Pension Scheme Lapses: ବାଟବଣା ହେଉଛି ସରକାରୀ ଯୋଜନା, ଭତ୍ତା ପାଉନାହାନ୍ତି ଯୋଗ୍ୟ ହିତାଧିକାରୀ
Jul 01, 2026 - 10:09
ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକରେ ବାଟବଣା ହୋଇଛି ସରକାରଙ୍କ ଭତ୍ତା ଯୋଜନା। ବୃଦ୍ଧ ବୃଦ୍ଧାଙ୍କ ବୟସ ୮୦ ପାର ହୋଇଥିଲେ ବି ସେମାନେ ଭତ୍ତା ପାଇବାରୁ ବଞ୍ଚିତ ଅଛନ୍ତି।
ଚୋରଧାରା ପଞ୍ଚାୟତ ରୋଲାଢିହି ଗାଁରେ ଶତାଧିକ ଆଦିବାସୀ ପରିବାର ଭତ୍ତା ପାଉନଥିବା ଅଭିଯୋଗ କରିଛନ୍ତି। ସେପଟେ କୋଇଡା ବିଡିଓ କହିଛନ୍ତି, ତୁରନ୍ତ ତଦନ୍ତ କରାଯାଇ ଯୋଗ୍ୟ ହିତାଧକାରୀ ମାନଙ୍କୁ ସରକାରଙ୍କ ଭତ୍ତା ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ।