Probe into missing CMO files delayed: ସିଏମଓରୁ ଫାଇଲ ହଜିବା ଘଟଣା, ତଥ୍ୟ ନ ମିଳିବାରୁ ପୁଣି ନୋଟିସ୍ ଦେଇପାରେ କ୍ରାଇମବ୍ରାଞ୍ଚ
CMOରୁ ତଦନ୍ତ କମିଶନଙ୍କ ଫାଇଲ ହଜିବା ଘଟଣାରେ ଏ ପର୍ଯ୍ୟନ୍ତ କ୍ରାଇମବ୍ରାଞ୍ଚକୁ ମିଳିନାହିଁ ତଥ୍ୟ । ଏ ନେଇ CMO, ଗୃହ ଓ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟକୁ କ୍ରାଇମବ୍ରାଞ୍ଚ ପକ୍ଷରୁ ତଥ୍ୟ ମଗାଯାଇଥିଲା । ତେବେ ଏ ପର୍ଯ୍ୟନ୍ତ କ୍ରାଇମବ୍ରାଞ୍ଚ ମାଗିଥିବା ତଥ୍ୟ ମିଳି ନ ଥିବା ସୂଚନା ମିଳିଛି । ତେବେ ତଥ୍ୟ ପାଇଁ କ୍ରାଇମବ୍ରାଞ୍ଚ ସାନି ନୋଟିସ୍ କରିପାରେ ବୋଲି କୁହାଯାଉଛି ।
ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟା ମାମଲା ଓ ଏହା ପରବର୍ତ୍ତୀ ଦଙ୍ଗା ସମ୍ପର୍କିତ ତଦନ୍ତ ରିପୋର୍ଟ ସିଏମଓରୁ ହଜିଯାଇଥିବା ନେଇ ଅଭିଯୋଗ ହୋଇଥିଲା । ପରେ ଏ ନେଇ ଗୃହ ବିଭାଗ ପକ୍ଷରୁ କ୍ୟାପିଟାଲ ଥାନାରେ ମାମଲା ଦାଏର ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କ୍ରାଇମବ୍ରାଞ୍ଚ ଏହାର ତଦନ୍ତ କରୁଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।