Priyanka in 'Varanasi': ‘ବାରାଣସୀ’ରେ ପ୍ରିୟଙ୍କା

Jul 19, 2026 - 07:45
Priyanka in 'Varanasi': ‘ବାରାଣସୀ’ରେ ପ୍ରିୟଙ୍କା

"ଜନ୍ମଦିନ ଅବସରରେ ପ୍ରିୟଙ୍କା ଚୋପ୍ରାଙ୍କ ଆଗାମୀ ଫିଲ୍ମ "ବାରାଣସୀ"ର ଏକ ନୂତନ ଲୁକ୍‌ ସାମ୍ନାକୁ ଆସିଛି।

ଏଣ୍ଟର୍‌ଟେନ୍‌ମେଣ୍ଟ୍‌ ୱିକ୍‌ଲି ପକ୍ଷରୁ ସୋସିଆଲ୍‌ ମିଡିଆରେ ସେୟାର୍‌ କରାଯାଇଥିବା ଏହି ଫିଲ୍ମର ପ୍ରଥମ ଅଫିସିଆଲ୍‌ ଫଟୋଗୁଡ଼ିକରେ ପ୍ରିୟଙ୍କାଙ୍କୁ ଏକ ଉଗ୍ର ଅବତାରରେ ଦେଖିବାକୁ ମିଳିଛି।

ଏସ୍‌.ଏସ୍‌.

ରାଜମୌଲିଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ପ୍ରିୟଙ୍କା ମନ୍ଦାକିନୀ ଚରିତ୍ରରେ ନଜର ଆସୁଛନ୍ତି, ଯିଏ ଅତ୍ୟଧିକ ଭ୍ରମଣପ୍ରିୟ।

ଫଟୋରେ ସେ କଳା ପୋଷାକରେ ନଜର ଆସିଛନ୍ତି।

କୁହାଯାଉଛି, ଫିଲ୍ମର ହିରୋ ମହେଶ ବାବୁଙ୍କ ସହ ଏକ ଡ୍ୟାନ୍ସ୍‌ ସିକ୍ବେନ୍ସ୍‌ ସୁଟିଂ ପାଇଁ ତାଙ୍କୁ ଏହି ନୂଆ ଲୁକ୍‌ରେ ଦେଖିବାକୁ ମିଳିବ।Advertisment ଯୌବନ ଜିନ୍ଦାବାଦ: ଯୁବକାବସ୍ଥାରେ ନେଇଥିବା ସେହି ନିଷ୍ପତ୍ତି ପାଇଁ ମୁଁ ଗର୍ବିତ ପ୍ରାରମ୍ଭିକ ଅବସ୍ଥାରେ ଫିଲ୍ମଟିର ତେଲୁଗୁ ଭର୍ସନ୍‌ ନିର୍ମିତ ହେଉଥିବା ବେଳେ ହିନ୍ଦୀ ସମେତ ତାମିଲ, ତେଲୁଗୁ, ମାଲୟାଲମ୍‌, କନ୍ନଡ଼ ଓ ଇଂରାଜି ଭାଷାରେ ମଧ୍ୟ ଏହା ରିଲିଜ୍ ହେବ।

ମହାକାବ୍ୟ ରାମାୟଣ ଉପରେ ଏହି ଫିଲ୍ମ ଆଧାରିତ।

ଏଥିରେ ମାଲୟାଲମ୍‌ ଷ୍ଟାର୍‌ ପୃଥ୍ୱୀରାଜ ସୁକୁମାରନ୍‌ ଖଳନାୟକ କୁମ୍ଭ ଭୂମିକାରେ ଅଭିନୟ କରୁଛନ୍ତି।

ନିକଟରେ ପ୍ରିୟଙ୍କା ସୋସିଆଲ୍‌ ମିଡିଆରେ ଲେଖିଥିଲେ ଯେ, ସେ ପ୍ରାୟ ୧୪ ମାସ ଧରି ଏହି ଫିଲ୍ମରେ କାମ କରୁଛନ୍ତି।

ରାଜମୌଲି ଚଳଚ୍ଚିତ୍ର ନିର୍ମାଣ ପାଇଁ ବହୁତ ସମୟ ନିଅନ୍ତି ଏବଂ ଏଥିପାଇଁ ସେ ବେଶ୍‌ ଉତ୍ସାହିତ।

ଚଳଚ୍ଚିତ୍ରଟି ୭ ଏପ୍ରିଲ୍‌ ୨୦୨୭ରେ ବିଶ୍ୱବ୍ୟାପୀ ଥିଏଟର୍‌ରେ ମୁକ୍ତିଲାଭ କରିବ ବୋଲି କୁହାଯାଇଛି।

Education: ଅଲଚିକି ବଦଳରେ ଦେବନାଗରୀ ଲିପିରେ ବହି ଛପାକୁ ଏଆଇଓଏସୟୁର ବିରୋଧ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।