Probe Ordered After Rairakhol Jail Chief Warder Seen with Accused Out on Bail

Jul 02, 2026 - 19:08
Probe Ordered After Rairakhol Jail Chief Warder Seen with Accused Out on Bail

#ଜେଲ୍_ୱାର୍ଡର_ଅପରାଧୀ_ମଉଜ୍ #ଆକ୍ସନ୍_କେବେ ?
ଅପରାଧୀଙ୍କ ସହ ଜେଲ୍ କର୍ମଚାରୀ ସମ୍ପର୍କ ରଖିବା ନିଷିଦ୍ଧ । ରେଢ଼ାଖୋଲ ଜେଲ ଚିଫ୍ ୱାର୍ଡରଙ୍କ ସହ ବିହାରୀ ଅପରାଧିଙ୍କ ମଉଜ୍ ଘଟଣା ସାମ୍ନାକୁ ଆସିବା ପରେ ଏମିତି କିଛି ପ୍ରତିକ୍ରିୟା ରଖିଛନ୍ତି ସମ୍ବଲପୁର ଜେଲ୍ ଡିଆଇଜି ମନୋରଞ୍ଜନ ପ୍ରତିହାରୀ। ଓଟିଭିକୁ EXCLUSIVE ସୂଚନା ଦେଇଛନ୍ତି ଜେଲ୍ ଡିଆଇଜି । ଏହି ଘଟଣା ସମ୍ପର୍କରେ ଅନୁଧ୍ୟାନ କରାଯାଉଛି । ଘଟଣାର ଯାଞ୍ଚ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ଅପରପକ୍ଷେ, ରେଢ଼ାଖୋଲ ଜେଲର୍ ଲକ୍ଷ୍ମୀକାନ୍ତ ମୁର୍ମୁ କହିଛନ୍ତି କି, ବାହାରେ କଣ ମିଶୁଥିବେ ସେ କଥା ସେ ଜାଣିନାହାନ୍ତି । ଜେଲରେ ସେମିତି କିଛି ବେଆଇନ କାମ ହେଉନି ବୋଲି କହିଛନ୍ତି । ରେଢ଼ାଖୋଲ ଜେଲର ଚିଫ୍ ୱାର୍ଡର ଦିଲୀପ କୁମାର ଦାସ କଏଦୀଙ୍କ ସହ ବୁଲୁଛନ୍ତି । ତାପୁଣି ବିଚ୍ ରାସ୍ତା ଉପରେ ଭିଡିଓ ସୁଟ୍ କରୁଛନ୍ତି, ଖୁଲମଖୁଲା ବୁଲୁଛନ୍ତି ଆଉ ତାଙ୍କ ହାବଭାବ ଦେଖିଲେ ଲାଗୁଛି ସେ ଯେମିତି ମଦ୍ୟପାନ କରିଛନ୍ତି । ଏମିତି ସେମିତି କଏଦୀ ନୁହଁନ୍ତି ଏମାନେ । ବିହାରୀ ଦୁର୍ଦ୍ଦାନ୍ତ ଗଞ୍ଜେଇ ମାଫିଆ ଅଖିଳାନନ୍ଦ ମିଶ୍ରା ଓ ସୁନିଲ ଶଙ୍କର। ଯେଉଁମାନେ କିଛି ଦିନ ତଳେ ଜେଲରେ ଥିଲେ, ବେଲରେ ଏବେ ବାହାରିଛନ୍ତି । ଅଭିଯୁକ୍ତ ଜାମିନରେ ବାହାରିବା ପରେ ସେମାନଙ୍କ ସହ ବୁଲୁଛନ୍ତି ରେଢାଖୋଲର ଜେଲର ଚିଫ୍ ୱାର୍ଡର ଦିଲିପ କୁମାର ଦାସ । କୁହାଯାଉଛି, ଜେଲ ଭିତରେ ଅଭିଯୁକ୍ତଙ୍କୁ ଖାଇବା ପିଇବା ସହିତ, କେସ ଲଢିବା ପାଇଁ ଓକିଲଙ୍କ ସୁବିଧା ଯୋଗାଇ ଦିଅନ୍ତି ଚିଫ ୱାର୍ଡର ଦିଲିପ କୁମାର ଦାସ । ଏନେଇ ଦିଲୀପଙ୍କ ପ୍ରତିକ୍ରିୟା କିମ୍ବା ରେଢାଖୋଲ ଜେଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି।
#Odisha#RairakholJail#BreakingNews#PrisonInquiry#Sambalpur#CrimeNews#JailAdministration#Exclusive#OdishaTV#OTV

An inquiry has been initiated after allegations surfaced that Rairakhol Jail Chief Warder Dilip Kumar Das was seen in the company of accused persons who are currently out on bail. Speaking exclusively, Sambalpur Jail DIG Manoranjan Pratihari said jail staff are prohibited from maintaining relations with accused persons and that appropriate action will be taken after a thorough investigation. Meanwhile, Rairakhol Jailer Laxmikanta Murmu stated that no illegal activities take place inside the jail and that he is unaware of any meetings outside the prison premises. The source also alleges that Bihar-based accused Akhilanand Mishra and Sunil Shankar, who were earlier lodged in the jail and are now on bail, were seen with the Chief Warder. It further claims that the warder allegedly facilitated food and legal assistance for the accused while they were in custody. However, no response from Dilip Kumar Das or the Rairakhol Jail authorities was available on these specific allegations at the time of reporting.

For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.

Stay tuned for all the breaking news !

Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/

#OdishaTV#OTV