Radha Mohan Gadanaik: ଆଜି ଜନ୍ମଦିନ: ରାଧାମୋହନ ଗଡ଼ନାୟକ
"ଆଧୁନିକ ଓଡ଼ିଆ କାବ୍ୟ ସାହିତ୍ୟ ଇତିହାସରେ ଛନ୍ଦ କବିତାର ସାର୍ଥକ ଶିଳ୍ପୀ ହେଉଛନ୍ତି ରାଧାମୋହନ ଗଡ଼ନାୟକ।
୧୯୧୧ ମସିହା ଆଜି ଦିନରେ ଅନୁେଗାଳର କଲଣ୍ଡାପାଳ ଗ୍ରାମରେ ସେ ଜନ୍ମଗ୍ରହଣ କରିଥିଲେ।
୧୨ ବର୍ଷ ବୟସରେ ତାଙ୍କର କାବ୍ୟ ରଚନାର ଇଚ୍ଛା ଜାଗ୍ରତ ହୋଇଥିଲା।
ସାର୍ ଵାଲଟର୍ ସ୍କଟ୍ଙ୍କ "ପାଟ୍ରିଓଟିଜିମ୍" କବିତାର ଓଡ଼ିଆ ଅନୁବାଦ "ସ୍ବଦେଶ ପ୍ରେମ" ତାଙ୍କର ପ୍ରଥମ ପ୍ରକାଶିତ ଅନୁବାଦ କବିତା।
ଅନୁବାଦ କାର୍ଯ୍ୟ ତାଙ୍କୁ ମୌଳିକ କବିତା ରଚନା ଦିଗରେ ଅଧିକ ଅନୁପ୍ରାଣିତ କରିଥିଲା।
ସ୍ବାଧୀନତା ସଂଗ୍ରାମରେ ଯୋଗ ଦେବା କାରଣରୁ ତାଙ୍କ ପାଠପଢ଼ା ବନ୍ଦ ହୋଇଯାଇଥିଲା।Advertisment Judgement: ଓସିଏ ତୁରନ୍ତ ନିର୍ବାଚନ କରିବା ଉଚିତ: ଓଡ଼ିଶା ହାଇକୋର୍ଟ ବହୁ ବର୍ଷ ପରେ ପୁଣି ଘରୋଇ ଭାବେ ପରୀକ୍ଷା ଦେଇ ମାଟ୍ରିକ୍ ଉତ୍ତୀର୍ଣ୍ଣ ହୋଇଥିଲେ।
ନିଜସ୍ବ ଅଧ୍ୟୟନ ବଳରେ ସେ ଇଂରେଜୀ, ସଂସ୍କୃତ, ବଙ୍ଗଳା, ହିନ୍ଦୀ ଓ ଓଡ଼ିଆ ସାହିତ୍ୟରେ ଗଭୀର ଜ୍ଞାନର ଅଧିକାରୀ ହୋଇପାରିଥିଲେ।
କବି ଗୋଦାବରୀଶ ମିଶ୍ରଙ୍କ ପରେ ଗାଥା କବିତା ରଚନାରେ ରାଧାମୋହନ ଅଦ୍ବିତୀୟ ବୋଲି ବିଚାର କରାଯାଏ।
ଜାତୀୟ ଭକ୍ତି ସାଙ୍ଗକୁ ମଣିଷର ମୁକ୍ତ ଚେତନାର ସମନ୍ବୟ ତାଙ୍କ ରଚନାର ବିଶେଷତ୍ବ।
ତାଙ୍କ କବିତାରେ ପଲ୍ଲୀ ଜୀବନ ପ୍ରତି ନିବିଡ଼ ମମତା ସ୍ପଷ୍ଟ ରୂପେ ବାରି ହୋଇପଡ଼େ। "ସୂର୍ଯ୍ୟ ଓ ଅନ୍ଧକାର" କବିତା ଗ୍ରନ୍ଥ ପାଇଁ ରାଧାମୋହନଙ୍କୁ ୧୯୭୫ ମସିହାର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା।
୧୯୯୦ରେ ଭାରତ ସରକାର ତାଙ୍କୁ "ପଦ୍ମଶ୍ରୀ"ରେ ସମ୍ମାନିତ କରିଥିଲେ।
୨୦୦୦ ଫେବ୍ରୁଆରି ୨୧ରେ ରାଧାମୋହନଙ୍କର ପରଲୋକ ଘଟିଥିଲା।
Chrome valley: କ୍ରୋମ୍ ଉପତ୍ୟକାରେ ବୁଡ଼ିଗଲାଣି ଟ୍ରକ୍ ବ୍ୟବସାୟ!"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
