍ୟାରେଣ୍ଟି ନାହିଁ ଯେ ଯଦି ମୋତେ ପୁଣି ଥରେ ପରୀକ୍ଷା ଦେବାକୁ ପଡ଼େ ତେବେ ମୁଁ ସେପରି ଭଲ ପ୍ରଦର୍ଶନ କରିବି। ମୁଁ ଦୁଃଖିତ, ବାପା ଓ ମା। ମୁଁ ସବୁକିଛି ନଷ୍ଟ କରିଦେଇଛି ବୋଲି ସୁଇସାଇଡ ନୋଟରେ ଲେଖି ଯାଇଛନ୍ତି। ରାହୁଲ ଗାନ୍ଧୀ ‘ଏକ୍ସ’ରେ କେନ୍ଦ୍ରକୁ ଦାୟୀ କରି ଲେଖିଛନ୍ତି ଯେ, ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧୀନରେ ଚାଲିଥିବା ଏକ ଦୁର୍ନୀତିଗ୍ରସ୍ତ ଓ ଉତ୍ତରଦାୟିତ୍ବ ବିହୀନ ବ୍ୟବସ୍ଥାର ପରିଣାମ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ବାରମ୍ବାର ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ପରେ ବି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତାଙ୍କ ପଦବୀରେ ରହିଛନ୍ତି। ସେ ଆଜି ମଧ୍ୟ ତାଙ୍କ ଚୌକିରେ ଅଛନ୍ତି। ସେହି କମିଟି। ସେହି ବଦଳି। ସେହି ତଦନ୍ତ। କୌଣସି ସଂସ୍କାର ନାହିଁ, କୌଣସି ନ୍ୟାୟ ନାହିଁ। ମୋଦି ଜୀ, କ୍ଷମତା ସ୍ଥାୟୀ ନୁହେଁ, ଏହା ଆସେ ଓ ଚାଲିଯାଏ। କିନ୍ତୁ ଆପଣ ୧୨ ବର୍ଷ ମଧ୍ୟରେ ଶିକ୍ଷା ବ୍ୟବସ୍ଥାକୁ ଯେମିତି ନଷ୍ଟ କରିଦେଇଛନ୍ତି, ଏହାର ମୂଲ୍ୟ ଭାରତୀୟ ଯୁବ ପିଢ଼ି ଦେଉଛି ବୋଲି କହିଛନ୍ତି।

ସେହିପରି ଆମ୍‌ ଆଦମୀ ପାର୍ଟି ଆବାହକ ଅରବିନ୍ଦ କେଜ୍ରିୱାଲ ମୋଦୀ କିମ୍ବା ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ ନ ନେଇ ଲେଖଛନ୍ତି, ବାରମ୍ବାର ପରୀକ୍ଷା ବାତିଲ ଓ ପ୍ରଶ୍ନପତ୍ର ଲିକ୍ ବିବାଦରେ ପ୍ରାଣ ହରାଇଥିବା ଛାତ୍ରଛାତ୍ରୀମାନେ ନ୍ୟାୟ ପାଇବାକୁ ଯୋଗ୍ୟ, ଯାହା କେବଳ ଦେଶରେ କାର୍ଯ୍ୟ କରୁଥିବା ‘ଶିକ୍ଷା ମାଫିଆ’ଙ୍କ ଉପରେ ପ୍ରହାର ଦ୍ୱାରା ସୁନିଶ୍ଚିତ କରାଯାଇପାରିବ। ପୁନଃ ପରୀକ୍ଷା କରିବା ନ୍ୟାୟ ଦେବା ନୁହେଁ, ପୂରା ବ୍ୟବସ୍ଥାକୁ ମାଡ଼ି ବସିଥିବା ଶିକ୍ଷା ମାଫିଆଙ୍କୁ ହଟେଇବା ଜରୁରୀ। ଅନେକ ଛାତ୍ରଛାତ୍ରୀ ଆତ୍ମହତ୍ୟା କରୁଛନ୍ତି, ସେମାନଙ୍କୁ କେବେ ନ୍ୟାୟ ମିଳିବ ବୋଲି କେଜ୍ରିୱାଲ ‘ଏକ୍ସ’ରେ ପୋଷ୍ଟ କରି ପ୍ରଶ୍ନ କରିଛନ୍ତି। ନାଗପୁର ନିଟ୍‌ ଛାତ୍ରୀଙ୍କ ଆତ୍ମହତ୍ୟା ମାମଲାରେ ତୃଣମୂଳ କଂଗ୍ରେସ ମଧ୍ୟ ମୃତକଙ୍କ ପରିବାର ପାଇଁ ସମ୍ବେଦନା ପ୍ରକାଶ କରିବା ସହିତ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛି। ଟିଏମ୍‌ସି ପକ୍ଷରୁ ‘ଏକ୍ସ’ରେ ପୋଷ୍ଟ କରି ଆଉ କେତେ ଅଘଟଣ ପରେ ନରେନ୍ଦ୍ର ମୋଦୀ ସରକାର ଜାଗ୍ରତ ହେବ ବୋଲି ପ୍ରଶ୍ନ କରିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।