Police seizes Rs 5 lakh: ଦୁର୍ବୃତ୍ତଙ୍କୁ କାବୁ କଲା ପୁଲିିସ; ଜବତ କଲା ୫ଲକ୍ଷ ଟଙ୍କା

Aug 01, 2026 - 18:30
Police seizes Rs 5 lakh: ଦୁର୍ବୃତ୍ତଙ୍କୁ କାବୁ କଲା ପୁଲିିସ; ଜବତ କଲା ୫ଲକ୍ଷ ଟଙ୍କା

"ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ପୁଲିସ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ସମ୍ମୁଖରୁ ୫ ଲକ୍ଷ ଟଙ୍କା ଝାମ୍ପି ନେଉଥିବା ବେଳେ ଦୁର୍ବୃତ୍ତଙ୍କୁ କାବୁ କରିଛି।

ଘଟଣାସ୍ଥଳରୁ ଲୁଟ୍ ଟଙ୍କା ଜବତ କରିଛି ପୁଲିସ ।Advertisment ମିଳିଥିବା ସୂଚନା ଅନୁଯାୟୀ, ସାଇଲଢା ଗ୍ରାମର ଏମ୍ ସୂରିୟା ରାଓ ଘର ନିର୍ମାଣ କାର୍ଯ୍ୟ ପାଇଁ ପାରଳାଖେମୁଣ୍ଡି ଷ୍ଟେଟବ୍ୟାଙ୍କରୁ ୫ ଲକ୍ଷ ଟଙ୍କା ଉଠାଇ ବାଇକ୍ ଯୋଗେ ଘରକୁ ଯିବା ପାଇଁ ବାହାରିଥିବା ବେଳେ ପୁର୍ବରୁ ବ୍ୟାଙ୍କ ନିକଟରେ ଛକି ରହିଥିବା କିଛି ଦୃର୍ବୁତ୍ତ ତାଙ୍କ ପିଛା କରିଥିଲେ।

ରାସ୍ତାରେ କିଛି ଟଙ୍କା ପକାଇ ଜାଲ ବିଛେଇ ଅପେକ୍ଷା କରି ରହିଥିଲେ।

ସେହି ଟଙ୍କାକୁ ସୂରିୟା ଉଠାଇବା ସମୟରେ ବ୍ୟାଙ୍କରୁ ଉଠାଇଥିବା ଟଙ୍କା ବେଗକୁ ଧରି ଦୁର୍ବୃତ୍ତ ଫେରାର ହୋଇ ଯାଇଥିଲେ ।

ଅଜିତ ଡୋଭାଲଙ୍କୁ ସମ୍ମାନଜନକ ଲୋକମାନ୍ୟ ତିଲକ ଜାତୀୟ ପୁରସ୍କାର ଖବର ପାଇ ପୁଲିସ ତତକ୍ଷଣାତ୍ ଖୋଜାଖୋଜି କରିବା ସହ ଚାରିଆଡେ ନାକା ବନ୍ଦି କରିଦେଇଥିଲା।

କିଛି ଘଣ୍ଟା  ଭିତରେ ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହ ଲୁଟ୍ ଟଙ୍କା ଉଦ୍ଧାର କରିଛି ।

ଏଥିରେ ସମ୍ପୃକ୍ତ ଥିବା ଅନ୍ୟମାନଙ୍କର ସନ୍ଧାନ ସହ ଅନ୍ୟ କେଉଁ କେଉଁ ଅଞ୍ଚଳରେ ଏମାନଙ୍କ ରାକେଟ ସକ୍ରିୟ ଅଛି, ଅନ୍ୟ କେଉଁ ପୁଲିସ ଥାନାରେ ମାମଲା ରହିଛି କି ନାହିଁ ତାହାର ତଦନ୍ତ ଜାରି ରଖିଛି ପୁଲିସ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।