Protest: ସିଜେପି ଆନ୍ଦୋଳନକାରୀଙ୍କ ବିରୋଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ହେବନି

Jul 22, 2026 - 23:11
Protest: ସିଜେପି ଆନ୍ଦୋଳନକାରୀଙ୍କ ବିରୋଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ହେବନି

"ନୂଆଦିଲ୍ଲୀ: ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ନିଟ୍‌ ପେପର୍‌ ଲିକ୍‌ ବିରୋଧରେ ଜାରି ରଖିଥିବା ଆମରଣ ଅନଶନ ଭାଙ୍ଗିବା ପାଇଁ ରାଜି ହୋଇଛନ୍ତି।

କିନ୍ତୁ ଏଥିପାଇଁ ସେ ସରକାରଙ୍କ ନିକଟରେ ସର୍ତ୍ତ ରଖିଛନ୍ତି।

ୱାଙ୍ଗଚୁକ୍‌ କହିଛନ୍ତି, ସିଜେପି ଆନ୍ଦୋଳନରେ ସାମିଲ ଆନ୍ଦୋଳନକାରୀଙ୍କ ବିରୋଧରେ କୌଣସି ପ୍ରକାର ଆଇନଗତ କାର୍ଯ୍ୟାନୁଷ୍ଠାନ ହେବନାହିଁ ବୋଲି ସରକାର ପ୍ରତିଶ୍ରୁତି ଦେବାପରେ ସେ ତାଙ୍କ ଅନଶନ ଶେଷ କରିବେ।Advertisment କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଏବଂ ଜିତେନ୍ଦ୍ର ସିଂହ ୱାଙ୍ଗଚୁକଙ୍କୁ ଗୁରୁବାର ମେଦାନ୍ତ ହସ୍ପିଟାଲରେ ଭେଟି ତାଙ୍କର ପୂର୍ବ ଦାବିଗୁଡ଼ିକୁ ସରକାର ପୂରଣ କରିବା ଦିଗରେ ବିଚାର କରୁଛନ୍ତି ବୋଲି କହିବା ପରେ ୱାଙ୍ଗଚୁକ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ନଡ୍ଡା ଏବଂ ଜିତେନ୍ଦ୍ର ସିଂହଙ୍କ ନିକଟକୁ ଲେଖିଥିବା ଚିଠିରେ ୱାଙ୍ଗଚୁକ କହିଛନ୍ତି, "ଗତକାଲି ରାତିରେ ମୋତେ ହସ୍ପିଟାଲରେ ଭେଟିଥିବାରୁ ଏବଂ ମୁଁ ଅନଶନ ଶେଷ କରିବାପାଇଁ ଅନୁରୋଧ କରିଥିବାରୁ ଧନ୍ୟବାଦ।

ଆମର ଆଲୋଚନା ସମୟରେ ଆପଣମାନେ ମୋତେ ନିଶ୍ଚିତ କରିଛନ୍ତି ଯେ ସରକାର ମୋର ପୂର୍ବ ଦାବିଗୁଡ଼ିକୁ ବିଚାରକୁ ନେଉଛନ୍ତି।

ଏହି ଦାବି ଗୁଡ଼ିକ ହେଉଛି ନିଟ୍‌ ପେପର୍‌ ଲିକ୍‌ ପରେ ଆତ୍ମହତ୍ୟା କରିଥିବା ଛାତ୍ରଙ୍କ ପରିବାର ସଦସ୍ୟଙ୍କୁ କ୍ଷତିପୂରଣ।

ନିଟ୍‌ ପେପର୍‌ ଲିକ୍‌ ଘଟଣାରେ ଉତ୍ତରଦାୟିତ୍ବ ସୁନିଶ୍ଚିତ କରିବା ପାଇଁ ସଂସଦରେ ଅର୍ଥପୂର୍ଣ୍ଣ ଆଲୋଚନା ଏବଂ ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା।

ସେ କହିଛନ୍ତି, ପୁଲିସ କାର୍ଯ୍ୟାନୁଷ୍ଠାନ ସତ୍ତ୍ବେ ଚଲୋ ସଂସଦ ପଦଯାତ୍ରା ଶାନ୍ତିପୂର୍ଣ୍ଣ ହୋଇଛି।

ସମଗ୍ର ଦେଶ ଏବଂ ବିଶ୍ବ ସେମାନଙ୍କ‌ ଧୈର୍ଯ୍ୟ ଏବଂ ଗାଣତାନ୍ତ୍ରିକ ଆନ୍ଦୋଳନ ପ୍ରତି ସେମାନଙ୍କ ପ୍ରତିବଦ୍ଧତାକୁ ଦେଖିଛନ୍ତି।

ମୁଁ ଆଶା କରୁଛି ଯେ ଆନ୍ଦୋଳନରେ ସାମିଲ ହୋଇଥିବା ଆନ୍ଦୋଳନକାରୀଙ୍କ ବିରୋଧରେ ଅନ୍ୟ କୌଣସି ଆଇନଗତ ମାମଲା ଦ୍ବାରା ଗଣତନ୍ତ୍ର ପ୍ରତି ବିଶ୍ବାସ ନତୁଟୁ।

ୱାଙ୍ଗଚୁକ ପୁଣିଥରେ କହିଛନ୍ତି ଯେ ସେ ତାଙ୍କ ଆମରଣ ଅନଶନ ଶେଷ କରି ବଞ୍ଚିବାକୁ ଚାହୁଛନ୍ତି କିନ୍ତୁ ଯେଉଁମାନଙ୍କ ପାଇଁ ଏହି ଅଭିଯାନ ଆରମ୍ଭ ହୋଇଛି ସେମାନଙ୍କ ମୂଲ୍ୟରେ କିଛି କରିବି ନାହିଁ।

ୱାଙ୍ଗଚୁକ କହିଛନ୍ତି, ଆପଣମାନେ ମତେ ସାକ୍ଷାତ କରି ଯିବାପରେ ସଂସଦରୁ ପାଖାପାଖି ୬୫ ଜଣ ସାଂସଦ ମତେ ଚିଠି ଲେଖି ଅନଶନ ଭାଙ୍ଗିବାପାଇଁ ଅନୁରୋଧ କରିଛନ୍ତି।

ସେମାନେ ମତେ ମନେ ପକାଇ ଦେଇଛନ୍ତି ଯେ ଦେଶପାଇଁ ମୋର ଆହୁରି ଅନେକ କାମ କରିବା ବାକି ଅଛି।

ମୁଁ ସେମାନଙ୍କ କଥାରେ ରାଜି।

ମୁଁ ବଞ୍ଚିବାକୁ ଚାହୁଛି ଏବଂ ମୋ ଛାତ୍ରମାନଙ୍କ ପାଖକୁ ଫେରିବାକୁ ଚାହୁଛି।

କିନ୍ତୁ ଯେଉଁମାନଙ୍କ ପାଇଁ ଅଭିଯାନ ଆରମ୍ଭ ହୋଇଥିଲା ସେମାନଙ୍କର କ୍ଷତି କିଛି କ୍ଷତି ନକରି ମୁଁ ଅନଶନ ଶେଷ କରିବାକୁ ଚାହେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।