Police Nab 4-Member Snatching Gang: ଘୂରି ବୁଲୁଛନ୍ତି ବଞ୍ଜରା ଛିନତାଇ ଗ୍ୟାଙ୍ଗ, ପୁରୀ ଯିବା ପୂର୍ବରୁ କାବୁ କଲା ପୋଲିସ

Jul 14, 2026 - 11:49
Police Nab 4-Member Snatching Gang: ଘୂରି ବୁଲୁଛନ୍ତି ବଞ୍ଜରା ଛିନତାଇ ଗ୍ୟାଙ୍ଗ, ପୁରୀ ଯିବା ପୂର୍ବରୁ କାବୁ କଲା ପୋଲିସ

ରାଜଧାନୀରେ ସକ୍ରୀୟ ବଞ୍ଜରା ଛିନତାଇ ଗ୍ୟାଙ୍ଗ। ରଥଯାତ୍ରାର ଭିଡ଼କୁ ଟାର୍ଗେଟ କରି ରାଜ୍ୟ ବାହାରରୁ ଆସିଥିବା ବଞ୍ଜରା ଲୁଟେରା ଗ୍ୟାଙ୍ଗ ସକ୍ରିୟ ହେଇଛନ୍ତି। ପୁରୀ ଯିବା ପୂର୍ବରୁ ଏହି ଗ୍ୟାଙ୍ଗର କିଛି ଲୁଟେରାଙ୍କୁ କାବୁ କରିଛି କମିଶନରେଟ ପୋଲିସ। ଭିଡ଼ର ସୁଯୋଗ ନେଇ ପକେଟମାର ଓ ମୋବାଇଲ ଲୁଟ କରୁଥିବା ୪ ଜଣିଆ ଗ୍ୟାଙ୍ଗକୁ କାବୁ କରିଛି ନୟାପଲ୍ଲୀ ଥାନା ପୋଲିସ। 

ଧରାପଡ଼ିଥିବା ମଧ୍ୟରେ ୩ ଜଣ ମହିଳା ଏବଂ ଜଣେ ନାବାଳକ ଥିବା ସୂଚନା ମିଳିଛି। ସେମାନଙ୍କ ନିକଟରୁ ଏକାଧିକ ଚୋରି ମୋବାଇଲ ଜବତ କରାଯାଇଛି। ଏହି ଗ୍ୟାଙ୍ଗର ଏକାଧିକ ସଦସ୍ୟ ରାଜଧାନୀରେ ସକ୍ରିୟ ଥିବା ବେଳେ ପୁରୀରେ ମଧ୍ୟ ଘୂରି ବୁଲୁଥିବା ଜଣା ପଡ଼ିଛି । ସମସ୍ତଙ୍କୁ ଧରିବା ପାଇଁ  ପୋଲିସ ତଦନ୍ତକୁ ଜୋରଦାର କରିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।