Pollution Monitoring ଏଣିକି ଡ୍ରୋନ୍ରେ ହେବ ପ୍ରଦୂଷଣ ମନିଟରିଂ
"ଭୁବନେଶ୍ୱର: ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ପରିବେଶ ପ୍ରଦୂଷଣର ମନିଟରିଂ ହେବ।
କେଉଁ ସଂସ୍ଥା କେତେ ପ୍ରଦୂଷଣ କରୁଛନ୍ତି, କଟକଣା ମାନୁଛନ୍ତି କି ନାହିଁ, ଜଳ ଓ ବାୟୁ ପ୍ରଦୂଷଣ ରୋକିବା ଦିଗରେ କିଭଳି ପଦକ୍ଷେପ ନେଉଛନ୍ତି ତାହାର ଡ୍ରୋନ୍ ବେସ୍ଡ ଏବଂ ଏଆଇ(କୃତ୍ରିମ ବୁଦ୍ଧିମତା) ଚାଟ୍ବାଟ୍ ମାଧ୍ୟମରେ ମନିଟରିଂ କରାଯିବ।
ଏଥିପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍ପିସିବି)ର ୪୩ତମ ପ୍ରତିଷ୍ଠା ଦିବସରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ଏହି ମନିଟରିଂ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି।
ଭୁବନେଶ୍ୱରସ୍ଥିତ ଓୟୁଏଟି କୃଷି ଶିକ୍ଷା ସଦନଠାରେ ଆୟୋଜିତ କାର୍ଯ୍ୟକ୍ରମରେ କଟକ, କୋରାପୁଟ, ଝାରସୁଗୁଡ଼ା ଓ ସମ୍ବଲପୁରରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ କାର୍ଯ୍ୟାଳୟ ଭବନ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି।Advertisment Air pollution: ଏବେଠାରୁ ଡରେଇଲାଣି ବାୟୁ ପ୍ରଦୂଷଣ (୨): ଅଗଷ୍ଟରେ ଶହେ ଉପରେ ଏକ୍ୟୁଆଇ, ଦୀପାବଳି ପରେ ସ୍ଥିତି ବିଗିଡ଼ିବା ଆଶଙ୍କା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ କହିଲେ, ୪୩ ବର୍ଷ ଧରି ବୋର୍ଡ ପରିବେଶ ସୁରକ୍ଷା ପ୍ରତି ନିଜର ଦାୟିତ୍ୱ ନିଷ୍ଠା ଓ ସ୍ୱଚ୍ଛତାର ସହ ନିର୍ବାହ କରୁଛି।
ପ୍ରମୁଖ ସହର ଓ ଶିଳ୍ପାଞ୍ଚଳରେ ବାୟୁ ଗୁଣବତ୍ତା ନିରୀକ୍ଷଣ, ନଦୀ ଓ ଜଳାଶୟର ଜଳ ପରୀକ୍ଷା, ଶିଳ୍ପ ବର୍ଜ୍ୟଜଳ ଉପରେ ନଜର ଏବଂ ବିଭିନ୍ନ ପ୍ରକାର ବର୍ଜ୍ୟବସ୍ତୁର ସୁପରିଚାଳନା ଦିଗରେ ବୋର୍ଡ କାର୍ଯ୍ୟ କରୁଛି।
ଡିଜିଟାଲ୍ ବ୍ୟବସ୍ଥା ଦ୍ୱାରା ଅନୁମତି ପ୍ରକ୍ରିୟା ଅଧିକ ସହଜ, ଦ୍ରୁତ ଓ ସ୍ୱଚ୍ଛ ହୋଇଛି।
ବୋର୍ଡର ଇଞ୍ଜିନିୟର, ବୈଜ୍ଞାନିକ, ପ୍ରଶାସନିକ ଅଧିକାରୀ ଓ କ୍ଷେତ୍ର କର୍ମଚାରୀଙ୍କ ଅକ୍ଳାନ୍ତ ପରିଶ୍ରମ ଦ୍ବାରା ଏହା ସଫଳ ହୋଇଛି।
ପ୍ରଦୂଷଣ ରୋକିବାକୁ ସଚେତନତା ସୃଷ୍ଟି କରିବା ସହ ନିଜ ଦୈନନ୍ଦିନ ଜୀବନରେ ପରିବେଶ ଅନୁକୂଳ ଅଭ୍ୟାସ ଆପଣାଇବା ଆବଶ୍ୟକ ବୋଲି ସେ କହିଥିଲେ।
Prevent pollution: ପ୍ରଦୂଷଣ ରୋକିବ ଡଷ୍ଟ କଲେକ୍ଟର: ପରୀକ୍ଷାମୂଳକ ଭାବେ ଲିଙ୍ଗରାଜ ଓ ପଟିଆ ଅଞ୍ଚଳରେ ଲାଗିଲା ସମାରୋହରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ପ୍ରମୁଖ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମା, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ବନ ବାହିନୀ ମୁଖ୍ୟ କେ.
ମୁରୁଗେସନ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ମନୋଜ ଭି.
ନାୟାର ଓ ଓୟୁଏଟି କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ଅତିଥି ଭାବେ ଯୋଗଦେଇଥିଲେ।
ଏହି ଅବସରରେ ପରିବେଶ ସଚେତନତା ସମ୍ପର୍କିତ "ମାଇକ୍ରୋ ଓ ନାନୋ ପ୍ଲାଷ୍ଟିକ୍ ସମ୍ବନ୍ଧୀୟ ପତ୍ରିକା, ଉତ୍କୃଷ୍ଟ କାର୍ଯ୍ୟପନ୍ଥା ପୁସ୍ତିକା, ଜଳ ପ୍ରଦୂଷଣ ଉପରେ ଆଧାରିତ ହାସ୍ୟରସାତ୍ମକ ଚିତ୍ରକଥା ବହି ଓ ଅଂଶୀଦାରଙ୍କ ପାଇଁ କଠିନ ବର୍ଜ୍ୟବସ୍ତୁ ପରିଚାଳନା ମାର୍ଗଦର୍ଶିକା ପ୍ରକାଶ ପାଇଥିଲା।
ଏଥିସହ ଫ୍ଲାଏଆସ୍ ମ୍ୟାନେଜମେଣ୍ଟ ସମ୍ପର୍କରେ ଏସ୍ପିସିବି ଓ ଗୋଠପାଟଣାସ୍ଥିତ ନାଲ୍କୋ ରିସର୍ଚ୍ଚ ଓ ଟେକ୍ନୋଲୋଜି ସେଣ୍ଟର(ଏନ୍ଆର୍ଟିସି) ମଧ୍ୟରେ ବୁଝାମଣାପତ୍ର ହୋଇଛି।
ପ୍ରଦୂଷଣ ନିୟନ୍ତ୍ରଣ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶିଳ୍ପାନୁଷ୍ଠାନ, ଖଣି ଓ ସ୍ୱାସ୍ଥ୍ୟସେବା ବର୍ଗରେ "ପରିବେଶ ପ୍ରଶଂସା ପତ୍ର" ପ୍ରଦାନ କରାଯାଇଥିଲା।
ଶିଳ୍ପ ଜନବସତି ବର୍ଗରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ "ପରିବେଶ ଉତ୍କର୍ଷ ପୁରସ୍କାର" ଦିଆଯାଇଥିଲା।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
