Keonjhar: ନବ ନିର୍ମିତ ଘରର ଛାତ ଉପର କାନ୍ଥ ଭୁଶୁଡ଼ି ଜଣେ ମୃତ

କେନ୍ଦୁଝର: ଆଜି କେନ୍ଦୁଝରଟାଉନ୍ ଥାନା ଅନ୍ତର୍ଗତ ସରାସ ଗ୍ରାମରେ ନବ ନିର୍ମିତ ଘରର ଛାତ ଉପର କାନ୍ଥ ଭୁଶୁଡ଼ି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଥିବା ଜଣାପଡିଛି। ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାବେଳେ ମୃତକ ଓ ଗୁରୁତର ଜଣକ ପଶ୍ଚିମବଙ୍ଗ ଅଞ୍ଚଳର ବୋଲି ଜଣାପଡ଼ିଛି। ଏହି କାର୍ଯ୍ୟ ଏସକେ ସମିମ ଠିକାଦାର କରୁଥିବା ବେଳେ ମୃତକଙ୍କ ପରିଚୟ ବାବର୍ ଶେଖ୍ ଓ ଗୁରୁତର ନାଁ ମିଟୁ ଶେଖ୍ ବୋଲି ଜଣାପଡିଛି। ସମସ୍ତଙ୍କ ଘର ପଶ୍ଚିମବଙ୍ଗ ଜଂଘିପୁର ଗ୍ରାମର ଜଣାପଡିଥିଲାବେଳେ ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।