Promised Mutton, Served Chicken: ଚିକେନ ଦେଖି ବରଯାତ୍ରୀଙ୍କ ମୁଣ୍ଡକୁ ଚଢିଲା ପିତ୍ତ, ବାହାଘର ଭୋଜିରେ ମହାଭାରତ!

Jul 11, 2026 - 15:38
Promised Mutton, Served Chicken: ଚିକେନ ଦେଖି ବରଯାତ୍ରୀଙ୍କ ମୁଣ୍ଡକୁ ଚଢିଲା ପିତ୍ତ, ବାହାଘର ଭୋଜିରେ ମହାଭାରତ!

ବାହାଘର ଭୋଜିରେ ମହାଭାରତ। ମଟନ ବଦଳରେ ଚିକେନ ପରସିବାରୁ ରଣକ୍ଷେତ୍ର ପାଲଟିଲା ମଣ୍ଡପ। ବରଯାତ୍ରୀ ଓ କନ୍ୟାପକ୍ଷ ମଧ୍ୟରେ ମୁହାଁମୁହିଁ, ୧୨ ଜଣ ଗୁରୁତର ଆହତ।

ବିହାରର ସହରସା ଜିଲ୍ଲା ସିମରୀ ବଖ୍‌ତିଆରପୁର ସହରରୁ ଆସିଛି ଏକ ଆଶ୍ଚର୍ଯ୍ୟକର ଖବର। ସବୁ କିଛି ଠିକ୍‌ଠାକ୍ ଚାଲିଥିଲା, ମହମ୍ମଦ ଅବଦୁଲ୍ଲାଙ୍କ ବିବାହ ମହମ୍ମଦ ଜାଭେଦଙ୍କ କନ୍ୟାଙ୍କ ସହ ବେଶ୍ ଧୁମଧାମରେ ସମ୍ପନ୍ନ ହୋଇଥିଲା। ହେଲେ ଅସଲ ହଙ୍ଗାମା ହେଲା ଭୋଜି ଟେବୁଲ୍‌ରେ।

କନ୍ୟାପକ୍ଷ ପୂର୍ବରୁ ବରଯାତ୍ରୀଙ୍କୁ ଖାସି ମାଂସ ଖୁଆଇବାକୁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଯେତେବେଳେ ପ୍ଲେଟ୍ ଆସିଲା, ସେଥିରେ ମଟନ ବଦଳରେ ଚିକେନ ଦେଖି ବରଯାତ୍ରୀଙ୍କ ମୁଣ୍ଡକୁ ପିତ୍ତ ଚଢ଼ିଯାଇଥିଲା। ଏହାକୁ ନେଇ ଦୁଇ ପକ୍ଷ ମଧ୍ୟରେ ପ୍ରଥମେ ବାକ୍‌ଯୁଦ୍ଧ ଏବଂ ପରେ ତାହା ଭୟଙ୍କର ମାରପିଟ୍‌ରେ ପରିଣତ ହୋଇଥିଲା।

ଉଡ଼ିଲା ଚେୟାର-ଟେବୁଲ, ଚାଲିଲା ଲାଠି ଓ ଖଣ୍ଡା। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି କିଭଳି କନ୍ୟାପକ୍ଷର ଲୋକେ ବରଯାତ୍ରୀଙ୍କୁ ଲାଠି ଓ ଖଣ୍ଡା ଧରି ଗୋଡ଼ାଇ ଗୋଡ଼ାଇ ପିଟୁଛନ୍ତି।

ଏହି ରକ୍ତାକ୍ତ ସଂଘର୍ଷରେ ପ୍ରାୟ ୧୨ ଜଣ ଆହତ ହୋଇ ସ୍ଥାନୀୟ ସବ୍-ଡିଭିଜନାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ତଦନ୍ତ ଜାରି ରଖିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।