Petrol Pump: ପେଟ୍ରୋଲ ପମ୍ପରୁ ହଟିପାରେ ଏମ୍‌ଡିଆର୍‌ ଚାର୍ଜ

Sep 19, 2026 - 21:59
Petrol Pump: ପେଟ୍ରୋଲ ପମ୍ପରୁ ହଟିପାରେ ଏମ୍‌ଡିଆର୍‌ ଚାର୍ଜ

"ଭୁବନେଶ୍ବର: ପେଟ୍ରୋଲ ପମ୍ପରେ ୨୦୦୦ ଟଙ୍କା ମୂଲ୍ୟରୁ ଅଧିକ ପେଟ୍ରୋଲ କିମ୍ବା ଡିଜେଲ ପକାଇଲେ ଏମ୍‌ଡିଆର୍‌ ଚାର୍ଜ ବାବଦରେ ବ୍ୟବସାୟୀଙ୍କୁ ଗଣିବାକୁ ହେବ।

ଆସନ୍ତା ୧୫ ତାରିଖରୁ ଏହାକୁ କାର୍ଯ୍ୟକାରୀ କରାଯିବ।

କିନ୍ତୁ ସର୍ବଭାରତୀୟ ପେଟ୍ରୋଲିୟମ ଡିଲର ସଂଘ (ଏଆଇପିଡିଏ) ଏହାକୁ ବିରୋଧ କରିଛି।

ଉକ୍ତ ଚାର୍ଜ ଛାଡ଼ କରିବା ପାଇଁ ସଂଘ ପକ୍ଷରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କୁ ଦରଖାସ୍ତ ଦିଆଯାଇଛି।

କ୍ରେଡିଟ୍‌ କାର୍ଡରେ ଗ୍ରାହକମାନେ ତେଲ ପକାଇଲେ ଯେଭଳି ପେଟ୍ରୋଲ ପମ୍ପ ଉପରୁ ଚାର୍ଜ ଛାଡ଼ କରାଯାଇଛି ୟୁପିଆଇ‌ରେ ମଧ୍ୟ ତାହା କରିବାକୁ କୁହାଯାଇଛି।

ଆମେ ସେ ନେଇ ସରକାରଙ୍କ ଠାରୁ ମଧ୍ୟ ଆଶ୍ବାସନା ପାଇଛୁ ବୋଲି ସଂଘର ମହାସଚିବ ସଞ୍ଜୟ ଲାଠ କହିଛନ୍ତି।

ତାଙ୍କ ମତରେ ପେଟ୍ରୋଲ ପମ୍ପଗୁଡ଼ିକର ମାର୍ଜିନ ପେଟ୍ରୋଲିୟମ ମନ୍ତ୍ରାଳୟ ନିର୍ଦ୍ଧାରଣ କରିଥାଏ।

କିନ୍ତୁ ମାର୍ଜିନ ସମାନ ରଖି ଖର୍ଚ୍ଚ ବଢ଼ାଇ ଦେଲେ ପେଟ୍ରୋଲ ପମ୍ପଗୁଡ଼ିକ ଅସୁବିଧାରେ ପଡ଼ିବେ।

ସେଥିପାଇଁ ଆମେ ଏହି ଚାର୍ଜ ଉଠାଇବା ପାଇଁ କିମ୍ବା କ୍ରେଡିଟ୍‌ କାର୍ଡରେ ଯେଭଳି ଗ୍ରାହକଙ୍କ ଠାରୁ ଏ ବାବଦ ଚାର୍ଜ ଆଦାୟ କରାଯାଉଛି ତାହା କରିବା ପାଇଁ କହିଛୁ।

ସରକାର ମଧ୍ୟ ଏହାକୁ ଉଠାଇ ଦେବା ପାଇଁ ଆଶ୍ବାସନା ଦେଇଥିବା ଶ୍ରୀ ଲାଠ କହିଛନ୍ତି।Advertisment ଆହୁରି ପଢନ୍ତୁ: Greenland: ଗ୍ରୀନ୍‌ଲ୍ୟାଣ୍ଡ ସୁରକ୍ଷା ନିୟନ୍ତ୍ରଣ ପାଇଁ ଆମେରିକା ଓ ଡେନମାର୍କ ରାଜିନାମା ଅନ୍ୟପଟେ ସରକାରଙ୍କ ଏହି ନିଷ୍ପତ୍ତିକୁ ମଧ୍ୟପ୍ରଦେଶ ପେଟ୍ରୋଲ ପମ୍ପ ଡିଲର ସଂଘ ବିରୋଧ କରିଛି।

ପେଟ୍ରୋଲ ପମ୍ପ ମାଲିକମାନେ କହିଛନ୍ତି ଯଦି ବିଲ୍ ୨୦୦୦ ଟଙ୍କାରୁ ଅଧିକ ହୁଏ ତା"ହେଲେ ୟୁପିଆଇରେ ଗ୍ରାହକଙ୍କଠାରୁ ଅର୍ଥ ଗ୍ରହଣ କରାଯିବ ନାହିଁ।

ସେମାନଙ୍କୁ ନଗଦ ଅର୍ଥ ପ୍ରଦାନ କରିବାକୁ କୁହାଯିବ।

ସେମାନଙ୍କ ମତରେ ୨୦୦୦ ଟଙ୍କାରୁ ଅଧିକ ମୂଲ୍ୟର ପେଟ୍ରୋଲ କ୍ରୟ ସମୟରେ ୟୁପିଆଇରେ ୫ ଟଙ୍କା ଦେବାକୁ ପଡ଼ିବ।

କେବଳ ସେତିକି ନୁହେଁ, ୧୮ ପ୍ରତିଶତ ଜିଏସ୍‌ଟି ବାବଦରେ ମଧ୍ୟ ୯୦ ପଇସା ଦେବାକୁ ପଡ଼ିବ।

ଅର୍ଥାତ୍ ଏ ବାବଦରେ ସେମାନଙ୍କୁ ଥରକେ ୫ ଟଙ୍କା ୯୦ ପଇସା ଦେବାକୁ ହେବ।

ସଂଘ ପକ୍ଷରୁ ଅଜୟ ସିଂହ କହିଛନ୍ତି ଯେ ଗୋଟିଏ ପେଟ୍ରୋଲ ପମ୍ପରେ ୨୦୦୦ ଟଙ୍କାରୁ ଅଧିକ ମୂଲ୍ୟର ପେଟ୍ରୋଲ ବା ଡିଜେଲ କ୍ରୟ ପାଇଁ ଦୈନିକ ପ୍ରାୟ ୧୦୦ରୁ ଅଧିକ ଥର ୟୁପିଆଇରେ ପୈଠ ହୋଇଥାଏ।

ମାସକୁ ଗୋଟିଏ ପେଟ୍ରୋଲ ପମ୍ପକୁ ପ୍ରାୟ ୧୭,୪୦୦ ଟଙ୍କାର ବୋଝ ପଡ଼ିବ।

ଆହୁରି ପଢନ୍ତୁ: Supremecourt: ସମାନ କାମ ପାଇଁ ସମାନ ଦରମା ଦାବି କରିପାରିବେନି: ସୁପ୍ରିମ୍‌କୋର୍ଟ ମଧ୍ୟପ୍ରଦେଶରେ ପାଖାପାଖି ୪୭୦୦ ପେଟ୍ରୋଲ ପମ୍ପ ରହିଛି।

ଯଦି ନୂଆ ଖର୍ଚ୍ଚକୁ ସାମିଲ କରାଯାଏ ତା"ହେଲେ ସେମାନଙ୍କୁ ମାସିକ ଏ ବାବଦରେ ୮.୧୭ କୋଟି ଟଙ୍କା ବହନ କରିବାକୁ ପଡ଼ିବ।

ପେଟ୍ରୋଲ ପମ୍ପଗୁଡ଼ିକୁ ପୂର୍ବାପେକ୍ଷା ଡିଲର କମିସନ ବାବଦରେ କମ୍ ଅର୍ଥ ମିଳୁଛି।

ତେଣୁ ଅତିରିକ୍ତ ବୋଝ ବହନ କରିବା ସେମାନଙ୍କ ପକ୍ଷେ ସମ୍ଭବ ନୁହେଁ ବୋଲି କହିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)