Pharma fire: ତେଲଙ୍ଗାନାର ହାଜେଲୋ ଫାର୍ମାରେ ଭୟଙ୍କର ଅଗ୍ନିକାଣ୍ଡ; ଦୁଇ ମୃତ, ଆଠ ଆହତ

Aug 22, 2026 - 16:28
Pharma fire: ତେଲଙ୍ଗାନାର ହାଜେଲୋ ଫାର୍ମାରେ ଭୟଙ୍କର ଅଗ୍ନିକାଣ୍ଡ; ଦୁଇ ମୃତ, ଆଠ ଆହତ

"ନାଲଗୋଣ୍ଡା: ‌ତେଲଙ୍ଗାନାର ୟାଦାଦ୍ରି ଭୁବନଗିରି ଜିଲ୍ଲାର ଭୁଦାନ ପୋଚମ୍‌ପାଲ୍ଲି ମଣ୍ଡଳର ଦୋଥିଗୁଡେମରେ ଅବସ୍ଥିତ ହାଜେଲୋ ଫାର୍ମା ଶିଳ୍ପରେ ଶୁକ୍ରବାର ମଧ୍ୟରାତ୍ରିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି।

ପ୍ଲାଣ୍ଟ ଭିତରେ ଏକ ରାସାୟନିକ ରିଆକ୍ଟର ବିସ୍ଫୋରଣ ହେବା ପରେ ହଠାତ୍ ଅଗ୍ନିକାଣ୍ଡ ଘଟିଥିଲା।

ଅଗ୍ନିକାଣ୍ଡରେ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଆଠ ଜଣ ଗୁରୁତର ଆହତ ହୋଇଛନ୍ତି।Advertisment ପ୍ରଚଣ୍ଡ ବିସ୍ଫୋରଣରେ ଭୟଭୀତ ହୋଇ ପଡ଼ୋଶୀ ଡୋଥିଗୁଡେମ ଓ ଆନ୍ଥମାଗୁଡେମ ଗାଁର ବାସିନ୍ଦାମାନେ ଘରୁ ବାହାରକୁ ବାହାରି ଆସିଲେ।

ସୂଚନା ପାଇବା ମାତ୍ରେ ପୁଲିସ ଓ ଅଗ୍ନିଶମ ସେବା କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଅଗ୍ନିଶମ କର୍ମଚାରୀମାନେ ଅକ୍ଲାନ୍ତ ପରିଶ୍ରମ କରିଥିଲେ।

ପୁଲିସ ତୁରନ୍ତ ଆହତ ଶ୍ରମିକମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲା।

ଅନୁଗୁଳ ଜିଲ୍ଲାର ବିକାଶ ପାଇଁ ପୂର୍ଣ୍ଣ ସହଯୋଗର ପ୍ରତିଶ୍ରୁତି ଦେଲେ ତେଲଙ୍ଗାନା ସରକାର ସ୍ଥାନୀୟ ବାସିନ୍ଦା ଓ ଶ୍ରମିକ ସଂଗଠନଗୁଡ଼ିକ ଗଭୀର କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ, ଗତ ତିନି ମାସ ମଧ୍ୟରେ ସମାନ ୟୁନିଟରେ ଦ୍ୱିତୀୟ ବଡ଼ ଦୁର୍ଘଟଣା।

ସେମାନେ ଅଭିଯୋଗ କରିଛନ୍ତି ଯେ, ମୌଳିକ ସୁରକ୍ଷା ମାନଦଣ୍ଡ ପାଳନ ନ କରିବା ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଛି।

ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ଭୁଦାନ ପୋଚମପାଲ୍ଲି ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)