Puri Jagannath: ଓଡ଼ିଶାର ଦାୟିତ୍ବ ନେବା ପୂର୍ବରୁ ମହାପ୍ରଭୁଙ୍କୁ ଦର୍ଶନ କଲେ ନବ ନିଯୁକ୍ତ ରାଜ୍ୟପାଳ

Oct 17, 2026 - 20:54
Puri Jagannath: ଓଡ଼ିଶାର ଦାୟିତ୍ବ ନେବା ପୂର୍ବରୁ ମହାପ୍ରଭୁଙ୍କୁ ଦର୍ଶନ କଲେ ନବ ନିଯୁକ୍ତ ରାଜ୍ୟପାଳ

"ପୁରୀ (ବିବୁଧ ମହାନ୍ତି): ଆଜି ଅପରାହ୍ନରେ ଓଡିଶା ରାଜ୍ୟ ପାଇଁ ନବ ନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ ପୁରୀରେ ପହଞ୍ଚି ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି।

ରାଜ୍ୟପାଳ ପରିବାର ସହ ଲୋକ ଭବନ ଠାରେ ପହଞ୍ଚିବା ପରେ ପୁରୀ ଲୋକସଭା ସାଂସଦ ଡା ସମ୍ବିତ ପାତ୍ର, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା, ଏସପି ପ୍ରତୀକ ସିଂ ପୁଷ୍ପ ଗୁଛ ଦେଇ ସ୍ବାଗତ କରିଥିଲେ।

ପରେ ନବ ନିଯୁକ୍ତ ରାଜ୍ୟପାଳ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରି ଓଡିଶା ବାସୀଙ୍କ ମଙ୍ଗଳ କାମନା କରି ପ୍ରାର୍ଥନା କରିଥିଲେ।

ମନ୍ଦିର ନିକଟରେ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ବାଗତ କରାଯିବା ସହ ମହାପ୍ରଭୁଙ୍କ ଖଣ୍ଡୁଆ ପାଟ ପ୍ରଦାନ କରାଯାଇଥିଲା।

Advertisment ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ ପୁରୀ ଗସ୍ତ ସମୟରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା।

ତାଙ୍କ ମା" ମଧ୍ୟ ତାଙ୍କ ସହ ଆସିଥିଲେ।

ତାଙ୍କୁ ପରିବାର ଲୋକଙ୍କ ସହ ମିଶି ଶ୍ରୀମନ୍ଦିର ଭିତରକୁ କାନ୍ଧେଇ ନିଆଯାଇଥିଲା।

ଦର୍ଶନ ପରେ ନବ ନିଯୁକ୍ତ ରାଜ୍ୟପାଳଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି ଓଡ଼ିଶାର ରାଜ୍ୟପାଳ ଭାବେ ଦାୟିତ୍ୱ ନେବା ଗର୍ବ ଓ ଗୌରବର କଥା।

ଶପଥ ଗ୍ରହଣ ଉତ୍ସବ ପୂର୍ବରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାର ଇଚ୍ଛା ଥିଲା।

ମହାପ୍ରଭୁଙ୍କ ଅପାର କରୁଣା ଓ ଆଶୀର୍ବାଦରେ ଅତି ସୁନ୍ଦର ଦର୍ଷନ ହେଲା।

Governor: ଭୁବନେଶ୍ବରରେ ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ, ବିମାନବନ୍ଦରରେ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ ଓ ବାଚସ୍ପତି ଆସନ୍ତାକାଲି ଶପଥ ନେବା ପରେ କାମ ଆରମ୍ଭ ହେବ।

ସମସ୍ତଙ୍କ ସହ ମିଶି ଆଲୋଚନା କରି ଓଡ଼ିଶାର ବିକାଶ ପାଇଁ କାର୍ଯ୍ୟ କରିବି।

ଓଡ଼ିଶାର ପ୍ରଗତି ,ବିକାଶ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି।

ଶ୍ରୀମନ୍ଦିର ନିତି ପ୍ରଶାସକ ପ୍ରିୟ ରଞ୍ଜନ ପୃଷ୍ଟି, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ଅତିରିକ୍ତ ଏସପି ସୌମ୍ୟ ରଞ୍ଜନ ମଲ୍ଲିକ ପ୍ରମୁଖ ଦର୍ଶନରେ ସହଯୋଗ କରିଥିଲେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)