PTI Protest: ଇମ୍ରାନ୍ ଖାନଙ୍କ ଭଉଣୀ ଆଲିମା ଗିରଫ

Sep 20, 2026 - 17:18
PTI Protest: ଇମ୍ରାନ୍ ଖାନଙ୍କ ଭଉଣୀ ଆଲିମା ଗିରଫ

"ଲାହୋର/ଇସଲାମାବାଦ୍: ପାକିସ୍ତାନର ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ (ପାକିସ୍ତାନ ତେହରିକ୍-ଇ-ଇନସାଫ୍) ସଂସ୍ଥାପକ ଇମ୍ରାନ୍ ଖାନଙ୍କ ଭଉଣୀ ଆଲିମା ଖାନଙ୍କୁ ପୁଲିସ ଆଜି ଗିରଫ କରିଛି।

ଲାହୋରସ୍ଥିତ ତାଙ୍କ ବାସଭବନରୁ ଚଢ଼ଉ କରି ପୁଲିସ ତାଙ୍କୁ ହାଜତକୁ ନେଇଥିବା ନେଇ ପିଟିଆଇ ପ୍ରବକ୍ତା ସୂଚନା ଦେଇଛନ୍ତି।

ଆସନ୍ତା ସେପ୍ଟେମ୍ବର ୨୭ ତାରିଖରେ ଇମ୍ରାନଙ୍କ ମୁକ୍ତି ଦାବିରେ ପିଟିଆଇ ପକ୍ଷରୁ ସାରା ଦେଶରେ ବ୍ୟାପକ ଆନ୍ଦୋଳନ ପାଇଁ ଆହ୍ୱାନ ଦିଆଯାଇଥିବା ବେଳେ, ଏହା ପୂର୍ବରୁ ପୁଲିସ ପକ୍ଷରୁ ଏହି ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଆଲିମାଙ୍କ ବ୍ୟତୀତ ପିଟିଆଇର ଅନେକ ସକ୍ରିୟ କାର୍ଯ୍ୟକର୍ତ୍ତାଙ୍କୁ ମଧ୍ୟ ପୁଲିସ ଗିରଫ କରିଛି।Advertisment ଆଲିମାଙ୍କ ବ୍ୟତୀତ ଅନେକଙ୍କୁ ଗିରଫ ଆସନ୍ତା ସେପ୍ଟେମ୍ବର ୨୭ ବିକ୍ଷୋଭକୁ ଦୃଷ୍ଟିରେ ରଖି ଇସଲାମାବାଦ୍ ସମେତ ସାରା ଦେଶରେ ପୁଲିସ ଓ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ସେଣ୍ଟ୍ରାଲ୍ ପୁଲିସ ଅଫିସରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି।

କାଉଣ୍ଟର ଟେରରିଜିମ୍ ଡିପାର୍ଟମେଣ୍ଟ (ସିଟିଡି) ଏବଂ ସ୍ୱତନ୍ତ୍ର ଶାଖାକୁ ହାଇଆଲର୍ଟରେ ରଖାଯିବା ସହ ଗେଷ୍ଟ ହାଉସ୍, ବସ୍ ଟର୍ମିନାଲ୍ ଏବଂ ରହିବା-ଖାଇବାର ବ୍ୟବସ୍ଥା କରୁଥିବା ଠିକାଦାରଙ୍କ ଉପରେ କଡ଼ା ନଜର ରଖାଯାଇଛି।

୨୦୨୩ ଅଗଷ୍ଟରୁ ଜେଲରେ ଥିବା ଇମ୍ରାନ୍ ଖାନଙ୍କ ସମର୍ଥକଙ୍କ ଗତିବିଧିକୁ ରୋକିବାକୁ ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛି।

ଦୁଇଟି ଆମେରିକୀୟ ପରମାଣୁ-ଚାଳିତ ବୁଡ଼ାଜାହାଜ ମୁତୟନ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)