Protest: ଚିତାରେ ଶୋଇଲେ, ଫାଶୀରେ ଝୁଲିବାର ଅଭିନୟ କଲେ ଆଦିବାସୀ
"ଭୋପାଳ: ଦେଶର ପ୍ରଥମ ନଦୀ ସଂଯୋଗ ପ୍ରକଳ୍ପ କେନ୍‑ବେତୱାକୁ ନେଇ ମଧ୍ୟପ୍ରଦେଶର ଛତରପୁର ଜିଲ୍ଲାରେ ଆଦିବାସୀ ଓ କୃଷକମାନଙ୍କ ପ୍ରତିବାଦ ତୀବ୍ର ହୋଇଛି।
ଉପଯୁକ୍ତ କ୍ଷତିପୂରଣ, ପୁନର୍ବାସ ଓ ଜୀବିକା ସୁରକ୍ଷା ଦାବିରେ ଆନ୍ଦୋଳନକାରୀମାନେ ଜଳ ସତ୍ୟାଗ୍ରହ ସହ "ଚିତା ଆନ୍ଦୋଳନ" ଓ ପ୍ରତୀକାତ୍ମକ "ଫାଶୀ ସତ୍ୟାଗ୍ରହ" କରିଥିଲେ।
ଜୁଲାଇ ୩ରୁ ଚାଲିଥିବା ଏହି ଆନ୍ଦୋଳନକୁ ପୁଲିସ ରବିବାର ଭୋର ପ୍ରାୟ ୫ଟାରେ ବଳପୂର୍ବକ ବନ୍ଦ କରିଦେଇଛି।Advertisment ଛତରପୁରର କୁପି ଗ୍ରାମ ନିକଟ ବରାନା ନଦୀ କୂଳରେ ଶହ ଶହ ପ୍ରକଳ୍ପ ପ୍ରଭାବିତ ଲୋକ ଏକାଠି ହୋଇଥିଲେ।
ସେମାନଙ୍କ ମଧ୍ୟରେ ଅଧିକାଂଶ ଥିଲେ ଆଦିବାସୀ ମହିଳା।
କେତେକ ମହିଳା କାଠରେ ପ୍ରସ୍ତୁତ ପ୍ରତୀକାତ୍ମକ ଚିତା ଉପରେ ଶୋଇ ରହିଥିଲେ।
ଜମି ଓ ଜଙ୍ଗଲ ହରାଇ ବଞ୍ଚିବା ଅପେକ୍ଷା ଚିତାରେ ଶୋଇବା ଭଲ ବୋଲି ସେମାନେ ଏହି ଉପାୟରେ ନିଜ ଅସନ୍ତୋଷ ଜଣାଇଥିଲେ।
ଆନ୍ଦୋଳନର ଅଷ୍ଟମ ଦିନରୁ କେତେକ ପ୍ରତିବାଦକାରୀ ବେକରେ ଦଉଡ଼ି ଲଗାଇ ପ୍ରତୀକାତ୍ମକ ଫାଶୀ ସତ୍ୟାଗ୍ରହ ଆରମ୍ଭ କରିଥିଲେ।
ଜୟ କିଷାନ ସଙ୍ଗଠନର ନେତା ଅମିତ ଭଟ୍ଟନାଗର ଆନ୍ଦୋଳନର ନେତୃତ୍ୱ ନେବା ସହ ଅନିର୍ଦ୍ଦିଷ୍ଟକାଳୀନ ଅନଶନ କରିଥିଲେ।
ରବିବାର ସକାଳେ ବହୁସଂଖ୍ୟକ ପୁଲିସ ଓ ପ୍ରଶାସନିକ ଅଧିକାରୀ ଆନ୍ଦୋଳନସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ହଟାଇଥିଲେ।
ଭଟ୍ଟନାଗରଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିବା ପ୍ରଶାସନ କହିଛନ୍ତି।
ପୁଲିସ ତାଙ୍କ ସମେତ କେତେକ ଲୋକଙ୍କୁ ଅଟକ ରଖିଥିବା ଆନ୍ଦୋଳନକାରୀମାନେ ଅଭିଯୋଗ କରିଛନ୍ତି।
ମାତ୍ର ଅତିରିକ୍ତ ଏସ୍ପି ଆଦିତ୍ୟ ପାଟ୍ଲେ ଏହାକୁ ଖଣ୍ଡନ କରି କାହାକୁ ଗିରଫ କିମ୍ବା ଅଟକ ରଖାଯାଇ ନ ଥିବା କହିଛନ୍ତି।
ସମସ୍ତଙ୍କୁ ବସ୍ରେ ସୁରକ୍ଷିତ ଭାବେ ନିଜ ନିଜ ଗ୍ରାମକୁ ପଠାଯାଇଥିବା ସେ କହିଛନ୍ତି।
ଘରୁ ବାହାରି ଦୁଇଟି ନିର୍ମାଣାଧୀନ ସେତୁ ଯାଞ୍ଚ କଲେ ଅସୁସ୍ଥ ମନୋହର ପାରିକର ନିର୍ମାଣାଧୀନ ସେତୁ ତଳେ ଓ ନଦୀ ଭିତରେ ପ୍ରତିବାଦ ଚାଲିଥିବାବେଳେ ବରାନାର ଜଳସ୍ତର ବଢ଼ୁଥିଲା।
ତେଣୁ ଲୋକଙ୍କ ସୁରକ୍ଷା ପାଇଁ ସେମାନଙ୍କୁ ହଟାଯାଇଥିବା ପୁଲିସ କହିଛନ୍ତି।
ଅନ୍ୟପକ୍ଷରେ ଆନ୍ଦୋଳନକାରୀମାନେ କେନ୍‑ବେତୱା ପ୍ରକଳ୍ପରେ ୪୦୦ କୋଟି ଟଙ୍କାର ଅନିୟମିତତା ଅଭିଯୋଗ ଉଠାଇଛନ୍ତି।
ଭଟ୍ଟନାଗର ଏ ସମ୍ପର୍କିତ ତଥ୍ୟ ପ୍ରକାଶ କରିବା ପୂର୍ବରୁ ପ୍ରଶାସନ ଆନ୍ଦୋଳନ ଭାଙ୍ଗିଦେଇଥିବା ସେମାନେ କହିଛନ୍ତି।
୪୪,୬୦୫ କୋଟି ଟଙ୍କାର ଏହି ପ୍ରକଳ୍ପରେ କେନ୍ ନଦୀର ବଳକା ପାଣି ବେତୱାକୁ ସ୍ଥାନାନ୍ତର କରି ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶର ମରୁଡ଼ିପ୍ରବଣ ବୁନ୍ଦେଲଖଣ୍ଡରେ ପାନୀୟ ଜଳ ଓ ଜଳସେଚନ ସୁବିଧା ଯୋଗାଇବା ଲକ୍ଷ୍ୟ ରହିଛି।
କିନ୍ତୁ ପ୍ରଭାବିତ ପରିବାରଗୁଡ଼ିକ ବିସ୍ଥାପନ, କ୍ଷତିପୂରଣ ଓ ପୁନର୍ବାସ ସହ ପାନ୍ନା ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳର ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ କ୍ଷତିକୁ ନେଇ ଆପତ୍ତି ଉଠାଇଛନ୍ତି।
ଏହି ଆନ୍ଦୋଳନରେ ରୁଞ୍ଝ ଓ ମଝଗାଁ ଜଳସେଚନ ପ୍ରକଳ୍ପରେ ପ୍ରଭାବିତ ପରିବାର ମଧ୍ୟ ସାମିଲ ଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।