Primary Teachers' Federation ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର କାର୍ଯ୍ୟକାରିଣୀ ବୈଠକ

Jul 19, 2026 - 19:09
Primary Teachers' Federation ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର କାର୍ଯ୍ୟକାରିଣୀ ବୈଠକ

"ଭୁବନେଶ୍ବର: ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର କାର୍ଯ୍ୟକାରିଣୀ ବୈଠକ ଆଜି (ରବିବାର) ଅନୁଷ୍ଠିତ ହୋଇଯାଇଛି।

ପ୍ରାଥମିକ ଶିକ୍ଷକଙ୍‌କ ଅଟକି ରହିଥିବା ସମସ୍ୟାଗୁଡ଼ିକର ତୁରନ୍ତ ସମାଧାନ କରିବାକୁ ସରକାରଙ୍କ ଟାଳଟୁଳ ନୀତିକୁ ବୈଠକରେ ତୀବ୍ର ସମାଲୋଚନା କରାଯାଇଛି।

Advertisment ଖାରବେଳ ନଗର ସ୍ଥିତ ପ୍ରାଥମିକ ଶିକ୍ଷକ ଭବନ ଠାରେ ଅନୁଷ୍ଠିତ ବୈଠକରେ ଫେଡେରେସନ ସଭାପତି ଧୀରେନ୍ଦ୍ର କୁମାର ପଟନାୟକ ଅଧକ୍ଷତା କରିଥିଲେ।

ପ୍ରାଥମିକ ଶିକ୍ଷକମାନଙ୍କର ଦୀର୍ଘ ଦିନର ଦାବି ଯଥା ମୂଳ ଗ୍ରେଡ୍‌ପେ ବୃଦ୍ଧି, ଠିକା ଉଛେଦ ସହିତ ଠିକା ସମୟକୁ ମୂଳ ଚାକିରୀରେ ଗଣନାକରି  ନୋସନାଲ୍‌ ଇଂକ୍ରିମେଣ୍ଟ୍‌ ପ୍ରଦାନ ସମସ୍ୟାର ବାରମ୍ବାର ସରକାରୀ ଆଶ୍ୱାସନା ପାଇଲେ ମଧ୍ୟ ତାହା ଏ ପର୍ଯ୍ୟନ୍ତ କାର୍ଯକାରୀ ହୋଇପାରିନାହିଁ।

ଏଲିମେଂଟାରୀ ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କ ପଦୋନ୍ନତି ସ୍ତର୫-କରୁ ବରିଷ୍ଠତା ଭିତ୍ତିରେ ବିଇଓ ପର୍ଯ୍ୟନ୍ତ ତ୍ବରାନ୍ବିତ କରିବାରେ ବିଳମ୍ବ ଏବଂ ବିଦ୍ୟାଳୟ ରେ ଖାଲିଥିବା ପଦବି ପୂରଣ ନହେଲେ ଶିକ୍ଷା ବ୍ୟବସ୍ଥା ତଥା ଛାତ୍ରଛାତ୍ରୀ ମାନଙ୍କର ଘୋର ଅସୁବିଧା ହେବ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା।

Odisha Primary teachers ଅସନ୍ତୋଷ ଜଣାଇଲା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ୨୦୧୧ ପରେ ଓଟିଇଟି ହେବା ପାଇଁ କେନ୍ଦ୍ର ସରକାରଙ୍କ ନିର୍ଦେଶ ଥିଲେ ମଧ୍ୟ ରାଜ୍ୟରେ ତାହା ଏବେ କାର୍ଯ୍ୟକାରୀ ହେବାକୁ ଯାଉଛି, ଯାହା ଫଳରେ ୨୦୧୧ ମସିହା ପୂର୍ଵରୁ ନିଯୁକ୍ତି ପାଇଥିବା ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ନିମନ୍ତେ ବର୍ଷରେ ଅନୁନ୍ୟ  ୪ଗୋଟି ଓଟିଇଟି ଦେବା ପାଇଁ ବ୍ୟବସ୍ଥା କରିବାକୁ ସରକାରଙ୍‌କୁ ଅନୁରୋଧକରିବାକୁ ବୈଠକରେ ମତ ପ୍ରକାଶ ପାଇଛି।

ଏହିସହିତ ଆସନ୍ତା ଅଗଷ୍ଟ ସୁଦ୍ଧା ଏକ ସ୍ବତନ୍ତ୍ର ଓଟିଇଟି କରି ଅତି ଶୀଘ୍ର ଫଳାଫଳ ବାହାର  କରାଯିବାକୁ ଦାବି କରାଯାଇଛି।

ତତ ସମ୍ବନ୍ଧୀୟ ଦାବିପତ୍ର ରାଜ୍ୟ ଶିକ୍ଷା ନିର୍ଦ୍ଦେଶକଙ୍କ ଜରିଆରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଙ୍ଘ ରାଜ୍ୟ ସରକାରଙ୍କୁ ଦାବିପତ୍ର ଦେଇ ଅଛନ୍ତି।

ଆନ୍ଦୋଳନକୁ ଓହ୍ଲାଇବେ ପ୍ରାଥମିକ ଶିକ୍ଷକ ଅନ୍ୟ ପ୍ରସ୍ତାବଗୁଡ଼ିକ ମଧ୍ୟରେ, ସରକାର ଯୋଗାଇ ଥୁବା ପାଠ୍ୟ ପୁସ୍ତକ ତ୍ରୁଟିଶୂନ୍ୟ  କରି ପୁସ୍ତକ ଯୋଗାଇ ଦେବା,  ରାଜ୍ୟରେ ନୂତନ ଶିକ୍ଷା ନୀତି ୨୦୨୦ଅନୁଯାଇ ନୂତନ ପାଠ୍ୟ ପୁସ୍ତକ ପ୍ରଚଳନ କରାଯାଇଥିବା ଯୋଗୁଁ କଳାଶିକ୍ଷା, ଶାରୀରିକ ଶିକ୍ଷା, ଯୋଗ ଶିକ୍ଷା ଓ ବୃତ୍ତିଗତ ବିଷୟ କୁ ପଢ଼ାଇବା ପାଇଁ ବିଦ୍ୟାଳୟ ମାନଙ୍କରେ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ଦେବା ଆଦି ରହିଛି।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମହାସଚିବ ଚାରୁଲତା ମହାପାତ୍ର, ଉପସଭାପତି ସୁରେନ୍ଦ୍ର କୁଲଦୀପ, ବିରଞ୍ଚି ନାରାୟଣ ଦାଶ, ମନୋଜ ସ୍ୱାଇଁ, ସଂଗୀତ ଦାଶ, ହୃଦାନନ୍ଦ ଦ୍ବିବେଦୀ, ଦୀପକ ରାଉତ, ନରେଶ ସିଂ ଶିବଦତ ନାୟକ, ଅଜିତ ଚୌଧୁରୀ, ଯୁଧିଷ୍ଠିର ସାହୁ, ଜୀତ ମହାପାତ୍ର, ପଦ୍ମଲୋଚନ ନାୟକ, ସୁକାନ୍ତି ସବୁତ ପ୍ରମୁଖ ଯୋଗ ଦେଇ ନିଜର ମତାମତ ଉପସ୍ଥାପନ କରିଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।