Press meet: ‘ବରୀର ଉନ୍ନତି ବଦଳରେ ଅବନତି ଅଧିକ’
"ବରୀ (ସଂଜୟ ବେହେରା): ଯାଜପୁର ଜିଲ୍ଲାର ବରୀର ବନ୍ୟା କୌଣସି ଆକସ୍ମିକ ଘଟଣା ନୁହେଁ; ବରଂ ଏହା ମନୁଷ୍ୟକୃତ ବୋଲି ବ୍ଲକର ପୂର୍ବତନ ବିଜେଡ଼ି ସଭାପତି ସେକ୍ ସଫିକ୍ ଉଦ୍ଦିନ୍।
ବୁଧବାର ଦିନ ଧାରପୁରସ୍ଥିତ ସୀମାନ୍ତମୁଣ୍ଡ ଠାରେ ସଂଜୀବ ସେନାର କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମଳନୀରେ ସେ ଏହା ପ୍ରକାଶ କରଛନ୍ତି।
Advertisment ସେ କହିଛନ୍ତି, ବ୍ରାହ୍ମଣୀ ନଦୀ ବନ୍ୟା ଯେତେବେଳେ ବାଙ୍କସାହି ନଦୀବନ୍ଧର ୫/୬ଫୁଟ ତଳେ ବନ୍ୟାଜଳ ପ୍ରବାହିତ ହେଉଥିଲା ସେତେବେଳେ ଘାଇହେବାର ପ୍ରଶ୍ନ ଉଠୁନଥିଲା।
ଏହା କିପର ହେଲା ତାହାର ତଦନ୍ତ ହେବାର ଆବଶ୍ୟକତା ରହିଛି।
ସୁଇଚ୍ ଗେଟ୍ ଖୋଲା ନ ଯିବାରୁ ଅରୁଆଳ ଠାରେ ଘାଇ ହୋଇଥିଲା ବେଳେ ଦୁର୍ବଳ ନଦୀବନ୍ଧ ପାଇଁ ଚନ୍ଦନପୁର ଘାଇ ସୃଷ୍ଟି ହେଲା।
ବ୍ୟାପକ ଅଞ୍ଚଳ ଜଳମଗ୍ନ ହେଲା।
ଚାଷଜମି ନଷ୍ଟ ହୋଇ ଚାଷୀଙ୍କ ଅଣ୍ଟା ଭାଙ୍ଗିଦେଲା।
ମାତ୍ର ଘାଇ ପରେ ବନ୍ୟାରେ ବୁଲିବୁଲି ଗୀତ ବଜାଇ ରିଲ୍ସ କରି ବିପନ୍ନଙ୍କୁ ରଲିଫ୍ ବାଣ୍ଟିବା ମଧ୍ୟ ବରୀ ବିପନ୍ନଙ୍କ ପାଇଁ ଉପହାସ ପାଲଟିଛି ବୋଲି ସେକ୍ ସଫିକ୍ ଉଦ୍ଦିନ୍ କହିଛନ୍ତି।
Modi speaks to Balen Sha: ନେପାଳ ବନ୍ୟା: ବାଲେନ ଶାହଙ୍କ ସହିତ କଥା ହେଲେ ମୋଦୀ କାହାରି ନା ନନେଇ ସେ କହିଛନ୍ତି ଯେ ବରୀର ଉଭୟ ଦଳର ଦୁଇ ନେତା ଜୈନେକ ଠିକାଦାରଙ୍କ ଠାରୁ ଅଟା ଆଣି ରିଲିଫ୍ ଆକାରରେ ବାଣ୍ଟି ଶସ୍ତା ରାଜନିତୀ କରୁଛନ୍ତି।
ଦୀର୍ଘ ଦୁଇ ବର୍ଷ ମଧ୍ୟରେ ବରୀରେ ଉନ୍ନୟନ କାମ କହିଲେ ସଂପୂର୍ଣ୍ଣ ଭାବେ ଠପ୍ ପଡ଼ିଛି।
ପାଖ ପଡ଼ିଶା ନିର୍ବାଚନ ମଣ୍ଡଳୀ ଯାଜପୁରରେ ୨୦୦ କୋଟିରୁ ଅଧିକ ଓ ଧର୍ମଶାଳାରେ ୪୫୦ କୋଟିରୁ ଅଧିକ ଟଙ୍କା କେବଳ ଜଳସଂପଦ ବିଭାଗ ଜରିଆରେ ନଦୀବନ୍ଧରେ ଖର୍ଚ୍ଚ ହୋଇଥିଲା ବେଳେ ବରୀରେ ମାତ୍ର ୫/୧୦ କୋଟି ଭିତରେ ଖର୍ଚ୍ଚ ହୋଇଥାଇ ପାରେ।
କେହି ବିରୋଧୀ ଦଳରେ ରହିଥିବା କହି ନିଜ ମୁଣ୍ଡରୁ ଦୋଷ ଛଡାଇ ଦେଉଥିବା ବେଳେ ଅନ୍ୟଜଣେ ସରକାରରେ ଥାଇ ମଧ୍ୟ ବରୀ ପଛକୁ ପଛକୁ ଯିବା ଘଟଣା ଉଭୟଙ୍କ ମିଲିଭଗତରେ ବରୀକୁ ପଛକୁ ଠେଲୁଥିବା କହିଛନ୍ତି।
କେତେ କିଲୋ ଅଟା, କେତେ ମୁଠା ଚୁଡ଼ା ବଦଳରେ ବରୀର ସାଧାରଣ ଜନତା ନିଜକୁ ଦୂରେଇ ନ ନେଇ ସଜାଗ ହୋଇ ବରୀରେ ବନ୍ୟା କାହିଁକି ହେଉଛି ତାହାର ଉତ୍ତର ଖୋଜିବାର ଆବଶ୍ୟକତା ରହିଛି ବୋଲି କହିଥିଲେ।
ସମ୍ମିଳନୀରେ ସଂଜୀବ ସେନାର ପ୍ରତିଷ୍ଠାତା ତଥା ବରୀ ପଞ୍ଚାୟତର ସମିତି ସଭ୍ୟ ସଂଜୀବ କୁମାର ଜେନା କହିଥିଲେ ଯେ ଫଟୋ ଉଠା ରାଜନିତୀ ଛାଡ଼ି ବରୀର ଉନ୍ନତି ତଥା ବିପନ୍ନଙ୍କୁ ପୁଣି ମୁଖ୍ୟତ୍ସୋତକୁ ଫେରାଇ ଆଣିବାକୁ ଉଦ୍ୟମ କରାଯିବା ଉଚିତ୍।
ଅନ୍ୟତମ ଯୁବନେତୃତ୍ବ ନିର୍ମଳ ଯତି ଉପସ୍ଥିତ ଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
