Protests: କେବଳ ଫ୍ରାନ୍ସ ନୁହେଁ, ଇଟାଲୀ ଏବଂ ବେଲଜିୟମରେ ମଧ୍ୟ ହିଂସାତ୍ମକ ପ୍ରତିବାଦ

Oct 18, 2026 - 13:09
Protests: କେବଳ ଫ୍ରାନ୍ସ ନୁହେଁ, ଇଟାଲୀ ଏବଂ ବେଲଜିୟମରେ ମଧ୍ୟ ହିଂସାତ୍ମକ ପ୍ରତିବାଦ

"ପ୍ୟାରିସ: ବର୍ଦ୍ଧିତ ଜୀବନଯାପନ ଖର୍ଚ୍ଚ, କମ ମଜୁରୀ, ମହଙ୍ଗା ଗୃହ ଏବଂ ସାର୍ବଜନୀନ ସେବାରେ କାଟଛାଣ୍ଟ ବିରୋଧରେ ପ୍ରତିବାଦ କରି ଲକ୍ଷ ଲକ୍ଷ ଲୋକ ବିଭିନ୍ନ ୟୁରୋପୀୟ ଦେଶରେ ରାସ୍ତାକୁ ଓହ୍ଲାଇଛନ୍ତି।

ପ୍ରଭାବିତ ଦେଶମାନଙ୍କ ମଧ୍ୟରେ ଫ୍ରାନ୍ସରେ ବଡ଼ଧରଣର ପ୍ରଦର୍ଶନ ହୋଇଛି।

ଅନେକ ସହରରେ ପ୍ରତିବାଦ ହିଂସାତ୍ମକ ରୂପ ନେଇଛି।

ସେହିପରି ବେଲଜିୟମ, ଇଟାଲୀ ଏବଂ ପର୍ତ୍ତୁଗାଲ ଆଦି ୫ ୟୁରୋପୀୟ ଦେଶରେ ମଧ୍ୟ ବଢୁଥିବା ଆର୍ଥିକ ଚାପ ବିରୋଧରେ ପ୍ରଦର୍ଶନ ଦେଖିବାକୁ ମିଳିଛି।

ସ୍ଥିତି ଧିରେଧିରେ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି।Advertisment ଫ୍ରାନ୍ସରେ ସେପ୍ଟେମ୍ବର ୧୮ ତାରିଖରୁ ଶ୍ରମିକ, ଛାତ୍ର ଏବଂ ୟେଲୋ ଭେଷ୍ଟ ଆନ୍ଦୋଳନର ସମର୍ଥକମାନେ ବ୍ୟାପକ ବିରୋଧ ପ୍ରଦର୍ଶନ କରୁଛନ୍ତି।

କିନ୍ତୁ, ଏହା ଗତ କିଛି ଦିନ ମଧ୍ୟରେ ତୀବ୍ର ହୋଇଛି।

ଫ୍ରାନ୍ସ ଗୃହ ମନ୍ତ୍ରଣାଳୟ ଦ୍ୱାରା ପ୍ରଦାନ କରାଯାଇଥିବା ସଂଖ୍ୟା ଅନୁଯାୟୀ, ସାରା ଦେଶରେ ୫,୫୦,୦୦୦ ରୁ ଅଧିକ ଲୋକ ପ୍ରଦର୍ଶନରେ ଅଂଶଗ୍ରହଣ କରିଛନ୍ତି।

ପ୍ରତିବାଦ ଅନେକ ସ୍ଥାନରେ ହିଂସାତ୍ମକ ରୂପ ନେଇଥିଲା କାରଣ ମୁଖାପିନ୍ଧା ଗୋଷ୍ଠୀ ପୁଲିସ ସହିତ ସଂଘର୍ଷ କରିଥିଲେ, ଦୋକାନ ଲୁଟ୍ କରି ନିଆଁ ଲଗାଇ ଦେଇଥିଲେ।

ସାର୍ବଜନୀନ କୋଠା, ସୁପରମାର୍କେଟ୍ ଏବଂ ବିଳାସପୂର୍ଣ୍ଣ ଦୋକାନଗୁଡ଼ିକୁ ମଧ୍ୟ ଟାର୍ଗେଟ କରାଯାଇଛି।

ଅଧିକ ମଜୁରୀ ଏବଂ ପେନସନ ଦାବି ବୃଦ୍ଧି ପାଉଥିବା ମୂଲ୍ୟବୃଦ୍ଧି, ପରିବାର ବଜେଟ୍ ଉପରେ ଚାପ ଏବଂ ସାର୍ବଜନୀନ ସେବା ଉପରେ ଚିନ୍ତା ପ୍ରଦର୍ଶନ ପଛରେ ମୁଖ୍ୟ କାରଣ।

ଲୋକମାନେ ଖାଦ୍ୟ, ଇନ୍ଧନ ଏବଂ ଅନ୍ୟାନ୍ୟ ମୌଳିକ ଆବଶ୍ୟକତାର ମୂଲ୍ୟ ହ୍ରାସ ସହିତ ଅଧିକ ମଜୁରୀ ଏବଂ ପେନସନ ଦାବି କରୁଛନ୍ତି।

ଏହା ସହିତ ଶିକ୍ଷକ ଅଭାବ, ସ୍କୁଲ ସୁବିଧା ଅଭାବ ଏବଂ ଶିକ୍ଷା ପାଇଁ ପାଣ୍ଠି ଅଭାବକୁ ନେଇ ଆରମ୍ଭ ହୋଇଥିବା ଛାତ୍ର ପ୍ରତିବାଦ ମଧ୍ୟ ଅଶାନ୍ତିକୁ ଆହୁରି ବୃଦ୍ଧି କରିଛି।

ଫ୍ରାନ୍ସ ବ୍ୟତୀତ, ଅନ୍ୟ କେତେକ ୟୁରୋପୀୟ ଦେଶରେ ମଧ୍ୟ ବର୍ଦ୍ଧିତ ଜୀବନଯାପନ ମୂଲ୍ୟକୁ ନେଇ ପ୍ରତିବାଦ ଦେଖାଦେଇଛି।

ବେଲଜିୟମରେ ଶିକ୍ଷା ଖର୍ଚ୍ଚ, ବଜେଟ୍ କାଟ ଏବଂ ବୃଦ୍ଧି ପାଉଥିବା ମୂଲ୍ୟ ଉପରେ ପ୍ରତିବାଦ ଏବଂ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ଜାରି ରହିଛି।

ବ୍ରସେଲ୍ସରେ ଭିଡ଼କୁ ଘଉଡ଼ାଇବା ପାଇଁ ପୁଲିସ ଲୁହବୁହା ଗ୍ୟାସ୍ ଏବଂ ପାଣି ତୋପ ବ୍ୟବହାର କରିଛି।

ସରକାରୀ ସମ୍ପତ୍ତିକୁ କ୍ଷତି ଇଟାଲୀର ମିଲାନରେ ଜୀବନଯାପନ ଖର୍ଚ୍ଚ ଏବଂ ଯୁଦ୍ଧକୁ ନେଇ ପ୍ରଦର୍ଶନ ହିଂସାତ୍ମକ ରୂପ ନେଇଛି।

ପ୍ରଦର୍ଶନକାରୀମାନେ ପୁଲିସ ସହିତ ସଂଘର୍ଷ କରିଛନ୍ତି, ନିଆଁ ଲଗାଇ ଦେଇଛନ୍ତି ଏବଂ ସରକାରୀ ସମ୍ପତ୍ତିକୁ କ୍ଷତି ପହଞ୍ଚାଇଛନ୍ତି।

ପ୍ରତିବାଦକାରୀଙ୍କୁ ଘଉଡ଼ାଇବା ପାଇଁ ପୁଲିସ ପକ୍ଷରୁ ଲୁହ ବୁହା ଗ୍ୟାସ୍ ଏବଂ ପାଣି ତୋପ ବ୍ୟବହାର କରାଯାଇଛି।ପର୍ତ୍ତୁଗାଲରେ କମ ଦରମା, ମହଙ୍ଗା ଘର ଏବଂ ସୁଲଭ ଘର ସମସ୍ୟାକୁ ନେଇ ଲିସବନରେ ହଜାର ହଜାର ଲୋକ ଶୋଭାଯାତ୍ରା କରିଛନ୍ତି।

ରିପୋର୍ଟ ଅନୁଯାୟୀ ୨୦୧୭ ପରଠାରୁ ଘର ମୂଲ୍ୟ ଦ୍ୱିଗୁଣିତ ହୋଇଛି।

ସେହିପରି ଆଲବାନିଆରେ ଶିକ୍ଷା ପରିସ୍ଥିତି, ଜୀବନଯାପନ ଖର୍ଚ୍ଚ ଏବଂ ସରକାରଙ୍କ ଦାୟିତ୍ୱବୋଧକୁ ନେଇ ଛାତ୍ରଛାତ୍ରୀଙ୍କ ନେତୃତ୍ୱରେ ପ୍ରଦର୍ଶନ ଜାରି ରହିଛି।

Soldiers Killed: ପାକିସ୍ତାନ-ଆଫଗାନିସ୍ତାନ ସୈନିକଙ୍କ ମଧ୍ୟରେ ସଂଘର୍ଷ: ୭ ପାକିସ୍ତାନୀ ସେନା ନିହତ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)