PM preference survey: ମୋଦୀ-ରାହୁଲଙ୍କ ପରେ ବିଜୟ ତୃତୀୟ ସ୍ଥାନରେ
"ନୂଆଦିଲ୍ଲୀ: ଇଣ୍ଡିଆ ଟୁଡେ-ସିଭୋଟର "ମୁଡ୍ ଅଫ୍ ଦି ନେସନ୍" ସର୍ଭେ ଅନୁଯାୟୀ ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି ଜୋସେଫ୍ ବିଜୟ ଦେଶର ତୃତୀୟ ସବୁଠାରୁ ପସନ୍ଦ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଉଭା ହୋଇଛନ୍ତି।
ସେ ୯.୨% ଭୋଟରଙ୍କ ପସନ୍ଦ ସାଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (୪୮.୭%) ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀ (୨୭.୧%)ଙ୍କ ପରେ ତୃତୀୟ ସ୍ଥାନରେ ରହିଛନ୍ତି।
Advertisment ସିନେମା ଜଗତରୁ ୨୦୨୪ ମସିହାରେ ରାଜନୀତିରେ ପ୍ରବେଶ କରି ତାମିଲଗା ଭେଟ୍ରି କାଜାଗାମ୍ (ଟିଭିକେ) ଗଠନ କରିଥିବା ଏହି ସୁପରଷ୍ଟାର ୨୦୨୬ ନିର୍ବାଚନ ଜିତି ମୁଖ୍ୟମନ୍ତ୍ରୀ ହୋଇଥିଲେ।
ଏବେ ଦଳୀୟ ନେତାମାନେ ତାଙ୍କୁ ୨୦୨୯ ସାଧାରଣ ନିର୍ବାଚନରେ ଦକ୍ଷିଣ ଭାରତରୁ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଚେହେରା ଭାବେ ଦର୍ଶାଉଛନ୍ତି।
Shehzad Poonawalla : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଫଳ : ଶେହଜାଦ ପୁନାୱାଲା ପ୍ରକୃତ ସ୍ବେଚ୍ଛାଚାରୀ ହୋଇପାରିଲେନି ଏହି ପ୍ରତିଷ୍ଠାନ ପକ୍ଷରୁ ଜୁଲାଇ ୧ ରୁ ଅଗଷ୍ଟ ୨୫ ମଧ୍ୟରେ କରାଯାଇଥିବା ସର୍ଭେରୁ ସ୍ପଷ୍ଟ ହୋଇଛି ଯେ ବିଜୟ ବିରୋଧୀ ମେଣ୍ଟର ନେତୃତ୍ୱ ନେବା ପାଇଁ ମଧ୍ୟ ୧୨.୨% ସମର୍ଥନ ପାଇଛନ୍ତି।
ସେ ମମତା ବାନାର୍ଜୀ (୨%), ଅଖିଳେଶ ଯାଦବ (୧.୭%) ଏବଂ ଅରବିନ୍ଦ କେଜ୍ରିୱାଲ (୧.୨%) ଙ୍କ ଭଳି ବରିଷ୍ଠ ନେତାମାନଙ୍କୁ ବହୁ ପଛରେ ପକାଇ ଦେଇଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
