Radhashtami: ଜୀବନ-ମନ୍ତ୍ର: ରାଧାଷ୍ଟମୀ

Sep 19, 2026 - 09:18
Radhashtami: ଜୀବନ-ମନ୍ତ୍ର: ରାଧାଷ୍ଟମୀ

"ଭାଦ୍ରବମାସ ଶୁକ୍ଳପକ୍ଷ ଅଷ୍ଟମୀ "ରାଧାଷ୍ଟମୀ" ଭାବରେ ପାଳିତ ହୁଏ।

ଏହା ବୈଷ୍ଣବ ସଂପ୍ରଦାୟର ବଡ଼ ବ୍ରତ।

ଭାଦ୍ରବମାସ କୃଷ୍ଣପକ୍ଷ ଅଷ୍ଟମୀ ବା "ଜନ୍ମାଷ୍ଟମୀ" ପରି, ଏହା ବୈଷ୍ଣବମାନଙ୍କର ବିଶେଷ ପର୍ବ-ଉତ୍ସବର ଦିନ।

ଏହା ଶ୍ରୀରାଧାଙ୍କର ଶୁଭ ଆବିର୍ଭାବ ଦିବସ।"ଭବିଷ୍ୟ ପୁରାଣ"ରେ ଶ୍ରୀରାଧାଙ୍କର ଆବିର୍ଭାବ ବିଷୟରେ ବର୍ଣ୍ଣନା ଅଛି।

ସେଥିରେ ଉଲ୍ଲେଖ ଅଛି, ଭାଦ୍ରବ ମାସ ଶୁକ୍ଳପକ୍ଷ ଅଷ୍ଟମୀର ଦିନାର୍ଦ୍ଧ ସମୟରେ, ଅଭିଜିତ୍ ନକ୍ଷତ୍ରରେ ରାଜଲକ୍ଷଣସଂପନ୍ନା ଶ୍ରୀରାଧାଙ୍କର ଜନ୍ମ ହୋଇଥିଲା।

ସେ ‌ଥିଲେ ରାଣୀ କୀର୍ତ୍ତିଦା ଓ ରାଜା ବୃଷଭାନୁଙ୍କର କନ୍ୟା।

ତାଙ୍କର ଅଙ୍ଗ ଥିଲା ଅତ୍ୟନ୍ତ ସୁକୁମାର।

ସିତରଶ୍ମି ବା ‌ଚନ୍ଦ୍ରକିରଣ ପରି ଥିଲା ତାଙ୍କର ଅଙ୍ଗଶୋଭା।Advertisment Women Farmers: ପିଜୁଳି ବଗିଚାରୁ ଲାଭାଂଶ ପାଇଲେ ୨୫୩ ମହିଳା ଅଂଶୀଦାର ତିନିଲୋକରେ ସେପରି ଅଦ୍ଭୁତ ସୌନ୍ଦର୍ଯ୍ୟସଂପନ୍ନା ନିର୍ମଳ ବିଗ୍ରହ ଦୁର୍ଲଭ ଥିଲା।

ସେଥିପାଇଁ ଭାଦ୍ରବମାସ ରାଧା-କୃଷ୍ଣ ଉପାସକମାନଙ୍କ ପାଇଁ ଆନନ୍ଦମୟ ମାସ।ଏହି ପୁରାଣ ଅନୁସାରେ, ଗୋପାଳରାଜା ବୃଷଭାନୁ ଓ ତାଙ୍କର ପତ୍ନୀ, ରାଣୀ କୀର୍ତ୍ତିଦାଙ୍କର କନ୍ୟା ରୂପେ ବିଦିତା ହେଲେ ହେଁ, ସେ ଅଯୋନିସଂଭୂତା।

ଏହି ତିଥିରେ କୀର୍ତ୍ତିଦା ପୁଷ୍କରିଣୀରେ ସ୍ନାନ କରୁଥିବା ବେଳେ, ଗୋଟିଏ ପ୍ରସ୍ଫୁଟିତ କଇଁଫୁଲ ଉପରେ ଏକ କ୍ଷୁଦ୍ରକନ୍ୟା ଭାସମାନ ଥିବା ଦେଖି ତାହାଙ୍କୁ ନିଜର କନ୍ୟା ରୂପେ ପାଳନ କଲେ।

ପରେ ସେ ବୃଷଭାନୁଜେମା ରାଧା ବା ଶ୍ରୀରାଧା ରୂପେ ବିଖ୍ୟାତା ହେଲେ।

କଥିତ ଅଛି ଯେ ମଥୁରା ନିକଟ ଜୀବଟ (ପ୍ରାଚୀନ ବରସାନା) ଥିଲା ଗୋପାଳରାଜା ବୃଷଭାନୁଙ୍କ ରାଜ୍ୟ।

Rajbhasha Hindi Workshop: ହିନ୍ଦୀର ପ୍ରଚାର କେବଳ 'ହିନ୍ଦୀ ଦିବସ' ମଧ୍ୟରେ ସୀମିତ ରହିବା ଉଚିତ୍ ନୁହେଁ "ଶ୍ରୀମଦ୍‌ଭାଗବତ"ରେ ଶ୍ରୀରାଧାଙ୍କର ନାମୋଲ୍ଲେଖ ନ ଥିଲେ ମଧ୍ୟ, ପରବର୍ତ୍ତୀ କାଳର ବୈଷ୍ଣବ ତତ୍ତ୍ବଗ୍ରନ୍ଥମାନଙ୍କରେ ତାଙ୍କ ସଂପର୍କରେ ବିଶଦ ବର୍ଣ୍ଣନା ରହିଛି।

ତଦନୁସାରେ, ଶ୍ରୀରାଧାଙ୍କର ନିତ୍ୟ ରାସସ୍ଥଳୀ ହେଉଛି ଗୋଲୋକ ଧାମ।

ସେହି ରାସଲୀଳାର କେନ୍ଦ୍ର ହେଉଛନ୍ତି ଶ୍ରୀରାଧା।

ସେଥିପାଇଁ ସେ ରାସେଶ୍ବରୀ।

ଏହି ରାସଲୀଳା ଅବ୍ୟକ୍ତ।

ମାତ୍ର ଅପ୍ରାକୃତ ପ୍ରେମମୂର୍ତ୍ତି ଭାବରେ ରାଧା ଓ କୃଷ୍ଣ ମର୍ତ୍ତ୍ୟରେ ଅବତରଣ କରି ସେହି ଅବ୍ୟକ୍ତ ଲୀଳାକୁ ବ୍ୟକ୍ତ କରିଛନ୍ତି। "ପଦ୍ମପୁରାଣ"ରେ "ରାଧାଷ୍ଟମୀ ବ୍ରତ"ର ବର୍ଣ୍ଣନା ଅଛି।

ତାହା ଅନୁସାରେ, ଲୀଳାବତୀ ନାମ୍ନୀ ଜନୈକା ବାରାଙ୍ଗନା ଏହି ବ୍ରତ ପାଳନ କରି ସମସ୍ତ ପାପରୁ ମୁକ୍ତି ପାଇଥିଲେ।

ଏଣୁ ରାଧା-କୃଷ୍ଣ ନାମ ଉଚ୍ଚାରଣରେ ସମସ୍ତ ପାପରୁ ମୁକ୍ତି ମିଳେ ବୋଲି ବିଶ୍ବାସ ରହିଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)