Protest: ଗର୍ଭବତୀ ସାମ୍ବାଦିକାଙ୍କୁ ରାହୁଲ ଠେଲିଦେଇଥିବା ଅଭିଯୋଗ, କଂଗ୍ରେସର ଖଣ୍ଡନ

Oct 13, 2026 - 20:18
Protest: ଗର୍ଭବତୀ ସାମ୍ବାଦିକାଙ୍କୁ ରାହୁଲ ଠେଲିଦେଇଥିବା ଅଭିଯୋଗ, କଂଗ୍ରେସର ଖଣ୍ଡନ

"ନୂଆଦିଲ୍ଲୀ: ଦିଲ୍ଲୀରେ ବିରୋଧୀ ଦଳଙ୍କ ପଦଯାତ୍ରା ସମୟରେ ଜଣେ ତିନି ମାସର ଗର୍ଭବତୀ ସାମ୍ବାଦିକାଙ୍କୁ ରାହୁଲ ଗାନ୍ଧୀ ଠେଲିଦେଇଥିବା ଅଭିଯୋଗ ହୋଇଛି।

ଏହି ଘଟଣା ସୋମବାର ସୁପ୍ରିମ୍‌କୋର୍ଟ ପରିସର ନିକଟରେ ଘଟିଥିବା ଅଭିଯୋଗକାରୀ ସାମ୍ବାଦିକା ରିଚା ପରାଶର କହିଛନ୍ତି।

ସେ ଅନ୍‌ଲାଇନ୍ ନ୍ୟୁଜ୍ ସଂସ୍ଥା "ୱାନ୍‌ଇଣ୍ଡିଆ"ରେ କାମ କରନ୍ତି।

ଘଟଣା ପରେ ତାଙ୍କୁ ଦିଲ୍ଲୀର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ତେବେ ଭାଇରାଲ୍ ଭିଡିଓରେ ରାହୁଲ ତାଙ୍କୁ ଠେଲିଥିବା ସ୍ପଷ୍ଟ ଭାବେ ଜଣାପଡ଼ୁ ନଥିବା କଂଗ୍ରେସ କହିଛି।Advertisment ରିଚାଙ୍କ କହିବା ଅନୁସାରେ, ସୋମବାର ବିରୋଧୀ ଦଳର ପଦଯାତ୍ରା ଶେଷ ହେବା ପରେ ସେ ସୁପ୍ରିମ୍‌କୋର୍ଟ ପରିସରର ଏକ ଫାଟକ ନିକଟରେ ରାହୁଲଙ୍କ ପ୍ରତିକ୍ରିୟା ନେବାକୁ ଅପେକ୍ଷା କରିଥିଲେ।

ସେ ମାଇକ୍‌ ଆଗକୁ ବଢ଼ାଇବାରୁ ରାହୁଲ ତାଙ୍କୁ ହଟାଇବାକୁ ସଙ୍କେତ ଦେଇଥିଲେ।

ସେ ମାଇକ୍‌ ପଛକୁ ନେବା ପରେ ପୁଣି ଅନ୍ୟ ସାମ୍ବାଦିକଙ୍କ ମାଇକ୍‌ ଆଗକୁ ବଢ଼ିବାରୁ ସେ ନିଜ କାମ କରିବାକୁ ମାଇକ୍‌ ଆଗକୁ ନେଇଥିଲେ।

ଏହି ସମୟରେ ରାହୁଲ ତାଙ୍କ ହାତ ଧରି ଜୋର୍‌ରେ ଟାଣି ଦେଇଥିବା ଏବଂ ସୁରକ୍ଷାକର୍ମୀ ତାଙ୍କୁ ଠେଲିଦେବାରୁ ସେ ପାହାଚ ଉପରେ ପଡ଼ିଯାଇଥିବା ରିଚା ଅଭିଯୋଗ କରିଛନ୍ତି।

Infant mortality rate: ଶିଶୁମୃତ୍ୟୁ ହାର ଥମୁନି, ବର୍ଷକରେ ଆଖି ବୁଜିଛନ୍ତି ୭୩୨: ଅପପୁଷ୍ଟି, ରକ୍ତହୀନତା କବଳରେ ଗର୍ଭବତୀ ମୋବାଇଲ୍‌ ଫୋନ୍‌ ଭାଙ୍ଗିଯାଇଥିବା ଅଭି‌ଯୋଗତାଙ୍କ ମୋବାଇଲ୍‌ ଫୋନ୍‌ ଭାଙ୍ଗିଯାଇଥିବା ଓ ମାଇକ୍‌ର ରିସିଭର୍‌ ଖସିଯାଇଥିବା ମଧ୍ୟ ରିଚା କହିଛନ୍ତି।

ଅନ୍ୟପକ୍ଷରେ କଂଗ୍ରେସ ନେତା ଅଳକା ଲାମ୍ବା ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି।

ଘଟଣାର ସମୟ ଓ ଡାକ୍ତରଖାନାରେ ପହଞ୍ଚିବା ସମୟକୁ ନେଇ ସେ ପ୍ରଶ୍ନ ଉଠାଇବା ସହ ବିଜେପି ଏହାକୁ ରାଜନୈତିକ ପ୍ରଚାରରେ ବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି।

ଭିଡିଓରେ ରାହୁଲ ସାମ୍ବାଦିକାଙ୍କୁ ଠେଲିଥିବା ସ୍ପଷ୍ଟ ହେଉନାହିଁ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।

ରିଚା କହିଛନ୍ତି, ତାଙ୍କ ବେକ ଓ ପାଦରେ ଯନ୍ତ୍ରଣା ହେଉଛି।

ଗର୍ଭାବସ୍ଥାରେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ସେ ସାମ୍ବାଦିକତା କାମ କରୁଥିବା କହିଛନ୍ତି।

ବିଜେପି ନେତାମାନେ ଡାକ୍ତରଖାନାକୁ ଯାଇ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ।

ବିଜେପି ମୁଖପାତ୍ର ପ୍ରଦୀପ ଭଣ୍ଡାରୀ ଏହି ଘଟଣାକୁ ନିନ୍ଦା କରିଛନ୍ତି।

ଘଟଣା ସମ୍ପର୍କରେ ରାହୁଲ ଗାନ୍ଧୀଙ୍କ ପକ୍ଷରୁ ସ୍ୱତନ୍ତ୍ର ପ୍ରତିକ୍ରିୟା ମିଳିନାହିଁ।

ଏହି ଘଟଣାକୁ ନେଇ କଂଗ୍ରେସ ଓ ବିଜେପି ମଧ୍ୟରେ ରାଜନୈତିକ ବାଗ୍‌ଯୁଦ୍ଧ ଜୋର୍‌ ଧରିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)