Powerful acting: ଦମ୍‌ଦାର ଅଭିନୟ ଓ ଦୁର୍ବଳ ଚିତ୍ରନାଟ୍ୟର ପ୍ରହାର

Oct 17, 2026 - 07:06
Powerful acting: ଦମ୍‌ଦାର ଅଭିନୟ ଓ ଦୁର୍ବଳ ଚିତ୍ରନାଟ୍ୟର ପ୍ରହାର

"୨୦୦୮ ମସିହାରେ ମୁମ୍ବାଇ ଉପରେ ହୋଇଥିବା "୨୬/୧୧" ଆତଙ୍କବାଦୀ ଆକ୍ରମଣର କ୍ଷତ ଆଜି ବି ଦେଶବାସୀଙ୍କ ମନରୁ ଲିଭିନାହିଁ।

ଏହି ବେଦନାଦାୟକ ଅଧ୍ୟାୟକୁ ନେଇ ପୂର୍ବରୁ ଅନେକ ଚଳଚ୍ଚିତ୍ର ନିର୍ମାଣ ହୋଇଥିବାବେଳେ ଏଥର ଏକ ଭିନ୍ନ ଦୃଷ୍ଟିକୋଣରୁ ନିର୍ମିତ ହୋଇଛି "ପ୍ରହାର"।

ଏଥିରେ ଆତଙ୍କବାଦୀ ଆକ୍ରମଣ ଅପେକ୍ଷା ଅଜମଲ କସାବ (ଲଳିତ ପ୍ରଭାକର)କୁ ଦଣ୍ଡିତ କରିବା ପାଇଁ ଚାଲିଥିବା ଆଇନଗତ ଲଢ଼େଇ ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି।Advertisment Seva Sankalp campaign: ସେବା ସଂକଳ୍ପ ଅଭିଯାନରେ ମାଗଣା ହେଲମେଟ୍ ବଣ୍ଟନ କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଅବିନାଶ ଅରୁଣଙ୍କ "ପ୍ରହାର" କାହାଣୀର କେନ୍ଦ୍ରରେ ଅଛନ୍ତି ସରକାରୀ ଓକିଲ ଉଜ୍ଜ୍ବଳ ନିକମ (ରାଜକୁମାର ରାଓ)।

ତାଙ୍କ ପାରିବାରିକ ଜୀବନ ମଧ୍ୟ ଏହି କାହାଣୀରେ ସ୍ଥାନ ପାଇଛି, ଯେଉଁ କାରଣରୁ ଏହା ଅଧିକ ନାଟକୀୟ ହୋଇଛି।

କସାବ ବିରୋଧରେ ପ୍ରମାଣ ସଂଗ୍ରହଠାରୁ ଆରମ୍ଭ କରି ଅଦାଲତରେ ତାକୁ ଦୋଷୀ ସାବ୍ୟସ୍ତ କରିବା ପର୍ଯ୍ୟନ୍ତ ସଂଘର୍ଷକୁ ଚଳଚ୍ଚିତ୍ରରେ ଦେଖାଯାଇଛି।

ଅନ୍ୟ ପଟେ କସାବ ପକ୍ଷରୁ ମାମଲା ଲଢ଼ୁଥିବା ଓକିଲ ଅବ୍ବାସ କାଜମୀ (ସିକନ୍ଦର ଖେର) ପ୍ରତିପକ୍ଷ ଭାବେ ପ୍ରଥମେ ଖଳନାୟକ ଭଳି ମନେ ହେଉଥିଲେ ହେଁ ଆଇନ ବ୍ୟବସ୍ଥାରେ ତାଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି ଯଥାର୍ଥ ଭାବେ ପ୍ରତିପାଦିତ ହୋଇଛି।ପ୍ରଥମାର୍ଦ୍ଧରେ ମନରେ ପର୍ଯ୍ୟାପ୍ତ ରୋମାଞ୍ଚ ସୃଷ୍ଟି ହୁଏ।

ଅଦାଲତରେ ଯୁକ୍ତିତର୍କ, ପ୍ରମାଣ ଉପସ୍ଥାପନ ଓ ଦମ୍‌ଦାର ଅଭିନୟ ଦର୍ଶକଙ୍କୁ ବାନ୍ଧି ରଖେ।

Judegement: ତ୍ବିଷା ଶର୍ମା ମୃତ୍ୟୁ ମାମଲା: ଭୋପାଳ ଅଦାଲତରେ ବିଚାର ସ୍ଥଗିତ ରଖିଲେ ସୁପ୍ରିମ୍‌କୋର୍ଟ ବିଶେଷକରି ପାକିସ୍ତାନୀ ଓକିଲ ଜୁଲ୍‌ଫିକର ଅଲୀଙ୍କ ଭୂମିକାରେ ଜୟଦୀପ ଅହଲାୱତଙ୍କ ଅଭିନୟ ପ୍ରଭାବଶାଳୀ ହୋଇଛି।

ଆତଙ୍କବାଦକୁ କୌଣସି ଧର୍ମ ସହ ଯୋଡ଼ିବା କିମ୍ବା ଭାରତ-ପାକିସ୍ତାନ ବିବାଦକୁ ଅଯଥା ଉସୁକାଇବା ପରିବର୍ତ୍ତେ ନିର୍ଦ୍ଦେଶକ ସଂଯମ ରକ୍ଷା କରି ନ୍ୟାୟିକ ପ୍ରକ୍ରିୟାର ଗୁରୁତ୍ବକୁ ଉପସ୍ଥାପନ କରିଛନ୍ତି।ତେବେ ଦ୍ବିତୀୟାର୍ଦ୍ଧରେ ଚିତ୍ରନାଟ୍ୟର ଗତିଶୀଳତା ହ୍ରାସ ପାଇବା ଯୋଗୁଁ ଅଢ଼େଇ ଘଣ୍ଟାର ଏହି ସିନେମାଟି ତିନି ଘଣ୍ଟାର ଭଳି ଅନୁଭବ ହେଲା।

କାରଣ ଚିତ୍ରନାଟ୍ୟରେ ପର୍ଯ୍ୟାପ୍ତ ଉତ୍କଣ୍ଠା ବା ରୋମାଞ୍ଚ ନାହିଁ।

ଜଣେ ଓକିଲଙ୍କ ବ୍ୟକ୍ତିଗତ ସଂଘର୍ଷ ଦେଖାଇବାର ପ୍ରୟାସ ପ୍ରଶଂସନୀୟ ହୋଇଥିଲେ ହେଁ ଏହାର ଉପସ୍ଥାପନା ସଂକ୍ଷିପ୍ତ ହୋଇପାରିଥାନ୍ତା।

ଚଳଚ୍ଚିତ୍ରର ସବୁଠୁ ବଡ଼ ଶକ୍ତି ହେଉଛନ୍ତି ରାଜକୁମାର ରାଓ।

ଉଜ୍ଜ୍ବଳ ନିକମଙ୍କ ଚରିତ୍ରରେ ତାଙ୍କର ସଂଯମୀ ଅଭିନୟ ବେଶ୍‌ ବିଶ୍ବାସଯୋଗ୍ୟ ମନେ ହେଲା।

କାହାଣୀର ବାର୍ତ୍ତା ଗୁରୁତ୍ବପୂର୍ଣ୍ଣ ହୋଇଥିଲେ ହେଁ ଚିତ୍ରନାଟ୍ୟର ଦୁର୍ବଳତା ଯୋଗୁଁ ଏହା ଅସାଧାରଣ ସ୍ତରକୁ ଉତ୍ତୀର୍ଣ୍ଣ ହୋଇପାରିନାହିଁ।

ପ୍ରହାର: ଦି ଉଜ୍ଜ୍ବଳ ନିକମ ଷ୍ଟୋରିନିର୍ଦେଶକ: ଅବିନାଶ ଅରୁଣମୁଖ୍ୟ ଚରିତ୍ରରେ: ରାଜକୁମାର ରାଓ, ବାମିକା ଗବ୍ବୀ, ଲଳିତ ପ୍ରଭାକର, ଜୟଦୀପ ଅହଲାଵତ, ସିକନ୍ଦର ଖେର"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)