People Displaced By Conflict: ଯୁଦ୍ଧ ଯୋଗୁ ଭିଟାମାଟି ଛାଡ଼ିଛନ୍ତି ୧୧ କୋଟି ୮୦ ଲକ୍ଷ ଲୋକେ
"ଜେନେଭା: ବିଶ୍ବରେ ଜାରି ରହିଥିବା ଯୁଦ୍ଧ ତଥା ଉତ୍ତେଜନାପୂର୍ଣ୍ଣ ଭୂରାଜନୈତିକ କାରଣ ଯୋଗୁଁ ବିଭିନ୍ନ ଦେଶର ବହୁ ଲୋକେ ନିଜ ଭିଟାମାଟି ଛାଡିବାକୁ ବାଧ୍ୟ ହେଉଛନ୍ତି।
ତେବେ ଅସୁରକ୍ଷିତ ଏବଂ ଅସ୍ଥିର ପରିସ୍ଥିତି ସତ୍ତ୍ୱେ ଅଧିକ ଲୋକ ବାଧ୍ୟ ହୋଇ ଘରକୁ ଫେରିଆସୁଛନ୍ତି।
ଫଳରେ ଗତ ଏକ ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ବିସ୍ଥାପିତଙ୍କ ସଂଖ୍ୟା ହ୍ରାସ ପାଇଛି, ବୋଲି ଜାତିସଂଘ ଗୁରୁବାର କହିଛି।
ବିସ୍ଥାପିତଙ୍କ ସଂଖ୍ୟା କମିବାରେ ଭିଟାମାଟିମୁହାଁ ହୋଇଥିବା ଲୋକେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି।
ଜାତିସଂଘ ଶରଣାର୍ଥୀ ଉଚ୍ଚାୟୁକ୍ତ(ୟୁଏନ୍ଏଚ୍ଆର୍ସି) ପକ୍ଷରୁ କୁହାଯାଇଛି, ୨୦୨୫ ଶେଷ ସୁଦ୍ଧା, ସାରା ବିଶ୍ୱରେ ୧୧୭.୮ନିୟୁତ ଲୋକ ବିସ୍ଥାପିତ ହୋଇଥିଲେ।
ଏହି ସଂଖ୍ୟା ୨୦୨୪ ବର୍ଷ ତୁଳନାରେ ୫.୪ ନିୟୁତ କମ୍ ରହିଥିଲା।Advertisment କେରଳରେ ପ୍ରବେଶ ପରେ ଅଟକି ଯାଇଛି ମୌସୁମୀ!: କିଏ ଦେଉଛି ବାଧା ?
ଏଜେନ୍ସି କହିଛି ଯେ ଯୁଦ୍ଧ, ହିଂସା ଏବଂ ନିର୍ଯାତନା ଯୋଗୁଁ ଲୋକେ ପଳାୟନ କରିବାକୁ ବାଧ୍ୟ ହେଉଛନ୍ତି।
ତେବେ ଆଗାମୀ ଦଶନ୍ଧି ମଧ୍ୟରେ ବିସ୍ଥାପିତଙ୍କ ସଂଖ୍ୟା କମିବାର ସମ୍ଭାବନା ଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ଏନେଇ ପଦକ୍ଷେପ ନେବାକୁ ମଧଥ୍ୟ ରିପୋର୍ଟରେ ଅନୁରୋଧ କରାଯାଇଛି।
ବାର୍ଷିକ ରିପୋର୍ଟରେ, ୟୁଏନ୍ଏଚ୍ଆର୍ସି ପକ୍ଷରୁ କୁହାଯାଇଛି ୨୦୨୫ ମସିହାରେ ମୋଟ ୧୪.୭ ନିୟୁତ ବିସ୍ଥାପିତ ଲୋକ ନିଜ ଭିଟାମାଟିକୁ ଫେରି ଆସିଥିଲେ।
ସେମାନଙ୍କ ମଧ୍ୟରେ ୪.୪ ନିୟୁତ ଶରଣାର୍ଥୀ ସାମିଲ ଥିଲେ ଯେଉଁମାନେ ନିଜ ଦେଶକୁ ଫେରିଯାଇଥିଲେ।
ଏହା ୬୦ ବର୍ଷ ମଧ୍ୟରେ ଶରଣାର୍ଥୀ ଫେରିବାର ଦ୍ୱିତୀୟ ସର୍ବାଧିକ ସଂଖ୍ୟା।
ଜାତିସଂଘ ଶରଣାର୍ଥୀ ମୁଖ୍ୟ ବାରହାମ ସାଲିହ ଜେନେଭାରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଗତ ବର୍ଷ ୯୦ ପ୍ରତିଶତରୁ ଅଧିକ ଶରଣାର୍ଥୀ ଆଫଗାନିସ୍ତାନ, ସୁଡାନ ଏବଂ ସିରିଆରେ ଫେରିଆସିଛନ୍ତି।
ଏହି ପ୍ରତ୍ୟାବର୍ତ୍ତନ ସୁରକ୍ଷା ଏବଂ ସ୍ଥିରତା ପରିସ୍ଥିତି ଯୋଗୁଁ ଘଟିନାହିଁ।
ଚାପ ପ୍ରୟୋଗ ଦ୍ବାରା ଏଭଳି ହୋଇଥିବା ସେ ସୂଚିତ କରିଛନ୍ତି।
ସେ ଚେତାବନୀ ଦେଇ କହିଛନ୍ତି, ବାଧ୍ୟ ହୋଇ ଚାପଗ୍ରସ୍ତ ଶରଣାର୍ଥୀ ସୁରକ୍ଷା ସ୍ଥିତି ଖରାପ ଥିବା ଦେଶକୁ ଫେରିଯାଇଛନ୍ତି।
ସେମାନଙ୍କ ଭିଟାମାଟିରେ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି।
ମୌଳିକ ସେବା ଏବଂ ଆର୍ଥିକ ସୁଯୋଗ ଅଭାବ ରହିଛି।
ଅସୁରକ୍ଷିତ ପ୍ରତ୍ୟାବର୍ତ୍ତନ କେବେ ମଧ୍ୟ ସମାଧାନ ନୁହେଁ ବୋଲି ସେ ଜୋର ଦେଇ କହିଛନ୍ତି।
ଏହା ଏକ ନୂତନ ବିସ୍ଥାପନ ଚକ୍ରର ଆରମ୍ଭ ହେବାର ବିପଦ ସୃଷ୍ଟି କରୁଛି।
ରିପୋର୍ଟରେ ଦର୍ଶାଯାଇଛି ଯେ, ୨୦୨୫ ଶେଷ ସୁଦ୍ଧା ବିସ୍ଥାପିତଙ୍କ ମଧ୍ୟରେ ୪୧.୬ ନିୟୁତଙ୍କୁ ଶରଣାର୍ଥୀ ବୋଲି ବିବେଚନା କରାଯାଉଛି।
ଚାପଗ୍ରସ୍ତ ହୋଇ ସ୍ବଦେଶ ଫେରୁଛନ୍ତି ଶରଣାର୍ଥୀ ଶରଣାର୍ଥୀଙ୍କ ମଧ୍ୟରୁ ସମ୍ପୂର୍ଣ୍ଣ ୬୦ ପ୍ରତିଶତ ଆଠଟି ଦେଶରୁ ପଳାଇ ଆସିଥିଲେ।
ସେମାନ ମଧ୍ୟରେ ପ୍ରାୟ ଦଶ ଲକ୍ଷ କେବଳ ଯୁଦ୍ଧଗ୍ରସ୍ତ ସୁଦାନରୁ ଆସିଥିଲେ ଏବଂ ପ୍ରାୟ ୮ ଲକ୍ଷ ୟୁକ୍ରେନରୁ ପଳାଇ ଆସିଥିଲେ।
ବିଶ୍ବର ୭୦ ପ୍ରତିଶତ ଶରଣାର୍ଥୀ ଆଫଗାନିସ୍ତାନ, ଦକ୍ଷିଣସୁଦାନ, ସୁଦାନ, ସିରିଆ, ୟୁକେନ ଏବ ଭେନଜୁଏଲାରୁ ଆସିଛନ୍ତି।
କଲମ୍ବିଆ, ଜର୍ମାନୀ ଏବଂ ତୁର୍କୀ ଶରଣାର୍ଥୀଙ୍କୁ ଆଶ୍ରୟ ଦେବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ବୋଲି ରିପୋର୍ଟରେ ଦର୍ଶାଯାଇଛି।
ରିପୋର୍ଟରେ ଚଳିତ ବର୍ଷ ଆରମ୍ଭରୁ ବହୁ ସଂଖ୍ୟକ ବିସ୍ଥାପନ ପାଇଁ ଅନେକ ସଙ୍କଟ ମଧ୍ୟ ଉଲ୍ଲେଖ କରାଯାଇଛି।
ଏଥିରେ ଫେବ୍ରୁଆରିରେ ଆମେରିକା ଏବଂ ଇସ୍ରାଏଲ ଦ୍ୱାରା ଆରମ୍ଭ ହୋଇଥିବା ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟ ଅନ୍ତର୍ଭୁକ୍ତ।
ଏହା ଯୋଗୁ ଇରାନରେ ୩.୨ ନିୟୁତ ଲୋକ ଭିଟାମାଟି ଛାଡିବାକୁ ବାଧ୍ୟ ହୋଇଥିଲେ।
ବିସ୍ଥାପିତଙ୍କ ସଂଖ୍ୟା ଗତ ଏକ ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ କମିଲା ଲେବାନନରେ, ମାର୍ଚ୍ଚ ମାସରୁ ଇସ୍ରାଏଲୀ ଆକ୍ରମଣ ଯୋଗୁଁ ଦଶ ଲକ୍ଷରୁ ଅଧିକ ଲୋକ ବିସ୍ଥାପିତ ହୋଇଥିବା ୟୁଏନ୍ଏଚ୍ଆର୍ସିସୂଚିତ କରିଛି।
ବର୍ଷ ଆରମ୍ଭରୁ ଇରାନ ଏବଂ ଲେବାନନରେ ସଂଘର୍ଷ ଯୋଗୁଁ ସେଠାରେ ଆଶ୍ରୟ ନେଇଥିବା ସିରିଆ ଏବଂ ଆଫଗାନିସ୍ତାନର ଅନେକ ଶରଣାର୍ଥୀ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ଚାପଗ୍ରସ୍ତ ହୋଇ ସ୍ବଦେଶ ବାହୁଡ଼ିଥିଲେ।
ଜାତିସଂଘ ଶରଣାର୍ଥୀ ସଂସ୍ଥା ଗତ ବର୍ଷ ଶରଣାର୍ଥୀଙ୍କ ପୁନର୍ବାସ ପାଇଁ ସ୍ଥାନର ଅଭାବ ନେଇ ଚିନ୍ତା ପ୍ରକାଶ କରି ଆକଳନ କରିଛି ଯେ, ତୃତୀୟ ଦେଶରେ ପୁନର୍ବାସ କରୁଥିବା ଶରଣାର୍ଥୀଙ୍କ ସଂଖ୍ୟା ୨.୯ ନିୟୁତ ରହିଛି।
ସ୍ଥାନର ଅଭାବ ଏବଂ ଆବଶ୍ୟକତା ବଢ଼ିବାରେ ଲାଗିଛି ବୋଲି ଏଜେନ୍ସି ଚେତାବନୀ ଦେଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।