Petrol Pump Robbery: ପେଟ୍ରୋଲ ପମ୍ପ କାଉଣ୍ଟରରୁ ଟଙ୍କା ଲୁଟି ଦୁର୍ବୃତ୍ତ ଫେରାର, ସିସିଟିଭିରେ କଏଦ ଲୁଟର ଦୃଶ୍ୟ

ବାଇକରେ ଆସିଲେ ବନ୍ଧୁକ ଦେଖାଇ ଲୁଟିନେଲେ। ବାଲେଶ୍ବର ଜିଲ୍ଲା ବସ୍ତା ଅଞ୍ଚଳର ଦରଡାସ୍ଥିତ ଏକ ପେଟ୍ରୋଲ ପମ୍ପରୁ ଲୁଟ୍। ସିସିଟିଭିରେ କଏଦ ହେଲା ଲୁଟର ଦୃଶ୍ୟ। ଗତକାଲି ରାତି ପ୍ରାୟ ସାଢେ ୧୧ଟା ବେଳେ ଦୁଇଜଣ ଦୁର୍ବୃତ୍ତ ବାଇକରେ ଆସି ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇଥିଲେ।
ବନ୍ଧୁକ ଦେଖି କର୍ମଚାରୀ ଭୟଭୀତ ହୋଇ ଦୌଡି ପଳାଇଥିବା ବେଳେ ଦୁର୍ବୃତ୍ତମାନେ କାଉଣ୍ଟରରେ ଥିବା ନଗଦ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ। ଏହି ସମ୍ପୂର୍ଣ୍ଣ ଘଟଣା ପେଟ୍ରୋଲ ପମ୍ପରେ ଲାଗିଥିବା ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଛି। ଅଭିଯୋଗ ପରେ ପୋଲିସ ସିସିଟିଭି ଫୁଟେଜ୍ ଜବତ କରି ତଦନ୍ତ ଆରମ୍ଭ କରିଛି।
ବାଇକରେ ଆସିଲେ ବନ୍ଧୁକ ଦେଖାଇ ଲୁଟିନେଲେ
ବସ୍ତା ଦରଡାସ୍ଥିତ ପେଟ୍ରୋଲ ପମ୍ପରୁ ଲୁଟ୍
ସିସିଟିଭିରେ କଏଦ ଲୁଟର ଦୃଶ୍ୟ
ପେଟ୍ରୋଲ ପମ୍ପ କାଉଣ୍ଟରରୁ ନଗଦ ଟଙ୍କା ଲୁଟି ଦୁର୍ବୃତ୍ତ ଫେରାର
ସିସିଟିଭି ଫୁଟେଜ୍ ଜବତ କରି ପୋଲିସର ତଦନ୍ତ