10 JULY 2026

Welcome!

Unlock your personalized experience.
Sign Up

Petrol Pump Myths: ପେଟ୍ରୋଲ ଭରିବାର ସଠିକ୍ ସମୟ କ'ଣ ? ସକାଳେ ଭରିଲେ ବଢ଼େ କି ମାଇଲେଜ୍, ଜାଣନ୍ତୁ ସତ୍ୟ

Jul 08, 2026 - 18:27
Petrol Pump Myths: ପେଟ୍ରୋଲ ଭରିବାର ସଠିକ୍ ସମୟ କ'ଣ ? ସକାଳେ ଭରିଲେ ବଢ଼େ କି ମାଇଲେଜ୍, ଜାଣନ୍ତୁ ସତ୍ୟ

ଭୁବନେଶ୍ବର,୦୮/୦୭:  ଦିନ ନା ରାତି, କେବେ ଭରିବେ ପେଟ୍ରୋଲ ? ସକାଳେ ପେଟ୍ରୋଲ ଭରିଲେ ଅଧିକ ଇନ୍ଧନ ମିଳେ ! ଏହା ସତ ନା ମିଛ ? ପେଟ୍ରୋଲ ଭରିବାର ସଠିକ୍ ସମୟ କ’ଣ ? ପେଟ୍ରୋଲ ଏବଂ ଡିଜେଲର ବର୍ଦ୍ଧିତ ମୂଲ୍ୟ ମଧ୍ୟରେ, ପ୍ରତ୍ୟେକ ଚାଳକ ଚାହାଁନ୍ତି ଯେ ତାଙ୍କ ଗାଡ଼ି କମ୍ ଇନ୍ଧନରେ ଅଧିକ ଦୂରତା ଅତିକ୍ରମ କରୁ। ଏପରି ପରିସ୍ଥିତିରେ, ମାଇଲେଜ୍ ବୃଦ୍ଧି ନାମରେ ଅନେକ ପ୍ରକାରର ପରାମର୍ଶ ମିଳିଥାଏ । ଏହି ପରାମର୍ଶ ମଧ୍ୟରୁ ଗୋଟିଏ ହେଉଛି ସକାଳେ କିମ୍ବା ବିଳମ୍ବିତ ରାତିରେ ଯଦି ପେଟ୍ରୋଲ ଭର୍ତ୍ତି କରାଯାଏ, ତେବେ ସମାନ ମୂଲ୍ୟରେ ଅଧିକ ମାଇଲେଜ ମିଳିଥାଏ। କିନ୍ତୁ ଏହି ଦାବିରେ କେତେ ସତ୍ୟତା ରହିଛି ? ଆସନ୍ତୁ ଜାଣିବା ଏହି ରିପୋର୍ଟରେ ..

ସକାଳେ ପେଟ୍ରୋଲ ଭରିବା କାହିଁକି ଭଲ ?

ପେଟ୍ରୋଲ ଏକ ତରଳ ପଦାର୍ଥ। ତାପମାତ୍ରା ବଢ଼ିଲେ ଏହା ପ୍ରସାରିତ ହୁଏ ଓ କମିଲେ ସଙ୍କୁଚିତ ହୁଏ। ଏହି କାରଣରୁ ସକାଳ କିମ୍ବା ରାତିରେ ତାପମାତ୍ରା କମ୍ ଥିବାରୁ ପେଟ୍ରୋଲ ଅଧିକ ଘନ ହୋଇଥାଏ ଏବଂ ସେହି ସମୟରେ ଭରିଲେ ଅଧିକ ଇନ୍ଧନ ମିଳେ ବୋଲି ଅନେକେ ବିଶ୍ୱାସ କରନ୍ତି।

କ'ଣ କହୁଛନ୍ତି ବିଶେଷଜ୍ଞ ?

ବିଶେଷଜ୍ଞଙ୍କ କହିବା ଅନୁସାରେ, ପେଟ୍ରୋଲ ପମ୍ପରେ ଇନ୍ଧନ ବଡ଼ ବଡ଼ ଭୂତଳ ଟାଙ୍କିରେ ସଂରକ୍ଷିତ ରହେ। ଏହି ଟାଙ୍କିଗୁଡ଼ିକ ବାହ୍ୟ ତାପମାତ୍ରାର ପ୍ରଭାବରୁ ପ୍ରାୟ ସୁରକ୍ଷିତ ଥାଏ ଏବଂ ସାରାଦିନ ପ୍ରାୟ ସମାନ ତାପମାତ୍ରା ବଜାୟ ରଖେ। ତେଣୁ ସକାଳ, ଦିନ କିମ୍ବା ରାତି-କେବେ ପେଟ୍ରୋଲ ଭରିଲେ ମଧ୍ୟ ଇନ୍ଧନର ପରିମାଣରେ ଉଲ୍ଲେଖନୀୟ ପାର୍ଥକ୍ୟ ହୁଏ ନାହିଁ।

ମାଇଲେଜ୍ ବଢ଼ାଇବାର ଆସଲ ଉପାୟ କ'ଣ?

କେବଳ ସକାଳେ କିମ୍ବା ରାତିରେ ପେଟ୍ରୋଲ ଭରିଲେ ଗାଡ଼ିର ମାଇଲେଜ୍ ବଢ଼େ ନାହିଁ। ମାଇଲେଜ୍ ମୁଖ୍ୟତଃ ଗାଡ଼ିର ରକ୍ଷଣାବେକ୍ଷଣ ଏବଂ ଚାଳନା ଶୈଳୀ ଉପରେ ନିର୍ଭର କରେ। ସଠିକ୍ ଭାବେ ଟ୍ୟୁନ୍ ହୋଇଥିବା ଇଞ୍ଜିନ, ସଫା ଏୟାର ଫିଲ୍ଟର, ଠିକ୍ ଟାୟାର ପ୍ରେସର, ସମୟାନୁସାରେ ଇଞ୍ଜିନ ତେଲ ପରିବର୍ତ୍ତନ ଓ ନିୟମିତ ସର୍ଭିସିଂ ଗାଡ଼ିର ମାଇଲେଜ୍ ବଢ଼ାଇବାରେ ସବୁଠାରୁ ବଡ଼ ଭୂମିକା ଲିଭାଇଥାଏ ।

ଦିନରେ ପେଟ୍ରୋଲ ବାଷ୍ପୀଭୂତ ହୁଏ କି ?

ଅନେକଙ୍କ ଧାରଣା ଯେ ଖରା ସମୟରେ ପେଟ୍ରୋଲ ଶୀଘ୍ର ବାଷ୍ପୀଭୂତ ହୋଇଯାଏ। କିନ୍ତୁ ଆଧୁନିକ ପେଟ୍ରୋଲ ପମ୍ପରେ ସିଲ୍ ଡିସପେନ୍ସିଂ ସିଷ୍ଟମ ଏବଂ ଉନ୍ନତ ପ୍ରଯୁକ୍ତି ବ୍ୟବହୃତ ହେଉଥିବାରୁ ବାଷ୍ପୀଭବନ ଯୋଗୁଁ କ୍ଷତି ଅତ୍ୟନ୍ତ କମ୍ ହୋଇଥାଏ। ତେଣୁ ଦିନ କିମ୍ବା ରାତିରେ ପେଟ୍ରୋଲ ଭରିବାରେ ବଡ଼ କୌଣସି ତଫାତ୍ ନାହିଁ।

ସକାଳେ କିମ୍ବା ବିଳମ୍ବିତ ରାତିରେ ପେଟ୍ରୋଲ ଭରିଲେ ଅଧିକ ମାଇଲେଜ୍ ମିଳେ ବୋଲି ଥିବା ଧାରଣାର କୌଣସି ଦୃଢ଼ ବୈଜ୍ଞାନିକ ପ୍ରମାଣ ନାହିଁ। ବରଂ ଭଲ ମାଇଲେଜ୍ ପାଇଁ ନିୟମିତ ଗାଡ଼ିର ଯତ୍ନ ନେବା, ସଠିକ୍ ଡ୍ରାଇଭିଂ ଅଭ୍ୟାସ ଆପଣାଇବା ଏବଂ ସମୟାନୁସାରେ ସର୍ଭିସିଂ କରାଇବା ହିଁ ସବୁଠାରୁ ପ୍ରଭାବଶାଳୀ ଉପାୟ।

ଅଧିକ ପଢନ୍ତୁ-Solar Panel: ଘର ପାଇଁ କେଉଁ Solar Panel ଭଲ, କେତେ ସମୟ ଦେବ ବ୍ୟାକଅପ୍ ?

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।