Jharsuguda Airport Flights Hit: ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ଉପରେ ଯୁଦ୍ଧ ପ୍ରଭାବ, ଅକ୍ଟୋବର ପର୍ଯ୍ୟନ୍ତ ଉଡ଼ାଣ ବନ୍ଦ!

Jul 01, 2026 - 10:09
Jharsuguda Airport Flights Hit: ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ଉପରେ ଯୁଦ୍ଧ ପ୍ରଭାବ, ଅକ୍ଟୋବର ପର୍ଯ୍ୟନ୍ତ ଉଡ଼ାଣ ବନ୍ଦ!

ରାଜ୍ୟର ଅନ୍ୟତମ ବୃହତ ବିମାନ ବନ୍ଦର, ଝାରସୁଗୁଡାସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରର। ଭୁବନେଶ୍ୱର ପରେ ଏଇଠାରୁ ଦେଶର ପ୍ରମୁଖ ବଡ଼ ବଡ଼ ସହରକୁ ବିମାନ ସେବା ଜାରି ରହିଛି। ହେଲେ ମଧ୍ୟପ୍ରାଶ୍ଚ୍ୟରେ ଉତ୍ତେଜନାର ପ୍ରଭାବ ଏବେ ଏଠାକାର ବିମାନ ସେବା ଉପରେ ପଡିଛି। 

ଝାରସୁଗୁଡାରୁ ମୁମ୍ବାଇକୁ ପ୍ରତ୍ୟେକ ଦିନ ଉଡୁଥିବା ଇଣ୍ଡିଗୋ ବିମାନ ଆସନ୍ତା ଅକ୍ଟୋବର ପର୍ଯ୍ୟନ୍ତ ଆଉ ଉଡିବ ନାହିଁ। ସେହିପରି କୋଲକାତା ଆଉ ବେଙ୍ଗାଲୁରୁକୁ ଯାଉଥିବା ବିମାନ ଏଣିକି ୭ ଦିନ ବଦଳରେ ୪ ଦିନ ସେବା ଯୋଗାଇବ। ଯାହାଫଳରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବେ।