Politics: ରାଜ୍ୟ ବିଜେଡି ସଂଖ୍ୟାଲଘୁ ସେଲ୍ର ବରିଷ୍ଠ ସାଧାରଣ ସମ୍ପାଦକ ହେଲେ ଜାଲିନା
"ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ): ରାଜ୍ୟ ବିଜେଡି ସଂଖ୍ୟାଲଘୁ ସେଲ ପୁନର୍ଗଠନ କରିବା ପରେ କନ୍ଧମାଳ ଜିଲ୍ଲାର ଆଗ ଧାଡ଼ିର ସଂଖ୍ୟାଲଘୁ ସମ୍ପ୍ରଦାୟର ନାରୀ ନେତ୍ରୀ ଜାଲିନା ପ୍ରିୟଦର୍ଶିନୀଙ୍କୁ ବରିଷ୍ଠ ସାଧାରଣ ସମ୍ପାଦକ ଭାବେ ରାଜ୍ୟ ବିଜେଡି ସଭାପତି ନିଯୁକ୍ତ କରିବା ପରେ କନ୍ଧମାଳ ଜିଲ୍ଲା ବିଜେଡି ପକ୍ଷରୁ ଜାଲିନାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି।Advertisment ଜାଲିନା ହେଉଛନ୍ତି କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ବିଧାନସଭା ନିର୍ବାଚନ ମଣ୍ଡଳୀର ଘୁ.ଉଦୟଗିରି ଏନ୍ଏସିର ୮ନଂ ୱାର୍ଡର ବାସିନ୍ଦା।
ସେ ପୂର୍ବରୁ ସ୍ଥାନୀୟ ଏନ୍ଏସିରେ କାଉନସିଲର, ରାଜ୍ୟ ମହିଳା କମିସନ ସଦସ୍ୟା, ରାଜ୍ୟ ଶିଶୁ କଲ୍ୟାଣ ବୋର୍ଡ ସଦସ୍ୟା ଥିଲେ।
ବର୍ତ୍ତମାନ ରାଜ୍ୟସ୍ତରରେ ଏହି ଦାୟିତ୍ୱ ମିଳିବା ପରେ ଜିଲ୍ଲା ବିଜେଡି ସଭାପତି ପଦ୍ମନାଭ ବେହେରାଙ୍କ ସମେତ ଜିଲ୍ଲାର ସମସ୍ତ ଦଳୀୟ ନେତା କର୍ମୀ ଶୁଭେଚ୍ଛା ଜଣେଇବା ସହ ଅଭିନନ୍ଦନ ଜଣେଇଛନ୍ତି।
ଏହି ଦାୟିତ୍ବ ମିଳିବା ପରେ ଜାଲିନା ନିଜ ପ୍ରତିକ୍ରିୟା ରେ କହିଛନ୍ତି ମୋତେ ଯେଉଁ ସମୟରେ ଯେଉଁ ଦାୟିତ୍ୱ ମିଳିଛି ମୁଁ ନିଷ୍ଠାପର ସହ ତାହା ସମ୍ପାଦନ କରିଛି।ବର୍ତମାନ ବି ଦଳୀୟ ସଭାପତି ମୋତେ ଯେଉଁ ଦାୟିତ୍ବ ଦେଇଛନ୍ତି ତାକୁ ଠିକ ଭାବେ ନିଭେଇବା ସହ ସଂଖ୍ୟାଲଘୁ ସମ୍ପ୍ରଦାୟ ପାଇଁ ସ୍ୱର ଉଠେଇବା ସହ ଦଳୀୟ କାର୍ଯ୍ୟକୁ ସୁଚାରୁରୂପେ କରିବି।
Highcourt: ଆଇଜି, ଡିଆଇଜି ଓ କନ୍ଧମାଳ ଏସପିଙ୍କୁ ବ୍ୟକ୍ତିଗତ ହାଜିରା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
