PMAY-U-2.0 ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହର)୨.୦ରେ ୬୧ଜଣଙ୍କୁ ମିଳିଲା କାର୍ଯ୍ୟାଦେଶ

ବାରିପଦା / ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହର) ୨.୦ (ପିଏମ୍ଏୱାଇ-ୟୁ-୨.୦)ରେ ଆଜି (ଶନିବାର) ବାରିପଦା ଠାରେ ୬୧ଜଣ ଯୋଗ୍ୟହତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି।
/fit-in/580x348/filters:format(webp)/sambad/media/media_files/2026/07/04/pmay-baripada-2026-07-04-16-34-09.jpeg)
ବାରିପଦା ପୌରପାଳିକା ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟୖତିଥି ଭାବେ ଯୋଗ ଦେଇଥିଲେ। ନିଜ ବକ୍ତବ୍ୟରେ ଡ ମହାପାତ୍ର କହିଛନ୍ତି, ସହରାଞ୍ଚଳର ଗରିବ ଓ ମଧ୍ୟବିତ୍ତ ପରିବାରଙ୍କ ମୁଣ୍ଡ ଉପରେ ଏକ ସୁରକ୍ଷିତ ଛାତ ସୁନିଶ୍ଚିତ କରିବା ଏବଂ ସେମାନଙ୍କ ଜୀବନଶୈଳୀରେ ସୁଧାର ଆଣିବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ମଧ୍ୟରେ ରହିଛି । ରାଜ୍ୟର ପ୍ରତ୍ୟେକ ପରିବାର ପାଇଁ ଏକ ସ୍ଥାୟୀ ଘରର ସ୍ୱପ୍ନ ସାକାର ହେବା ଉଚିତ । କୌଣସି ବି ଯୋଗ୍ୟ ହିତାଧିକାରୀ ଯେପରି ଏଥିରୁ ବଞ୍ଚିତ ନ ହେବେ, ସେଥିପାଇଁ ସରକାର ସମ୍ମିଳିତ ପ୍ରୟାସ କରୁଛନ୍ତି।
PMAY 2.0 ସହରାଞ୍ଚଳ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶା ଟପ୍
ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, କଲ୍ୟାଣମୂଳକ ଯୋଜନାର ସୁଫଳ ଯେପରି ସ୍ୱଚ୍ଛ ଓ ଦକ୍ଷତାର ସହ ତୃଣମୂଳ ସ୍ତରରେ ପହଞ୍ଚିପାରିବ, ତାହା ସୁନିଶ୍ଚିତ କରି ସମାବେଶୀ ସହରୀ ବିକାଶ ଏବଂ ସାମାଜିକ-ଅର୍ଥନୈତିକ ସଶକ୍ତୀକରଣକୁ ତ୍ୱରାନ୍ୱିତ କରିବାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି।
PMAY: ସହରାଞ୍ଚଳ ଗୃହନିର୍ମାଣ ମିସନକୁ ସୁଦୃଢ଼ କରିବ ‘ପିଏମଏୱାଇ-ଅର୍ବାନ ବନ୍ଧୁ’
ଏହି କାର୍ଯ୍ୟକ୍ରମରେ ବାରିପଦା ପୌରପାଳିକାର ଅଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି, ଉପାଧ୍ୟକ୍ଷା ସୀମାରାଣୀ ଦାସ, ନିର୍ବାହୀ ଅଧିକାରୀ ଦେବୀପ୍ରସାଦ ରାଉତ, କାଉନସିଲର, ପୌରପାଳିକାର ବରିଷ୍ଠ ଅଧିକାରୀ, ସ୍ଥାନୀୟ ଜନପ୍ରତିନିଧି ଏବଂ ହିତାଧିକାରୀଙ୍କ ସହ ସେମାନଙ୍କ ପରିବାର ସଦସ୍ୟମାନେ ଉପସ୍ଥିତ ଥିଲେ l