Pragyan: ଭାରତୀୟ କ୍ରିକେଟ୍‌ ଦଳର ମୁଖ୍ୟ ଚୟନକର୍ତ୍ତା ଦୌଡ଼ରେ ପ୍ରଜ୍ଞାନ

Sep 18, 2026 - 11:09
Pragyan: ଭାରତୀୟ କ୍ରିକେଟ୍‌ ଦଳର ମୁଖ୍ୟ ଚୟନକର୍ତ୍ତା ଦୌଡ଼ରେ ପ୍ରଜ୍ଞାନ

"ନୂଆଦିଲ୍ଲୀ: ପ୍ରାୟ ଦୁଇ ଦଶନ୍ଧି ହେବ ଓଡ଼ିଶାର କୌଣସି ଖେଳାଳି ଭାରତୀୟ ବରିଷ୍ଠ କ୍ରିକେଟ୍‌ ଦଳର ପ୍ରତିନିଧିତ୍ବ କରି ନାହାନ୍ତି।

ଏହି ଦୁଃଖ ଅନେକ ସମୟରେ ରାଜ୍ୟର କ୍ରିକେଟ୍‌ପ୍ରେମୀଙ୍କୁ ବ୍ୟଥିତ କରିଥାଏ।

ତେବେ ରାଜ୍ୟ ବାହାରେ ରହି ଭାରତୀୟ ଦଳରୁ ଖେଳିବା ଏବଂ ପରେ ଚୟନକର୍ତ୍ତା ହେବାର ଅନନ୍ୟ ସଫଳତା ଲାଭ କରିଥିବା ପୂର୍ବତନ ଓଡ଼ିଆ ସ୍ପିନର ପ୍ରଜ୍ଞାନ ଓଝା ସେମାନଙ୍କ ଏହି ଦୁଃଖ ଓ କ୍ଷୋଭକୁ କିଛିଟା ଲାଘବ କରିଛନ୍ତି।

ତାଙ୍କ ମାଧ୍ୟମରେ ଜାତୀୟ ଓ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଓଡ଼ିଶାର ଛାପ ମଧ୍ୟ ପ୍ରଚ୍ଛନ୍ନ ଭାବେ ପଡ଼ି ଆସୁଛି।

ଏବେ ସେ ସଫଳତାର ଆଉ ଏକ ସିଡ଼ି ଚଢ଼ିବାକୁ ଯାଉଛନ୍ତି।

ସମଗ୍ର ଓଡ଼ିଆ ଜାତି ପାଇଁ ଗର୍ବ ଓ ଗୌରବର ଆଉ ଏକ ଅଧ୍ୟାୟ ଯୋଡ଼ିବାର ଦ୍ବାର ଦେଶରେ ରହିଛନ୍ତି ପ୍ରଜ୍ଞାନ।

ସଂପ୍ରତି ଭାରତୀୟ ବରିଷ୍ଠ କ୍ରିକେଟ୍‌ ଦଳର ଚୟନକର୍ତ୍ତା ଥିବା ପ୍ରଜ୍ଞାନ ମୁଖ୍ୟ ଚୟନକର୍ତ୍ତା ପଦ ମଣ୍ଡନ କରିବାର ସମ୍ଭାବନା ସୃଷ୍ଟି ହେବା ପରେ ଓଡ଼ିଶା‌ କ୍ରିକେଟ୍‌ରେ ଖୁସିର ଲହରି ଖେଳି ଯାଇଛି।

Advertisment Buttler Record: ବଟଲରଙ୍କ ରେକର୍ଡ ଟ୍ବେଣ୍ଟି-୨୦ ରନ୍‌ ବଢ଼ିବନି ଅଗରକରଙ୍କ କାର୍ଯ୍ୟକାଳଜାତୀୟ ଚୟନ କମିଟିର ମୁଖ୍ୟ ତଥା ମୁମ୍ବାଇର ପୂର୍ବତନ ଦ୍ରୁତ ବୋଲର ଅଜିତ ଅଗରକରଙ୍କ ପରିବର୍ଦ୍ଧିତ କାର୍ଯ୍ୟକାଳ ଚଳିତ ମାସରେ ଶେଷ ହୋଇଯାଉଥିବାରୁ ପ୍ରଜ୍ଞାନ ତାଙ୍କ ଉତ୍ତରାଧିକାରୀ ହେବା ଦୌଡ଼ରେ ସର୍ବାଗ୍ରେ ରହିଛନ୍ତି।

ଅଗରକରଙ୍କ କାର୍ଯ୍ୟକାଳକୁ ଆଉ ବଢ଼ାଇବା ସପକ୍ଷରେ ବିସିସିଆଇ ନଥିବା ବେଳେ ପ୍ରଜ୍ଞାନଙ୍କ ସହ ଗୁଜରାଟର ପୂର୍ବତନ ଅନ୍ତର୍ଜାତୀୟ ୱିକେଟ୍‌ ରକ୍ଷକ ପାର୍ଥିବ ପଟେଲ ମଧ୍ୟ ଭାରତୀୟ କ୍ରିକେଟ୍‌ ଦଳର ମୁଖ୍ୟ ଚୟନକର୍ତ୍ତା ହେବା ଲାଗି ଅନ୍ୟତମ ପ୍ରାର୍ଥୀ ଭାବେ ଉଭା ହୋଇଛନ୍ତି।

ତେବେ ତାଙ୍କ ଅପେକ୍ଷା ପ୍ରଜ୍ଞାନଙ୍କ ପଲା ସାମାନ୍ୟ ଭାରି ଥିବା ବିସିସିଆଇ ସୂତ୍ରରୁ ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ ଓଡ଼ିଶା ଜନ୍ମିତ ପ୍ରଜ୍ଞାନ ମାତ୍ର ୧୩ ବର୍ଷ ବୟସରେ ରାଜ୍ୟ ବାହାରକୁ ଯାଇ ନିଜ କ୍ରିକେଟ୍‌ ସ୍ବପ୍ନ ପୂରଣ ପାଇଁ କଠିନ ଅଧ୍ୟବସାୟ ଆରମ୍ଭ କରିଥିଲେ।

ହାଇଦ୍ରାବାଦରୁ ରଣଜୀ ଖେଳି ଜାତୀୟ ଦଳର ପ୍ରତିନିଧିତ୍ବ କରିବାର ଗୌରବ ପାଇଥିଲେ।

ସେ ୨୪ ଟେଷ୍ଟ୍‌, ୧୮ ଦିନିକିଆ ଏବଂ ୬ଟି ଟ୍ବେଣ୍ଟି-୨୦ରେ ଭାରତର ପ୍ରତିନିଧିତ୍ବ କରିଛନ୍ତି।

ଟେଷ୍ଟ୍‌ରେ ସେ ୧୧୩ ୱିକେଟ୍‌ ଓ ଦିନିକିଆରେ ୨୧ ୱିକେଟ୍‌ ନେଇଛନ୍ତି।

ସଂପ୍ରତି ୫ଜଣିଆ ବରିଷ୍ଠ ଚୟନ କମିଟିରେ ଅନ୍ୟତମ ଓଡ଼ିଆ ଟେଷ୍ଟ୍‌ କ୍ରିକେଟର୍‌ ଶିବ ସୁନ୍ଦର ଦାସ ମଧ୍ୟ ସଦସ୍ୟ ଅଛନ୍ତି।

Fighter Jet: ଚଳିତ ବର୍ଷ ଶେଷ ସୁଦ୍ଧା ବାୟୁସେନାକୁ ମିଳିବ ''ଏଲସିଏ ମାର୍କ-୧ଏ'' ଲଢ଼ୁଆ ବିମାନ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)