Tiger Zinat Spotted With Four Cubs; ଶିମିଳିପାଳରେ ଜିନତର ସଫଳ ସଂସାର; କୋଳରେ ଖେଳୁଛନ୍ତି ୪ ଶାବକ
ଶିମିଳିପାଳରେ ପିଲାଙ୍କ ସହ ବୁଲୁଛି ବାଘୁଣୀ ଜିନତ୍ । ମା’ ଜିନତ ସହ ଜଙ୍ଗଲରେ ବୁଲୁଛନ୍ତି ୪ଟି କୁନି କୁନି ବାଘ ଛୁଆ । ଏନେଇ ସୋସିଆଲ ମିଡିଆରେ ଫଟୋ ଛାଡ଼ି ସୂଚନା ଦେଇଛି ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ । ମହାରାଷ୍ଟ୍ରର ଟାଡୋବା-ଅନ୍ଧାରୀ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ଆସିଥିବା ଜିନତ ଶିମିଳିପାଳର ଅନୁକୂଳ ପରିବେଶରେ ଚାରୋଟି ଶାବକଙ୍କୁ ଜନ୍ମ ଦେଇଥିଲା।
ବର୍ତ୍ତମାନ ଶାବକମାନେ ସୁସ୍ଥ ଥିବା ସହିତ ନିଜ ମା' ସହିତ ଶିମିଳିପାଳ କୋର୍ ଏରିଆରେ ମୁକ୍ତ ଭାବେ ବୁଲାବୁଲି କରୁଛନ୍ତି । ତେବେ ମା' ହେବା ପୂର୍ବରୁ ଜିନତ ବେଶ ଚର୍ଚ୍ଚାରେ ଥିଲା। ୨୦୨୪ରେ ତାକୁ ପ୍ରଥମେ ଜଙ୍ଗଲରେ ଛଡ଼ାଯିବା ପରେ ସେ ଭୟରେ ଓଡ଼ିଶା, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ସୀମା ପାର କରି ପ୍ରାୟ ୩୦୦ କିଲୋମିଟର ଦୂରକୁ ପଳାଇଥିଲା। ପରେ ସ୍ପେଶାଲ୍ ଟିମ୍ ତାକୁ ପୁଣି ଶିମିଳିପାଳକୁ ଆଣିଥିଲେ।
ଜିନତ ବେକରେ ସାଟେଲାଇଟ୍ GPS କଲାର ଲଗାଯାଇଛି, ଯାହାଦ୍ୱାରା ୨୪ ଘଣ୍ଟା ତା' ଗତିବିଧି ଉପରେ ନଜର ରଖାଯାଇଛି। ଜଙ୍ଗଲର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କ୍ୟାମେରା ଲଗାଯାଇ ଛୁଆମାନଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖାଯାଉଛି। ଶିକାରୀ ଓ ଜଙ୍ଗଲ ନିଆଁରୁ ରକ୍ଷା କରିବା ପାଇଁ ସ୍ବତନ୍ତ୍ର ସୁରକ୍ଷା ବାହିନୀ ନଜର ରଖିଛନ୍ତି ।
- ବାଘୁଣୀ ଜିନତ କୋଳରେ ଖେଳୁଛନ୍ତି ୪ ଶାବକ
- ଶିମିଳିପାଳରେ ଜିନତର ସଫଳ ସଂସାର
- ଚାରି ଛୁଆଙ୍କ ସହ ବୁଲୁଛି ବାଘୁଣୀ ଜିନତ୍
- ପରିବାର ସହିତ ଜଙ୍ଗଲରୁ ବୁଲୁଛି ଜିନତ୍
- ଜିନତ ୪ଟି ଛୁଆକୁ ଜନ୍ମ ଦେଇଛି