Puri Witnesses Record Rain During Rath Yatra: ରଥଯାତ୍ରାରେ ପୁରୀରେ ରେକର୍ଡ ଭାଙ୍ଗିଲା ବର୍ଷା, ୪ ଦିନରେ ୩୪୫ ମିଲିମିଟର ବର୍ଷା ରେକର୍ଡ

Jul 18, 2026 - 19:56
Puri Witnesses Record Rain During Rath Yatra: ରଥଯାତ୍ରାରେ ପୁରୀରେ ରେକର୍ଡ ଭାଙ୍ଗିଲା ବର୍ଷା, ୪ ଦିନରେ ୩୪୫ ମିଲିମିଟର ବର୍ଷା ରେକର୍ଡ

 ଢୁ ଢୁ କାଚୁଥିଲା। ୪ ଦିନ ହେଲା ପୁରୀରେ ଅବିଶ୍ରାନ୍ତ ବର୍ଷା। ରଥଯାତ୍ରାର ଦୁଇ ଦିନ ଆଗରୁ ଆରମ୍ଭ ହୋଇଥିବା ବର୍ଷା ଆଜି ଦିନ ୧୦ଟା ଯାଏଁ ଲାଗି ରହିଥିଲା। ପାଣିପାଗ ବିଭାଗ ତଥ୍ୟ ଅନୁସାରେ ଜୁଲାଇ ୧୪ରୁ ଆଜି ସକାଳ ସାଢେ ୮ଟା ସୁଦ୍ଧା ପୁରୀରେ ରେକର୍ଡ ୩୪୫. ୮ ମିଲିମିଟର ବର୍ଷା  ହୋଇଛି ।

ଜୁଲାଇ ୧୪ରୁ ୧୫ ତାରିଖ ସକାଳ ସୁଦ୍ଧା ଗୋଟିଏ ଦିନରେ ସର୍ବାଧିକ ୧୪୩.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଲଗାଣ ବର୍ଷା ଯୋଗୁ ଜଳାର୍ଣ୍ଣବ ହୋଇପଡ଼ିଛି ସାରା ସହର। ଆଉ ଇୟେ ହେଉଛି ଗତକାଲି ରାତିରେ ପୁରୀର ବିଭିନ୍ନ ସ୍ଥାନର ଦୃଶ୍ୟ। ବଳଗଣ୍ଡି ହାଇସ୍କୁଲ ସାମ୍ନା। ମେଡିକାଲ ଛକ । ଶରଧାବାଲି। ସବୁ ସ୍ଥାନରେ ଜମି ରହିଛି ଆଣ୍ଠୁଏ ଉଚ୍ଚର ପାଣି। 

ଏପରିକି ଜଗନ୍ନାଥବଲ୍ଲଭ ପାର୍କିଂ ସ୍ଥଳରେ ମଧ୍ୟ ଲହଡ଼ି ମାରୁଥିଲା ବର୍ଷା ଜଳ। ଏସବୁ ସ୍ଥାନରୁ ପାଣି ନିଷ୍କାସନ ପାଇଁ ସାରା ରାତି ଲାଗି ପଡ଼ିଥିଲେ ଅଗ୍ନିଶମ ଟିମ୍ । ସହରର ୧୨ଟି ସ୍ଥାନରେ ଉଚ୍ଚ କ୍ଷମତା ସମ୍ପନ୍ନ ପମ୍ପ ଲଗାଇ ବର୍ଷା ପାଣି ନିଷ୍କାସନ କରିଛନ୍ତି ଓଡ଼ିଶା ଫାୟାର୍ ସର୍ଭିସ୍ ଟିମର କର୍ମଚାରୀମାନେ। ରଥଯାତ୍ରାକୁ ଦୃଷ୍ଟିରେ ରଖି ବଡ଼ଦାଣ୍ଡରେ ଯେଭଳି ପାଣି ନ ଜମେ ସେଥିଲାଗି ଉଦ୍ୟମ ଚାଲିଥିବା କହିଛନ୍ତି ଅଗ୍ନିଶମ ବିଭାଗ ଅଧିକାରୀ।

ତେବେ ରେକର୍ଡ ବର୍ଷା ସତ୍ତ୍ବେ ଶ୍ରୀକ୍ଷେତ୍ରରେ କମନି ଭକ୍ତଙ୍କ ଉତ୍ସାହ । ବର୍ଷାରେ ଭିଜି ଭିଜି ମହାବାହୁଙ୍କ ଦର୍ଶନ କରୁଛନ୍ତି ଲକ୍ଷ ଲକ୍ଷ ଲୋକ । ୧୪ ତାରିଖ ରାତିରୁ ହିଁ ବଡଦାଣ୍ଡରେ ଲାଗି ରହିଛି ଲକ୍ଷାଧିକ ଭକ୍ତଙ୍କ ସମାଗମ । ରଥଯାତ୍ରା ଦିନ ମଧ୍ୟ ଭିଜି ଭିଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ସହ ଅନ୍ୟ ରଥନୀତି ଦର୍ଶନ କରିଥିଲେ ଶ୍ରଦ୍ଧାଳୁ। ଏପରିକି ଗତକାଲି ରାତିରେ ପ୍ରବଳ ବର୍ଷା ସତ୍ତ୍ବେ ଲକ୍ଷାଧିକ ଭକ୍ତଙ୍କୁ ବଡ଼ଦାଣ୍ଡରେ ଦେଖିବାକୁ ମିଳିଥିଲା। ବର୍ଷାରେ ଭିଜି ସେମାନେ ଶରଧାବାଲିରେ ଥିବା ତିନି ରଥ ସାମ୍ନାରେ ପହଞ୍ଚି ମହାପ୍ରଭୁଙ୍କ ସାନ୍ନିଧ୍ୟ ଲାଭ କରିଥିଲେ । 

ଆଜି ପୁରୀରେ ବର୍ଷା କମିଛି। ତେଣୁ ଠାକୁରଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ଆସୁଥିବା ଭକ୍ତମାନେ ଆଶ୍ବସ୍ତ ହୋଇଛନ୍ତି।..... 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।