Phuluri Oil Ritual Begins: ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତ ସେବା; ଆଜିଠୁ ଲାଗିହେବ ଫୁଲୁରୀ ତେଲ

ଜ୍ୱରରେ ପଡ଼ିଛନ୍ତି ଶ୍ରୀଜିଉ । ଅଣସର ଘରେ ଚାଲିଛି ମହାପ୍ରଭୁଙ୍କ ଗୁପ୍ତ ସେବା। ଆଜିଠୁ ଦାରୁବିଗ୍ରହଙ୍କ ଶ୍ରୀଅଙ୍ଗରେ ଲାଗିହେବ ଫୁଲୁରୀ ତେଲ । ମଧ୍ୟାହ୍ନ ଧୂପ ପରେ ଏହି ଫୁଲୁରି ତେଲ ଶ୍ରୀମନ୍ଦିରକୁ ବିଜେ କରିବା ସହିତ ରାତିରେ ମହାପ୍ରଭୁଙ୍କୁ ଲାଗି କରିବେ ଦଇତାପତି ସେବକ।
ରାଜା ପ୍ରତାପ ଦେବଙ୍କ ଅମଳରୁ ବଡଓଡିଆ ମଠ ଏହି ଫୁଲୁରି ତେଲ ସେବା ଯୋଗାଇ ଆସୁଛି। ଘଣା ପେଡା ରାଶି ତେଲରେ କେତକୀ, ଜୁଇ ଜାଇ ମାଳତୀ ବକୁଳ ଆଦି ସୁବାସିତ ଫୁଲ କୃଷ୍ଣଭୋଗ ଧାନ ଓ ବେଣା ଚେର ପ୍ରାୟ ୨୭ପ୍ରକାର ଉପାଦାନ ମିଶାଯାଇ ଏହି ତୈଳ ପ୍ରସ୍ତୁତ କରାଯାଏ ।
- ଜ୍ୱରରେ ପଡ଼ିଛନ୍ତି ଶ୍ରୀଜିଉ
- ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତ ସେବା
- ଆଜିଠୁ ଲାଗିହେବ ଫୁଲୁରୀ ତେଲ
- ଦାରୁବିଗ୍ରହଙ୍କ ଶ୍ରୀଅଙ୍ଗରେ ଲାଗିହେବ
- ମଧ୍ୟାହ୍ନ ଧୂପ ପରେ ଫୁଲୁରି ତେଲ ବିଜେ କରାଯିବ
- ରାତିରେ ମହାପ୍ରଭୁଙ୍କୁ ଲାଗି କରିବେ ଦଇତାପତି ସେବକ
- ବଡଓଡିଆ ମଠ ଫୁଲୁରି ତେଲ ସେବା ଯୋଗାଇ ଆସୁଛି
- ୨୭ପ୍ରକାର ଉପାଦାନ ମିଶାଯାଇ ପ୍ରସ୍ତୁତ ହୁଏ ଫୁଲୁରୀ ତେଲ