Question Papers: ଏଣ୍ଡୋସ୍କୋପିକ୍‌ କ୍ୟାମେରାରେ ପ୍ରଶ୍ନପତ୍ର ଫଟୋ ଉଠାଇ ବିକିଦେଲେ ପ୍ରଫେସର, ୫ ଛାତ୍ରଙ୍କ ସହ ଗିରଫ

Aug 23, 2026 - 14:27
Question Papers: ଏଣ୍ଡୋସ୍କୋପିକ୍‌ କ୍ୟାମେରାରେ ପ୍ରଶ୍ନପତ୍ର ଫଟୋ ଉଠାଇ ବିକିଦେଲେ ପ୍ରଫେସର, ୫ ଛାତ୍ରଙ୍କ ସହ ଗିରଫ

"ରାୟପୁର: ଛତିଶଗଡ଼ର ଦୁର୍ଗ ଜିଲ୍ଲାରେ ଇନ୍ଦିରା ଗାନ୍ଧୀ କୃଷି ବିଶ୍ୱବିଦ୍ୟାଳୟ (ଆଇଜିସିକେଭି)ର ବିଏସସି ଏଣ୍ଟୋମୋଲୋଜି ପ୍ରଶ୍ନପତ୍ର ଲିକ୍ ଘଟଣାରେ ପୁଲିସ ଜଣେ ପ୍ରଫେସରଙ୍କ ସମେତ ପାଞ୍ଚ ଜଣ ଛାତ୍ରଙ୍କୁ ଗିରଫ କରିଛି।

ଅଭିଯୁକ୍ତ ପ୍ରଫେସରଜଣକ ସିଲ୍ ହୋଇଥିବା ଲଫାପାକୁ ଗୁପ୍ତରେ ଖୋଲି ଏଣ୍ଡୋସ୍କୋପିକ୍ କ୍ୟାମେରା ସାହାଯ୍ୟରେ ପ୍ରଶ୍ନପତ୍ରର ଫଟୋ ଉଠାଇଥିବା ପୁଲିସ ପକ୍ଷରୁ କୁହାଯାଇଛି।Advertisment ପ୍ରଶ୍ନପତ୍ର ଭାଇରାଲ ନେଇ ପରୀକ୍ଷା ବାତିଲ ଗତ ଅଗଷ୍ଟ ୨୦ ତାରିଖରେ ଆଇଜିସିକେଭି ସହ ଅନୁବନ୍ଧିତ ୨୮ଟି କୃଷି କଲେଜରେ ସକାଳ ୧୦ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ବିଏସସି କୃଷି ଦ୍ୱିତୀୟ ବର୍ଷର ଏଣ୍ଟୋମୋଲୋଜି ପରୀକ୍ଷା ଅନୁଷ୍ଠିତ ହେବାର ଥିଲା।

ମାତ୍ର ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସୂଚନା ପାଇବା ପରେ ଏହି ପରୀକ୍ଷାକୁ ବାତିଲ କରାଯାଇଥିଲା।

କୱର୍ଦ୍ଧାସ୍ଥିତ କୃଷି କଲେଜ ଏବଂ ଅନ୍ୟାନ୍ୟ ଅଧିକାରୀଙ୍କ ନିକଟକୁ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ସମ୍ପର୍କରେ ଇମେଲ୍ ଆସିବା ସହ ହ୍ବାଟ୍ସଆପରେ ମଧ୍ୟ ଏହାର ଫଟୋ ଓ ସ୍କ୍ରିନଶଟ୍ ଭାଇରାଲ ହୋଇଥିଲା।

ଦୁର୍ଗର ଭାରତୀୟ କୃଷି କଲେଜର ପ୍ରଫେସର ଯୋଗେଶ ସୋନକେସରିଆ ଏହି ପ୍ରଶ୍ନପତ୍ରକୁ ୧୧,୦୦୦ ଟଙ୍କାରେ ଅଜୟ ନାୟକ ନାମକ ଜଣେ ଛାତ୍ର ଓ ଆଉ ଦୁଇଜଣଙ୍କୁ ବିକ୍ରି କରିଥିଲେ।

ପରବର୍ତ୍ତୀ ସମୟରେ ଏହା ଅନ୍ୟ ଛାତ୍ରମାନଙ୍କ ନିକଟକୁ ପଠାଯାଇଥିଲା।

ସାଇବର ଟିମ୍ ସୋସିଆଲ ମିଡିଆ ପୋଷ୍ଟ ଓ ମେସେଜଗୁଡ଼ିକର ଯାଞ୍ଚ କରି ଦୁର୍ଗର ଅନୁଜ ମିଞ୍ଜ ନାମକ ଜଣେ ଛାତ୍ରଙ୍କ ପାଖରୁ ଏହି ଲିକର ସୂତ୍ର ପାଇଥିଲା।

ଏହାପରେ ପୁଲିସ ମାତ୍ର ୩୬ ଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପ୍ରଫେସର ଯୋଗେଶ ସୋନକେସରିଆଙ୍କ ସହ ଛାତ୍ର ଅଜୟ ନାୟକ (୨୦), ତ୍ରିଦେବ ପଟେଲ (୨୨), ନିତିନ ପାଣ୍ଡେ (୨୨), ଅନୁଜ ମିଞ୍ଜ (୨୨) ଏବଂ ଆଦିତ୍ୟ ସାହୁ (୨୦)ଙ୍କୁ ଗିରଫ କରିଛି।

ଏହି ଘଟଣାରେ ପୁଲିସ ଛତିଶଗଡ଼ ପରୀକ୍ଷା ଅସାଧୁ ଉପାୟ ନିବାରଣ ଆଇନ, ୨୦୦୮ ଏବଂ ଭାରତୀୟ ନ୍ୟାୟ ସଂହିତାର ଧାରା ୩୧୬ ଅଧୀନରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

Controversy: ଜାତୀୟ ସଙ୍ଗୀତ ଶେଷ ହେବା ପୂର୍ବରୁ ପଳାଇଲେ ବାଚସ୍ପତି ସତୀଶ ମହାନା: ଶାସକ ଦଳକୁ ଘେରିଲେ ବିରୋଧୀ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)