Puri Rath Yatra: ଦିନକ ପରେ ସ୍ନାନ ଯାତ୍ରା, ଦ୍ରୁତ ଗତିରେ ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥ କାମ

Jun 27, 2026 - 12:26
Puri Rath Yatra: ଦିନକ ପରେ ସ୍ନାନ ଯାତ୍ରା, ଦ୍ରୁତ ଗତିରେ ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥ କାମ

ଆଉ ଦିନକ ପରେ ମହାପ୍ରଭୁଙ୍କ ସ୍ନାନଯାତ୍ରା। ଏହା ପୂର୍ବରୁ ପୁରୀରେ ଦ୍ରୁତ ଗତିରେ ଚାଲିଛି ତିନିରଥର ନିର୍ମାଣ କାର୍ଯ୍ୟ। ବର୍ତ୍ତମାନ ବେଦୀ ସିଂହାସନ ନିର୍ମାଣ, ଜଗତ ପୃଷ୍ଠ, ଗାଈଗୋଠ ପଟା ଓ ବେଦୀ ଉପର ପଟା ପକାଇବା କାମ ଚାଲିଛି। ସେହିପରି ସିଂହାସନ, କନକମୁଣ୍ଡି, ପ୍ରଭା, ଦୁଆର ବେଢ଼ା ଓ କଳସର କାମ ମଧ୍ୟ ଜାରି ରହିଛି।

ଅନ୍ୟପଟେ ମୁଖ୍ୟ ଚିତ୍ରକାର ଦେବରାଜ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ସହଯୋଗୀ ଚିତ୍ରକାରମାନେ ପାର୍ଶ୍ୱ ଦେବଦେବୀଙ୍କ ପ୍ରତିମା, କନ୍ୟାପଟା, ହଂସପଟା, ଠେକରା ବାଡ଼, ଋଷିପଟା, ହାତୀପଟା, ମଗରପଟା ସହ ରଥର ବାହ୍ୟ ଅଂଶର ରଙ୍ଗ କାମକୁ ଶେଷ ପର୍ଯ୍ୟାୟରେ ପହଞ୍ଚାଇଛନ୍ତି।