Protest: ହାତରେ ଠେଙ୍ଗା ଧରି ହଜାର ହଜାର ମହିଳାଙ୍କ ବିଶାଳ ଶୋଭାଯାତ୍ରା, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

Oct 16, 2026 - 18:15
Protest: ହାତରେ ଠେଙ୍ଗା ଧରି ହଜାର ହଜାର ମହିଳାଙ୍କ ବିଶାଳ ଶୋଭାଯାତ୍ରା, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

"ନବରଙ୍ଗପୁର (ସୁରେଶ ନାଇଡୁ): ଅର୍ନ୍ତଜାତୀୟ ଗ୍ରାମ୍ୟ ମହିଳା ଦିବସ ଅବସରରେ ନବରଙ୍ଗପୁର ସହରର ଚାଉଁରିଆଗୁଡା ଛକରେ ଥିବା ଚାଉଁରିଆ ଭୈରବ ମନ୍ଦିରରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯାଏଁ ନବରଙ୍ଗପୁର ଜିଲ୍ଲା ନାରୀ ମହାସଂଘ ପକ୍ଷରୁ ଜିଲ୍ଲାବ୍ୟାପି ସମ୍ପୂର୍ଣ୍ଣ ରୁପେ ମଦ ବନ୍ଦ ସହ ୧୦ଦଫା ଦାବି ନେଇ ଶୋଭାଯାତ୍ରା କରାଯାଇଥିଲା।

ଗୁରୁବାର ଦିନ ୧୨ଟାରୁ ମଧ୍ୟାହ୍ନ ୨ଟା ଯାଏଁ ଏନଏଚକୁ ହଜାର ହଜାର ମହିଳା ନିଜ ଅଧିନକୁ ନେଇଥିଲେ।

ସମସ୍ତେ  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟକୁ ଯାଇ ସମ୍ମିଳିତ ହୋଇ ରାସ୍ତା ଉପରେ ବସି  ହାତରେ ବାଉଁଶ ଠେଙ୍ଗା ଓ ଲାଠି ଧରି ହଜାର ହଜାର ମହିଳା ପ୍ରତିବାଦ କରିଥିଲେ।

Advertisment ଜିଲ୍ଲାପାଳ ମଧୁମିତା ଇନ୍ଦ୍ରାବତୀ ଜଳଭଣ୍ଡାରକୁ ତଦାରଖ ପାଇଁ ଯାଇଥିବାରୁ ଏମାନେ ଘଣ୍ଟାଏ କାଳ  ଅପେକ୍ଷା କରି ରହିଥିଲେ।

ଜିଲ୍ଲାପାଳ ପହଚିଂବା ପରେ ନୂଆରେ ଜିଲ୍ଲାରେ ଯୋଗ ଦେଇଥିବାରୁ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦେଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳ, ଏସପି ଓ ଅବକାରୀ ଏସପିଙ୍କୁ ପୃଥକ ପୃଥକ ଭାବେ ଦାବିପତ୍ର ପ୍ରଦାନ କରିଥିଲେ।

ଜିଲ୍ଲା ନାରୀମହାସଂଘର ସଭାପତି ଦ୍ରୈପଦୀ ଗଣ୍ଡ, ସମ୍ପାଦିକା ପ୍ରଭାତି ଦୁରୁଆ, ଚଂଚଳା ସାନ୍ତା ପ୍ରମୁଖ ଦାବିପତ୍ର ପ୍ରଦାନ କରିଥିଲେ।

ମହାସଂଘର  ଜିଲ୍ଲା ମୁଖ୍ୟ ଉପଦେଷ୍ଟା ରାଜେଶ ଜାନୀ, ଦେବରାଜ ନାଗ, ଦୟାନିଧି ସୁନାଙ୍କ ସହ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ,ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ପୂର୍ବତନ ବିଧାୟକ ସଦାଶିବ ପ୍ରଧାନୀ, ଜିଲ୍ଲାପରିଷଦ ସଭ୍ୟା ଡ.ଲିପିକା ମାଝୀ, ସବଇନିସପେକ୍ଟର ସୀମା ଲାକ୍ରା, ତହସିଲଦାର ତଥା ମାଜିଷ୍ଟ୍ରେଟ ଭୋଲେଶ୍ବର ନାୟକ ଆଦି ଉପସ୍ଥିତ ଥିଲେ।

ଜଣେ ମହିଳା ଅନ୍ୟ ମହିଳାଙ୍କ ଦୁଃଖ ବୁଝିପାରି!ଜିଲ୍ଲାରେ ବ୍ୟାପକ ଭାବେ ଦେଶୀ, ପାଉଚ ମଦ ସହ ବିଦେଶୀ ଓ ନକଲି ବିଦେଶୀ ମଦ ବିକ୍ରୀ ଜୋର ଧରିଛି।

ଫଳରେ ଗାଁଗୁଡିକରେ ବେଆଇନ ମଦ ବ୍ୟବସାୟ, ମଦ ଦୋକାନ ଓ ମଦ୍ୟପ ମାନଙ୍କ ସଂଖ୍ୟା ବଢି ବଢି ଚାଲିଛି।

ଗାଁରେ ପାରିବାରିକ ଅଶାନ୍ତି ସହ ବିଭିନ୍ନ ପ୍ରକାର ହିଂସା ଓ ଅନୈତିକ କାର୍ଯ୍ୟ ବୃଦ୍ଧି ପାଇଛି।

ଏମାନେ ଦେଇଥିବା ଦାବିପତ୍ରରେ ନବରଙ୍ଗପୁର ଜିଲ୍ଲାକୁ ସଂପୂର୍ଣ୍ଣ ମଦମୁକ୍ତ ଜିଲ୍ଲା ଘୋଷଣା,ବାରମ୍ଵାର ବେଆଇନ ମଦ ବ୍ୟବସାୟରେ ଗିରଫ ବ୍ୟକ୍ତିଙ୍କ ସମ୍ପତ୍ତିକୁ ସରକାରଙ୍କ ପକ୍ଷରୁ ବାଜ୍ୟପ୍ତି, ରାଜ୍ୟ ଗୃହବିଭାଗ ପକ୍ଷରୁ ଅବକାରୀ ଓ ପୁଲିସକୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଭାବରେ ମାସକ ଜେଲ ଦଣ୍ଡ ନିମନ୍ତେ କ୍ଷମତା ପ୍ରଦାନ, ମକିଆ, ଧନସୁଲି, ଅଞ୍ଚଳଗୁମ୍ମା, ପଣ୍ଡିତଗୁଡା ଓ ମଇଦଲପୁର ଆଦି ଲାଇସେନ୍ସ ପ୍ରାପ୍ତ ମଦ ଦୋକାନ ଓ ମଦ ଭାଟିକୁ ନେଇ ପ୍ରତିବାଦ ଚାଳିଥିବାରୁ ସ୍ବତନ୍ତ୍ର ଗ୍ରାମସଭା ନ ହେବା ଯାଏଁ ତୁରନ୍ତ ସେଠାକାର ଦୋକାନ ଓ ମଦ ଭାଟି ଗୁଡିକୁ ବନ୍ଦ ରଖିବା, ବିନାଲାଇସେନ୍ସରେ ଚାଲିଥିବା ଦେଶୀ ତଥା ବିଦେଶୀ ମଦ ଦୋକାନ, ମଦ ଭାଟି ଗୁଡିକୁ ତୁରନ୍ତ ବନ୍ଦ କରି ବ୍ୟବସାୟୀ ମାନଙ୍କୁ ତୁରନ୍ତ ଗିରଫ କରିବା, ପଂଚମ ଅଧିସୂଚିତ ଅଞ୍ଚଳ ନବରଙ୍ଗପୁର ଜିଲ୍ଲା ମଧ୍ୟରେ ୧୯୯୬ ପେସା ଆଇନ ଓ ଭାରତୀୟ ସମ୍ବିଧାନର ୨୪୪ (କ) ନିୟମ ଅନୁଯାୟୀ ନିଶା ବା ମଦ କାରବାରକୁ ବନ୍ଦ କରିବା ନିମନ୍ତେ ସ୍ବତନ୍ତ୍ର ଗ୍ରାମସଭା କରିବା, ଆନ୍ଦୋଳନକାରୀଙ୍କୁ ଧମକ ଦେଉଥିବା ବ୍ୟବସାୟୀଙ୍କୁ ଗିରଫ କରିବା ଆଦି ରହିଛି।

ଜଣେ ମହିଳା ଅନ୍ୟ ମହିଳାଙ୍କ ଦୁଃଖ ବୁଝିପାରିବ, ଜିଲ୍ଲାପାଳ ମହିଳା ହୋଇଥିବାରୁ ଆମ ଦୁଃଖଦୁର ହେବ ବୋଲି  ଆଶା ବୋଲି କହିଛନ୍ତି।

Protest: ମଦ ବନ୍ଦ ଦାବିରେ ଥାନା ଘେରିଲେ ଗ୍ରାମବାସୀ   "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)