POCSO Court Verdict ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲା: ଦୋଷୀକୁ ୨୦ବର୍ଷ ସଶ୍ରମ କାରାଦଣ୍ଡ

Jul 10, 2026 - 21:40
POCSO Court Verdict ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲା: ଦୋଷୀକୁ ୨୦ବର୍ଷ ସଶ୍ରମ କାରାଦଣ୍ଡ

"ନବରଙ୍ଗପୁର: ନାବାଳିକାକୁ ଅପହରଣ ଓ ଦୁଷ୍କର୍ମମାମଲାର ବିଚାର କରି ନବରଙ୍ଗପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା  ସ୍ବତନ୍ତ୍ର ପକ୍ସୋ କୋର୍ଟର ବିଚାରପତି ବାସୁଦେବ ଆଚାର୍ଯ୍ୟ ରାୟ ଶୁଣାଇଛନ୍ତି।

ଦୋଷୀକୁ ୨୦ବର୍ଷ ସଶ୍ରମକାରାଦଣ୍ଡ ସହ ୪୦ହଜାର ଟଙ୍କାର ଜରିମାନା ଦେବାକୁ ଆଦେଶ ଦେଇଛନ୍ତି।

ଜରିମାନା ଅନାଦେୟ ହେଲେ ଆଉ ଅତିରିକ୍ତ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି ସ୍ପଷ୍ଟ କରିଛନ୍ତି।

ଏହା ସହ ଜିଲ୍ଲା ଆଇନସେବା ପ୍ରାଧିକରଣକୁ ଉକ୍ତ ନାବାଳିକାକୁ ୭ଲକ୍ଷ ଅନୁକୁମ୍ପାମୂଳକ ସହାୟତା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।Advertisment POCSO Case ନାବାଳକ ଯୌନ ନିର୍ଯାତନା ମାମଲା: ଉର୍ଦ୍ଦୁ ଶିକ୍ଷକ ହାଫିଜ୍‌ଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସୂଚନା ଅନୁଯାୟୀ,ଗତ ୨୦୨୦ମସିହା ସେପ୍ଟମ୍ବର ୧୭ତାରିଖ ଦିନ ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ଜଣେ ନାବାଳିକାଙ୍କୁ ଅଭିଯୁକ୍ତ  ପ୍ରେମସମ୍ପର୍କ ସ୍ଥାପନ କରି ଅପହରଣ କରି ନେଇଥିଲେ।

ବିବାହର ପ୍ରତିଶ୍ରୁତି ଶାରିରୀକ ସମ୍ପର୍କ ରଖିଥିଲେ।

ଏଥିରେ ସେ ୭ମାସର ଗର୍ଭବତୀ ହୋଇଥିଲେ।

ପରେ ଅଭିଯୁକ୍ତ  ବଳପୂର୍ବକ ଗର୍ଭପାତ କରାଇରେ ଛାଡି ଦେଇଥିଲେ।

ଅଭିଯୁକ୍ତ ଜଣକ ତେନ୍ତୁଳିଖୁଣ୍ଟା ଥାନା ଅଂଚଳର ଧରଣିଧର ଗିରିଙ୍କ ବିରୋଧରେ ପୀଡ଼ିତାଙ୍କ ପରିବାରବର୍ଗ ଅଭିଯୋଗ କରିଥିଲେ।

ପୁଲିସ ମାମଲା ରୁଜୁ କରି  ଅଭିଯୁକ୍ତ ଓ ପିଡୀତା ନାବାଳିକାଙ୍କର ଡାକ୍ତରୀ ମାଇନା କରାଇଥିଲେ।।

POCSO case ଝାରସୁଗୁଡ଼ା ଶିଶୁକନ୍ୟା ଦୁଷ୍କର୍ମ ମାମଲା, ମୁଖ୍ୟ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଏହି ସମୟରେ ଅଭିଯୁକ୍ତ କିଛି ଦିନ ଫେରାର ହୋଇ ପରେ କୋର୍ଟରେ ଆତ୍ମସର୍ମପଣ କରିଥିଲେ।

ଏହି ମାମଲା‌ରେ ୧୮ଜଣ ସାକ୍ଷୀଙ୍କ ବୟାନ ଗ୍ରହଣ କରାଯାଇଥିଲା।

ସାକ୍ଷ୍ୟ ଓ ପ୍ରମାଣ ଆଧାରରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହେବା ପରେ ଅଦାଲତ ଏହି ଦଣ୍ଡାଦେଶ ଶୁଣାଇଛନ୍ତି।

ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ମୃତ୍ୟୁଞୟ ମହାରାଣା  ମାମଲା ପରିଚାଳନା କରୁଥିଲେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।